ଚଣ୍ଡିଗଡ଼: ହରିୟାଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଛିଡା଼ ହୋଇଥିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଏସୟୁଭି କାର୍ । ଏହି ଭୟଙ୍କର ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 6 ଜଣ ଗୁରୁତର ଆହତ ହୋଇଛନ୍ତି । ହରିୟାଣାର ରିଓ୍ବାରି ଦାରୁହେରା ରୋଡ ମଶାନିଗ୍ରାମ ନିକଟସ୍ଥ ବସ୍ଷ୍ଟାଣ୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ନଗର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇ ଧାରୁହେରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ରେଓ୍ବା଼ଡ଼ି ସଡ଼କ ଦୁର୍ଘଟଣା: ପୋଲିସର ତଦନ୍ତ ଅନୁସାରେ, ଏକ ଇନୋଭା କାର୍ ରାସ୍ତାରେ ପଙ୍କଚର ହୋଇଯାଇଥିଲା । ତେବେ ମାସାନି ବସ୍ଷ୍ଟାଣ୍ଡ ନିକଟରେ ରାସ୍ତାକଡରେ କାରକୁ ଛିଡା କରି ଟାୟାର ବଦଳାଉଥିଲେ । ଏହି ସମୟରେ ଇନୋଭା କାର୍ରେ ଯାତ୍ରା କରୁଥିବା ଲୋକମାନେ କାର୍ ନିକଟରେ ଛିଡା ହୋଇଥିଲେ । ଏହି ସମୟରେ ରେଓ୍ବାଡି ପଟୁ ଆସୁଥିବା ଏସୟୁଭି କାର୍ ଧକ୍କା ଦେଇଥିଲା । ରାସ୍ତାକଡରେ ଛିଡା ହୋଇଥିବା ଲୋକଙ୍କ ଉପରେ ମାଡିଯାଇଥିଲା । ଫଳରେ ରକ୍ତରେ ଭିଜି ଯାଇଥିଲା ରାସ୍ତା। ତେବେ ଏହି ଭୟଙ୍କର ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ରହିଛି । ତେବେ ସମସ୍ତ ମୃତକ ଉତ୍ତରପ୍ରଦେଶର ଗାଜିଆବାଦ-ଦିଲ୍ଲୀ ବୋର୍ଡରର ଏକ ସୋସାଇଟିରେ ରହୁଥିଲେ । ତେବେ ଆହତଙ୍କ ମଧ୍ୟରୁ 4 ଜଣ ମହିଳା ହୋଇଥିବା ବେଳେ 2 ଜଣ ପୁରୁଷ ରହିଥିଲେ । 4ଜଣ ଗାଜିଆବାଦର ରହିଥିବା ବେଳେ ଜଣେ ହିମାଚଳ ଏବଂ ଅନ୍ୟଜଣେ ହରିୟାଣାର ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: Road Mishap: ଟ୍ରକକୁ ପିଟିଲା କ୍ରୁଜର, ଗୋଟିଏ ପରିବାରର 5 ମୃତ
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଇନୋଭା କାର୍ରେ ରହିଥିବା ଯାତ୍ରୀ ଖାତୁ ଶ୍ୟାମଜୀଙ୍କ ଦର୍ଶନ କରି ଘରକୁ ଫେରୁଥିଲେ । ଦିଲ୍ଲୀରୁ ଏକ କାର୍ ଯୋଗେ ବାହାରିଥିବା ବେଳେ ହରିୟାଣାର ରେୱାରୀ ଜିଲ୍ଲାର ମାସାନି ଗ୍ରାମ ନିକଟରେ ଚାୟାର ପଙ୍କଚର ହୋଇଯାଇଥିଲା । ଏହି ସମୟରେ ଘଟିଯାଇଥିଲା ଲୋମଟାଙ୍କୁରା ଦୁର୍ଘଟଣା । ସେହିପରି ଏସୟୁଭିରେ ରହିଥିବା ଯାତ୍ରୀମାନେ ଚାଉଳ ନେଇ ଖରଖରା ଗ୍ରାମ ଅଭିମୁଖେ ଯାଉଥିଲେ । ତେବେ କାର୍ରେ ରହିଥିବା ସମସ୍ତ ଯାତ୍ରୀ ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଧାରୁହେରା ଥାନାର ଅଧିକାରୀ ସୁରେଶ କୁମାର କହିଛନ୍ତି, "ରାତି ପ୍ରାୟ 11ଟା 30 ମିନିଟରେ ଏହି ଦୁର୍ଘଟଣା ହୋଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ 6 ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ତଦନ୍ତ ଜାରି ରହିଛି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ