ETV Bharat / bharat

ବାଟରେ ଜଗିଥିଲା ଯମ ! ବିବାହ ପ୍ରସ୍ତାବ ଦେଖି ଫେରୁଥିଲେ, ଚାଲିଗଲା 5 ଜୀବନ

author img

By ETV Bharat Odisha Team

Published : Mar 4, 2024, 10:09 AM IST

Updated : Mar 4, 2024, 10:16 AM IST

Hyderabad Accident: ହାଇଦ୍ରାବାଦ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ କାର ପିଟି ହେବାରୁ 5 ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

Hyderabad Accident
Hyderabad Accident

ହାଇଦ୍ରାବାଦ: ବିବାହ ପ୍ରସ୍ତାବ ନେଇ କର୍ଣ୍ଣାଟକରୁ ଆସିଥିଲେ ତେଲେଙ୍ଗାନା । ଘରକୁ ଫେରିବା ବେଳେ ବାଟରେ ଛକିଥିଲା ମୃତ୍ୟୁ । ଭାରସାମ୍ୟ ହରାଇ ଗଛରେ କାର ପିଟି ହେବାରୁ 5 ଜଣଙ୍କର ଜୀବନ ଦୀପ ଲିଭିଯାଇଛି । ଆଜି(ସୋମବାର) ଭୋର ସମୟରେ ୱାନାପାର୍ଥି ଜିଲ୍ଲାର କୋଥାକୋଟା ଅଞ୍ଚଳ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ 7 ଜଣ ଆହତ ହୋଇଥିବା ବେଳେ ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ପୋଲିସ ସ୍ପଷ୍ଟ କରିଛି । ସେମାନଙ୍କ ମଧ୍ୟରେ 3 ଜଣ ଶିଶୁ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବାଇକକୁ ଧକ୍କା ଦେଲା ଅପେରା ପାର୍ଟି ଟ୍ରକ୍; ସ୍ତ୍ରୀ ମୃତ, ସ୍ବାମୀ-ଝିଆରୀ ଗୁରୁତର

ଆଜି ସକାଳୁ କାରଟି ହାଇଦ୍ରାବାଦରୁ କର୍ଣ୍ଣାଟକର ବଲାରୀ ଅଭିମୁଖେ ଯାଉଥିଲା । ୱାନାପାର୍ଥି ଜିଲ୍ଲାର କୋଥାକୋଟାରେ ହଠାତ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7 ଜଣ ଆହତ ହୋଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ସ୍ପଷ୍ଟ କରିଛି ପୋଲିସ । 5 ମୃତକ ହେଉଛନ୍ତି ଅବଦୁଲ ରହମାନ, ସାଲିମା ଜୀ, 7 ମାସର ଶିଶୁ ୱାସିର ରାୱତ, 2 ବର୍ଷର ବୁସ୍ରା ଏବଂ 5 ବର୍ଷର ମାରିଆ ।

ଏହା ମଧ୍ୟ ପଢନ୍ତୁ-କାର ଦୁର୍ଘଟଣାରେ ପ୍ରାଣ ହରାଇଲେ ବିଆରଏସ ବିଧାୟିକା

ଏହି ଘଟଣାରେ ପୋଲିସ କହିଛି ଯେ, ଦୁର୍ଘଟଣା ସମୟରେ କାରରେ 12 ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଭୋର 3ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଡ୍ରାଇଭର ନିଦରେ ଥିବାରୁ କାରଟି ଦୁର୍ଘଟଣାର ଶିକାର ହୋଇଥିବା ଅନୁମାନ କରାଯାଉଛି । ମୃତ ଓ ଆହତମାନେ କର୍ଣ୍ଣାଟକର ବଲାରୀ ଜିଲ୍ଲାର । ସେମାନେ ବିବାହ ପ୍ରସ୍ତାବ ପାଇଁ ହାଇଦ୍ରାବାଦ ଆସିଥିଲେ । ବଲାରୀକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ୱାନାପାର୍ଥି ଜିଲ୍ଲାରେ ଘଟିଥିଲା । ଏହି ଘଟଣାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇ ଦିଆଯାଇଛି ।

ଗତ ଫେବୃଆରୀ 23 ତାରିଖରେ ହାଇଦ୍ରାବାଦର ନେହେରୁ ଆଉଟର ରିଙ୍ଗ ରୋଡରେ ଏକ ସଡକ ଦୁର୍ଘଟଣା ହୋଇଥିଲା । ଏଥିରେ ତେଲେଙ୍ଗାନା ବିଆରଏସ ବିଧାୟିକା ଜି. ଲସ୍ୟା ନନ୍ଦିତାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ କାର୍ ଭାରସାମ୍ୟ ହରାଇ ଏକ ଡିଭାଇଡରେ ପିଟି ହୋଇଥିଲା । ପରେ ବିଧାୟିକାଙ୍କୁ ଗାଡି ଭିତରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Last Updated : Mar 4, 2024, 10:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.