ETV Bharat / bharat

6 ଜୀବନ ନେଲା କାର ଚକା... - UP accident

author img

By ETV Bharat Odisha Team

Published : May 14, 2024, 9:29 AM IST

UP Accident: ଉତ୍ତରପ୍ରଦେଶରେ ଭାରସାମ୍ୟ ହରାଇ ଟ୍ରକ ମୁହାଁମୁହିଁ ଧକ୍କା ହେଲା କାର । 6 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

UP Accident
UP Accident (ETV BHARAT ODISHA)

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା । ଚକ ଫାଟିଯିବାରୁ ଭାରସାମ୍ୟ ହରାଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା କାର । ଘଟଣାସ୍ଥଳରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ କୋଟୱାଲୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏହା ପରେ କାରରେ ଫସି ରହିଥିବା ମୃତଦେହ ଗୁଡିକୁ ବାହାରକୁ ଆଣି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା । କାରଟି ମୋରାଦାବାଦରୁ ଦିଲ୍ଲୀ ଅଭିମୁଖେ ଯାଉଥିଲେ। ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ-ଦେଖିପାରିଲେନି ଭାଇ ବାହାଘର, ବରଯାତ୍ରୀ କାର ଦୁର୍ଘଟଣାରେ ଲିଭିଗଲା 5 ଜୀବନ ଦୀପ - Uttar Pradesh Accident

କୋଟୱାଲୀ ଦେଇ ମୋରଦାବାଦରୁ କାରଟି ଦିଲ୍ଲୀ ଅଭିମୁଖେ ଯାଉଥିଲା । ଡ୍ରାଇଭରଙ୍କ ସମେତ କାରରେ ମୋଟ 7 ଜଣ ଯାତ୍ରୀ ଥିଲେ। ହଠାତ କାରର ଚକ ଫାଟିଯିବାରୁ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ସହ ଅପର ପାର୍ଶ୍ବରେ ଆସୁଥିବା ଏକ ଟ୍ରକକୁ ସହ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣାରେ କାରଟି ସମ୍ପୂ୍ର୍ଣ୍ଣ ଭାଙ୍ଗି ଯିବା ସହ ଘଟଣାସ୍ଥଳରେ 6 ଜଣଙ୍କର ମୃତ୍ୟୁ ହୋଇଥିଲା। ଜଣେ ଗୁରୁତର ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । କିଛି ସମୟ ମଧ୍ୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲା । ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା କୁହାଯାଉଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ପ୍ରାଥମିକ ତଦନ୍ତ ଅନୁଯାୟୀ କାରର ଚକ ଫାଟିଯିବାରୁ ତାହା ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡରରେ ପିଟି ହୋଇଥିଲା । ଏହାପରେ ରାସ୍ତାରେ ଅନ୍ୟ ପାର୍ଶ୍ବରେ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା । 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଏନେଇ ଅଧିକ ତଦନ୍ତ ଜାରି ରହିଛି । ଏପ୍ରିଲ 21 ତାରିଖରେ ଉତ୍ତରପ୍ରଦେଶ ରାଜ୍ୟର ଯମୁନା ଏକ୍ସପ୍ରେସ- ଓ୍ବେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଏକ କାରର ଚକ ଫାଟିଯିବାରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.