ETV Bharat / bharat

ନଦୀରେ ଭାସିଗଲା ସେନା ଟ୍ୟାଙ୍କ, 5 ଯବାନ ଶହୀଦ - Army tank accident near LAC

author img

By ETV Bharat Odisha Team

Published : Jun 29, 2024, 11:46 AM IST

Updated : Jun 29, 2024, 5:17 PM IST

Tank Accident Near LAC: ଲଦାଖରେ ନଦୀ ପାର୍ ବେଳେ ସେନାର ଏକ ଟ୍ୟାଙ୍କ ଭାସିଯାଇ 5 ଯବାନ ଶହୀଦ । ରହିଛନ୍ତି ଜଣେ କନିଷ୍ଠ ସେନାଧିକାରୀ । ଆଜି ଭୋର ସମୟରେ ଘଟିଛି ଅଘଟଣ । ଅଧିକ ପଢନ୍ତୁ

ଲଦାଖରେ ବନ୍ୟାଜଳରେ ଭସିଗଲା ସେନା ଟ୍ୟାଙ୍କ, 5 ଶହୀଦ
ଲଦାଖରେ ବନ୍ୟାଜଳରେ ଭସିଗଲା ସେନା ଟ୍ୟାଙ୍କ, 5 ଶହୀଦ (ETV Bharat Odisha)

ଲଦାଖ: ଚୀନ ସୀମା ସଂଲଗ୍ନ ଲଦାଖରେ ବନ୍ୟାଜଳରେ ସେନାର ଏକ ଟ୍ୟାଙ୍କ ଭାସିଯିବା ଫଳରେ 5 ଜଣ ଯବାନ ଶହୀଦ ହୋଇଛନ୍ତି । ଶହୀଦଙ୍କ ମଧ୍ୟରେ ଜଣେ ଜୁନିଅର କମିଶନଡ ଅଫିସର ମଧ୍ୟ ଅଛନ୍ତି । ଆଜି ଭୋର ପ୍ରାୟ 3ଟା ସମୟରେ ଏହି ଅଘଟଣ ଘଟିଛି । ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟବର୍ତ୍ତୀ ଦୌଲତ ବେଗ ଓଲଡି ଏରିଆରେ ଥିବା ଏକ ଶୁଖିଲା ନଦୀକୁ ସେନାର T-72 ଟ୍ୟାଙ୍କ ଅତିକ୍ରମ କରିବା ବେଳେ ହଠାତ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ଟ୍ୟାଙ୍କଟି ଭାସିଯାଇଥିଲା । ସେଥିରେ ଥିବା ଜଣେ କନିଷ୍ଠ ସେନାଧିକାରୀଙ୍କ ସମେତ ମୋଟ 5ଜଣ ଯବାନ ଶହୀଦ ହୋଇଥିବା ଜଣାପଡିଛି । ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେନା । ଶହୀଦ ଯବାନଙ୍କ ପରିଚୟ ସ୍ପଷ୍ଟ ହୋଇନି ।

ତେବେ ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଲେହରୁ ପ୍ରାୟ 148 କି.ମି ଦୂରରେ ଏହି ଅଘଟଣ ଘଟିଛି । ଏକ ଅଭ୍ୟାସ ମିଶନରେ ଭାରତୀୟ ସ୍ଥଳସେନାର ଟି-72 ଟ୍ୟାଙ୍କରେ ଜଣେ ସେନାଧିକାରୀଙ୍କ ସମେତ 5 ଜଣ ଯବାନ ଏହି ମିଶନରେ ବାହାରିଥିଲେ । ଦୁର୍ଘଟଣା ସମ୍ପର୍କରେ ଜଣାପଡିବା ପରେ ସେନା ଉଦ୍ଧାର ଅପରେସନ ଆରମ୍ଭ କରିଥିଲା । ସମସ୍ତ 5 ମୃତଦେହ ଉଦ୍ଧାର କରିବାରେ ରେସ୍କ୍ୟୁ ଟିମ୍‌ ସଫଳ ହୋଇଛି ।

ଅଘଟଣରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ପ୍ରକାଶ କରିଛନ୍ତି । ଟ୍ବିଟ କରି ରାଜନାଥ ଲେଖିଛନ୍ତି, ‘‘ଲଦାଖର ଏକ ନଦୀରେ ଘଟିଥିବା ଅଘଟଣରେ ଆମର 5 ଯବାନ ଶହୀଦ ହେବା ଏକ ଦୁଖଃଦ ଘଟଣା । ଦେଶ ସେବା ପାଇଁ ସେମାନଙ୍କ ସାହାସିକତାର ଉଦାହରଣକୁ ଆମେ କେବେ ଭୁଲି ପାରିବୁ ନାହିଁ । ସେମାନଙ୍କ ପରିବାର ପ୍ରତି ମୋର ସମବେଦନା । ଏପରି କଠିନ ସମୟରେ ସେମାନଙ୍କ ସହ ପୁରା ଦେଶ ଛିଡା ହୋଇଛି ।

ସେହିପରି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ସୁରକ୍ଷା ପାଇଁ ପ୍ରତିରକ୍ଷା ବାହିନୀ ସର୍ବଦା ପ୍ରସ୍ତୁତି ଅଭ୍ୟାସ କରିଥାଏ । ସହିଦ ଯବାନ ମାନଙ୍କ ବଳିଦାନ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଦେଶବାସୀ ଯବାନଙ୍କ ବଳିଦାନକୁ କେବେ ଭୁଲିବେନାହିଁ । ମୁଖ୍ୟମନ୍ତ୍ରୀ ସହିଦ ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଏହା ସହ ଶୋକ ସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ରାଜଘାଟରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଓ ୨ ଉପମୁଖ୍ୟମନ୍ତ୍ରୀ - CM MOHAN TRIBUTE TO GANDHIJI

ପ୍ରତିକୂଳ ପାଗ ଓ ଭୌଗଳିକ ସ୍ଥିତି ପାଇଁ ବିଭିନ୍ନ ସମୟରେ ସେନା ଏପରି ଅଭାବନୀୟ ଘଟଣାର ସମ୍ମୁଖୀନ ହୁଏ । ଗତବର୍ଷ ସିକ୍କିମ ବନ୍ୟା ସମୟରେ ମଧ୍ୟ ଏକାଧିକ ସେନା ଟ୍ରକ ଭାସିଯାଇଥିଲା । ସେଥିରେ ମଧ୍ୟ ଏକାଧିକ ଯବାନ ଶହୀଦ ହୋଇଥିଲେ । ବେଳେବେଳେ ହିମସ୍ଖଳନ କାରଣରୁ ମଧ୍ୟ ଅଘଟଣ ଘଟିବାର ନଜିର ରହିଛି । ତଥାପି ସେନା ପୂର୍ବ-ଲଦାଖ ଓ ସିଆଚିନ୍‌ କ୍ଷେତ୍ରରେ ସୈନ୍ୟ ମୁତୟନ ବୃଦ୍ଧି କରିବା ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 29, 2024, 5:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.