ETV Bharat / bharat

ଝଡ଼ ତୋଫାନରେ ବୁଡିଲା ଡଙ୍ଗା, ଚାଲିଗଲା 7 ଜୀବନ - Madhya Pradesh Boat Capsized - MADHYA PRADESH BOAT CAPSIZED

Madhya Pradesh Boat Capsized : ମଧ୍ୟପ୍ରଦେଶ ସିପ ନଦୀରେ ଡଙ୍ଗା ବୁଡି ୭ ମୃତ । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ବାପା-ମାଆଙ୍କ ସମେତ ୨ ଶିଶୁ ରହିଥିବା ସୂଚନା ରହିଛି । ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ବୁଡିଲା ଡଙ୍ଗା । ଅଧିକ ପଢନ୍ତୁ

Madhya Pradesh Boat Capsized
Madhya Pradesh Boat Capsized (ETV Bharat)
author img

By ETV Bharat Odisha Team

Published : Jun 2, 2024, 11:10 AM IST

ଭୋପାଳ: ତୀର୍ଥଯାତ୍ରା ହେଲା କାଳ । ନଦୀ ପାର୍ ହେବାବେଳେ ଅକାଳରେ ଲିଭିଗଲା ୭ ଜୀବନ ଦୀପ । ମଧ୍ୟପ୍ରଦେଶର ଶ୍ୟୋପୁରରେ ଡଙ୍ଗା ବୁଡି ୩ ଶିଶୁଙ୍କ ସମେତ ୭ଜଣଙ୍କ ମୃତ୍ୟୁ ହୋଇଛି । ଡଙ୍ଗାରେ ୧୧ ଜଣ ନଦୀ ପାର୍ ହେଉଥିବାବେଳେ ହଠାତ ଝଡ ତୋଫାନ ଆସିବା ଯୋଗୁଁ ଭାରସାମ୍ୟ ହରାଇ ଡଙ୍ଗାଟି ନଦୀରେ ଓଲଟି ପଡିଥିଲା । ୪ ଜଣ ପହଁରି ପହଁରି ନିଜ ଜୀବନ ବଞ୍ଚାଇ ଥିବାବେଳେ ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ।

Madhya Pradesh Boat Capsized (ETV Bharat)

ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଶ୍ୟୋପୁର ଜିଲ୍ଲାର ମାନପୁର ଥାନା ଅନ୍ତର୍ଗତ ସରୋଦା ଗାଁ ନିକଟରେ ଏହି ଅଘଟଣ ଘଟିଛି । ଡଙ୍ଗାରେ ୧୧ ଜଣ ବସି ସିପ ନଦୀ ପାର ହେଉଥିବା ବେଳେ ହଠାତ ଝଡ ତୋଫାନ ଆସିବା ଯୋଗୁଁ ଭାରସାମ୍ୟ ହରାଇ ଡଙ୍ଗାଟି ନଦୀକୁ ଓଲଟି ପଡିଥିଲା ।

ଏହାମଧ୍ୟ ପଢନ୍ତୁ.. ମହାନଦୀ ଡଙ୍ଗା ଟ୍ରାଜେଡି; 2 ମୃତ 5 ନିଖୋଜ, ଛତିଶଗଡରୁ ଆସିଥିଲେ ପିକନିକ୍‌ - Mahanadi Boat Capsize

ଡଙ୍ଗାରେ ଥିଲେ ୧୧ ଜଣ, ୭ ଜଣଙ୍କ ମୃତ୍ୟୁ: ଡଙ୍ଗା ବୁଡିବା ନେଇ ଖବର ପାଇବା ପରେ ପୋଲିସ, ପ୍ରଶାସନ ଓ ଏନଡିଆରଏଫ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ୪ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ୭ ଜଣଙ୍କ ମୃତଦେହ ନଦୀରୁ ଉଦ୍ଧାର ହୋଇଛି । ସମସ୍ତ ମୃତକ ରାଜସ୍ଥାନର ନାନାବତ ଓ ବିଜରପୁର ଅଞ୍ଚଳର । ଏହି ଅଘଟଣରେ ଗୋଟିଏ ପରିବାରର 4 ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ସମ୍ପର୍କରେ ସ୍ୱାମୀ-ସ୍ତ୍ରୀ ଏବଂ ସେମାନଙ୍କ ୨ଟି ଶିଶୁ ଥିବା ଜଣାପଡିଛି ।

ଝଡ ତୋଫାନରେ ବୁଡିଲା ଡଙ୍ଗା: ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ରାଜସ୍ଥାନର ଚତୁର୍ଭୂଜ ମନ୍ଦିର ଦର୍ଶନ ସାରି ନଦୀ ପାର୍ ହୋଇ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । ଏହି ସମୟରେ ଅଚାନକ ଝଡ ପବନ ବହିବାକୁ ଲାଗିଥିଲା । ଯେଉଥିପାଇଁ ଡଙ୍ଗାଟି ନଦୀ ଭିତରକୁ ଓଲଟି ପଡିଥିଲା । ତେବେ ସେମାନଙ୍କ ମଧ୍ୟରୁ ୪ ଜଣ ପହଁରି ପହଁରି କୂଳକୁ ଆସିଯାଇଥିବା ବେଳେ ଅନ୍ୟ ୭ ଜଣ ପାଣିରେ ବୁଡି ଯାଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ: ମୃତକମାନଙ୍କ ପରିଚୟ ଜାଣିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଛି । ଅନ୍ୟପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.