ETV Bharat / bharat

ଫାର୍ମା କମ୍ପାନୀରେ ବଡ଼ ଧରଣର ବିସ୍ଫୋରଣ: ଚାଲିଗଲା 14 ଜୀବନ, 50ରୁ ଊର୍ଦ୍ଧ୍ବ ଆହତ - Massive Fire Explosion

author img

By ETV Bharat Odisha Team

Published : Aug 21, 2024, 9:59 PM IST

Massive Fire Explosion: ଫାର୍ମା କମ୍ପାନୀରେ ବଡ ଧରଣର ବିସ୍ଫୋରଣ । ଫଳରେ 14 ଜଣଙ୍କ ମୃତ୍ୟୁ ହୋଇଛି ଏବଂ 50ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ।

Reactor Explosion
Reactor Explosion (ETV Bharat Odisha)

ଅମରାବତୀ: ଆନ୍ଧ୍ର ପ୍ରଦେଶର ଅନକାପାଲ୍ଲୀ ଜିଲ୍ଲାର ଅଚ୍ୟୁତପୁରମ SEZ ଅଞ୍ଚଳରେ ବଡ ଅଘଟଣ । ଏକ ଫାର୍ମା କର୍ମାନୀରେ ବିସ୍ଫୋରଣ ଘଟି 14 ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ପାଖାପାଖି 50 ଜଣ ଆହତ ହୋଇଛନ୍ତି । ସଙ୍ଗେ ସଙ୍ଗେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଘଟଣାରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନା ଅନୁସାରେ, ଅଚ୍ୟୁତପୁରମ SEZ ଅଞ୍ଚଳରେ ଥିବା ଏକ ଫାର୍ମା କମ୍ପାନୀରେ ବଡ ଧରଣର ବିସ୍ଫୋରଣ ହୋଇଛି । ଅପରାହ୍ନ ସମୟରେ ଏହି ଅଘଟଣ ଘଟିଛି । ତେବେ ବିସ୍ଫୋରଣ ସମୟରେ ଅଧିକାଶଂ ଶ୍ରମିକ ଓ କର୍ମଚାରୀ ଖାଇବା ପାଇଁ ବାହାରକୁ ଚାଲି ଯାଇଥିଲେ । ବିସ୍ଫୋରଣ ସମୟରେ ରିକ୍ଟର ନିକଟରେ କିଛି ଶ୍ରମିକ ଉପସ୍ଥିତ ଥିଲେ । ଫଳରେ ନିଆଁ ବ୍ୟାପିବାରେ ଲାଗିଥିଲା ଫଳରେ ଜୀବନ ବଞ୍ଚାଇ ପାରିନଥିଲେ ଶ୍ରମିକ । 50ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ ହୋଇଥିବା ଜଣାପଡିଛି ।

ଧୂଆଁ ଧୂଆଁ ପୂରା ପରିବେଶ:

ତେବେ ସଙ୍ଗେ ସଙ୍ଗେ ଆହତଙ୍କୁ ଉଦ୍ଧାର କରାଯାଇ ଅଚ୍ୟୁତପୁରମର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ସ୍ଥାନୀୟଲୋକେ କହିଛନ୍ତି , ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣାଗଲା । ପରେ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଫାର୍ମା କମ୍ପାମୀରେ କେବଳ ଲୋକଙ୍କ ଚିତ୍କାର ଶୁଣାଯାଉଥିଲା । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମାମଲା ରୁଜୁ କଲା ପୋଲିସ:

ଏହି ଫାର୍ମା କମ୍ପାନୀରେ ପାଖାପାଖି 1000ରୁ ଅଧିକ ଲୋକେ କାମ କରୁଛନ୍ତି । ତେବେ ଏହି ଦୁଃଖଦ ଘଟଣାରେ ପୋଲିସ ମାମଲା ରୁଜୁ କରିଛି । ତେବେ କିପରି ନିଆଁ ଲାଗିଲା, ବିସ୍ଫୋରଣ ହେଲା ତାହା ଜଣାପଡିନାହିଁ । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ:

ତେବେ ନିଆଁ ଲାଗିବା ପରେ ଘଟଣାସ୍ଥଳରେ 8ଟି ଦମକଳ ଗାଡି ପହଞ୍ଚି ଥିଲା । ପରେ ବହୁ ଚେଷ୍ଟା ପରେ ନିଆଁକୁ ଆୟତ୍ତରେ ଅଣାଯାଇଛି । ଅଗ୍ନିଶମ ବାହିନୀ ସହ ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ:

ଏହି ଅଘଟଣରେ ଦୁଃଖ ପ୍ରକାଶ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଜିଲ୍ଲାପାଳଙ୍କ ସହ କଥା ହୋଇ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ଆହତଙ୍କୁ ଭଲ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଗ୍ଲାସ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ଚାଲିଗଲା 5 ଜୀବନ, ମୃତକଙ୍କ ମଧ୍ୟରେ ଓଡ଼ିଆ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.