ETV Bharat / bharat

ଆଇପିଏଲ ମ୍ୟାଚ ଦେଖୁଥିଲେ ଭୁଶୁଡି ପଡିଲା ଛାତ, ଚାଲିଗଲା 3 ଜୀବନ - Chennai pub accident - CHENNAI PUB ACCIDENT

Chennai Pub Accident: ଚେନ୍ନାଇରେ ଭୁଶୁଡି ପଡିଲା ପବ୍‌ ଛାତ । ଏହା ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ । ଅଧିକ ପଢନ୍ତୁ

ଚେନ୍ନାଇରେ ଭୁଶୁଡି ପଡିଲା ପବ୍‌ ଛାତ
ଚେନ୍ନାଇରେ ଭୁଶୁଡି ପଡିଲା ପବ୍‌ ଛାତ
author img

By ETV Bharat Odisha Team

Published : Mar 29, 2024, 7:35 AM IST

ଚେନ୍ନାଇ: ତାମିଲନାଡୁର ଚେନ୍ନାଇ ସହରରେ ଏକ ବଡ ଅଘଟଣ ଘଟିଛି । ଗୋଟିଏ ପବ୍‌ର ଛାତ ଭୁଶୁଡି ପଡିବାରୁ ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ସେହି ପବ୍‌ରେ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ମଣିପୁର ଏବଂ ଜଣେ ତାମିଲନାଡୁର ହୋଇଥିବା ଜଣାପଡିଛି । ଗତକାଲି (ଗୁରୁବାର) ରାତି ପାଖାପାଖି ସାଢେ ୮ଟା ବେଳେ ପବ୍‌ର ପ୍ରଥମ ମହଲା ଛାତ ଭୁଶୁଡି ପଡିଥିଲା । ଏହା ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଆଉ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଛାତ ଭୁଶୁଡିବାର କାରଣ ଏ ଯାଏଁ ସ୍ପଷ୍ଟ ହୋଇନି ।

ସୂଚନା ମୁତାବକ, ଚେନ୍ନାଇର ଅଲୱରପେଟ ଅଞ୍ଚଳରେ ଥିବା ଶେଖମେତ୍ କ୍ଲବ ନାମକ ପବ୍‌ରେ ଏହି ଅଘଟଣ ଘଟିଛି । ଗତକାଲି ଆଇପିଏଲ ମ୍ୟାଚ ଥିବାବେଳେ ଅନେକ ଲୋକ ପବ୍‌/ବାର୍‌ରେ ବସି ମ୍ୟାଚ ଦେଖୁଥିଲେ । ଏତିକି ବେଳେ ହଠାତ୍ ପବ୍ ଛାତ ଭୁଶୁଡି ପଡିଥିଲା । ଫଳରେ ପବ୍‌ରେ କାମ କରୁଥିବା କିଛି କର୍ମଚାରୀ ଏହା ତଳେ ଫସିଯାଇଥିଲେ । ଖବର ପାଇ ପୋଲିସ ଏବଂ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଭଙ୍ଗା ଛାତ ତଳୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ଆଉ ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: କୋଟାରେ ପୁଣି ଜୀବନ ହାରିଲେ ଛାତ୍ର, ନିଟ୍‌ ପାଇଁ ଚଳାଇଥିଲେ ପ୍ରସ୍ତୁତି - SUICIDE IN KOTA

ଗ୍ରେଟର ଚେନ୍ନାଇ ଏସପି ପ୍ରେମ ଆନନ୍ଦ ସିହ୍ନା କହିଛନ୍ତି ଯେ, ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ ଭଙ୍ଗା ଛାତ ତଳେ ଫସି ଯାଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ମୃତକମାନେ ଲାଲି (୨୨) ମ୍ୟାକ୍ସ (୨୧) ଏବଂ ସାଇକ୍ଲୋନ ରାଜ (୪୫) ବୋଲି ପରିଚୟ ମିଳିଛି । ସମସ୍ତେ ଦୁର୍ଘଟଣାଗ୍ରସ୍ତ ପବ୍‌ରେ କାମ କରୁଥିଲେ ।

ସେପଟେ ପବ୍‌ ମାଲିକ ଅଭିଯୋଗ କରିଛନ୍ତି ଯେ, ନିକଟରେ ମେଟ୍ରୋ ରେଳ କାମ ଚାଲିଥିବାରୁ ଏହାର କମ୍ପନରେ ପବ୍‌ ଛାତ ଭୁଶୁଡି ପଡିଛି । କିନ୍ତୁ ଚେନ୍ନାଇ ମେଟ୍ରୋ ରେଳ ଲିମିଟେଡ (CMRL) ଏହି ଅଭିଯୋଗକୁ ଖଣ୍ଡନ କରିଛି । CMRL ସ୍ପଷ୍ଟୀକରଣ ଦେଇଛି, ପବ୍‌ ଠାରୁ ୨୪୦ ଫୁଟ୍‌ ଦୂରରେ ନିର୍ମାଣ କାର୍ଯ୍ୟ ଚାଲୁଛି ଏବଂ ବିଲ୍ଡିଂରେ କୌଣସି ପ୍ରକାର କମ୍ପନ ସୃଷ୍ଟି ହୋଇଥିବା ନଜରକୁ ଆସିନାହିଁ । ତେଣୁ ରେଳ ନିର୍ମାଣ କାର୍ଯ୍ୟ ଯୋଗୁଁ ଏହି ଅଘଟଣ ଘଟିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.