ETV Bharat / bharat

ନାଗୋରରେ ଭୟାବହ ଦୁର୍ଘଟଣା: ୫ ମୃତ, ୮ ଆହତ - Accident In Nagaur

author img

By ETV Bharat Odisha Team

Published : Apr 24, 2024, 7:30 PM IST

Collision Between Car and trailer: ରାଜସ୍ଥାନର ନାଗୋର ଜିଲ୍ଲାରେ ଭୟାବହ ସଡ଼କ ଦୁର୍ଘଟଣାରେ ୫ ଯାତ୍ରୀଙ୍କ ଜୀବନ ଯାଇଛି । ଗୁରୁତରଙ୍କୁ ଅଜମେର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ

Accident In Nagaur
Accident In Nagaur

ଜୟପୁର: ରାଜସ୍ଥାନର ନାଗୋର ଜିଲ୍ଲାରେ ଭୟାବହ ସଡ଼କ ଦୁର୍ଘଟଣା । ଡେଗାନାର ହରସୌର କସବେରେ କାର୍-ଟ୍ରଲର ଧକ୍କା ହୋଇଛି । ଫଳରେ ୫ ଯାତ୍ରୀଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ପିଲା ରହିଥିବା ସୂଚନା ମିଳିଛି । ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି । ଡେପୁଟୀ ଏସପି ରାମେଶ୍ବର ଲାଲ ସୂଚନା ଦେଇ କହିଛନ୍ତି, "ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ୮ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତରଙ୍କୁ ଅଜମେର ମେଡିକାଲ ସ୍ଥାନାନ୍ତର କରାଯାଇଛି ।"

ସୂଚନା ଅନୁସାରେ, କାରରେ ଥିବା ସମସ୍ତ ଯାତ୍ରୀ ହରସୌର ନିକଟରେ ଥିବା ରାଣାବାଇ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ସେହି ସମୟରେ ଏକ ଟ୍ରଲର ହଠାତ୍ ମାଡ଼ିଯାଇଥିଲା । ସମସ୍ତ ଯାତ୍ରୀ ଯୋଧପୁରର ରିଜନାଲି ଗାଁର ବାସିନ୍ଦା ହୋଇଥିବା ଜଣାପଡ଼ିଛି । ହରସୁର ସହରର କିସାନ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା କାର୍ ଏବଂ ଟ୍ରଲର ମଧ୍ୟର ଧକ୍କା ଫଳରେ ୫ ଜଣଙ୍କ ଜୀବନ ଯାଇଛି । ଗାଡିର ବେଗ ଅଧିକ ରହିଥିବାରୁ ଧକ୍କା ଫଳରେ କାରଟି ଖଣ୍ଡ ଖଣ୍ଡ ହୋଇଯାଇଥିବା ଜଣାପଡ଼ିଛି । ତେବେ କାରରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ବାହାରକୁ ଆଣିବା ପାଇଁ ଲୋକଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା ।

ଏହା ବି ପଢନ୍ତୁ...ଏଡି ମର୍ଫିଙ୍କ ଫିଲ୍ମ ସେଟରେ ଦୁର୍ଘଟଣା, କ୍ରୁ ସଦସ୍ୟ ଆହତ - EDDIE MURPHY FILM SET ACCIDENT

ଏହା ବି ପଢନ୍ତୁ...ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା ଗ୍ୟାସ ବୋଝେଇ ଟ୍ରକ, ବିସ୍ଫୋରଣରେ ଉଡ଼ିଲା ସିଲିଣ୍ଡର - CYLINDER CAUGHT FIRE

ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲେ । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୫ ଜଣଙ୍କ ମଧ୍ୟରେ ତିନି ଶିଶୁ, ଜଣେ ଯୁବକ ଏବଂ ଜଣେ ମହିଳା ରହିଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ମୁତାବକ, ଦୁଇ ମୃତଦେହକୁ ଅଜମେର ଡାକ୍ତରଖାନାର ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ଏହାସହ ତିନି ଜଣଙ୍କ ମୃତଦେହକୁ ସ୍ଥାନୀୟ ଡାକ୍ତରଖାନାର ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଛି ସେନେଇ ଛାନଭିନ ଛଳାଇଛି ପୋଲିସ ।

ଏହା ବି ପଢନ୍ତୁ...ଯାଜପୁର ବସ ଦୁର୍ଘଟଣା, ଏସସିବିରେ ଆଖି ବୁଜିଲା ଆଉ ଜଣେ ଆହତ - JAJPUR BUS ACCIDENT

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.