ETV Bharat / bharat

ଶିବରାତ୍ରୀରେ ଅଘଟଣ, ଚାଲିଥିଲା ଶୋଭାଯାତ୍ରା ବିଦ୍ୟୁତ ସଂସ୍ପର୍ଶରେ ଆସି 18 ପିଲା ଆହତ

author img

By ETV Bharat Odisha Team

Published : Mar 8, 2024, 4:19 PM IST

Children Suffer Electric Shock In kota: ଶିବରାତ୍ରୀରେ କୋଟାରେ ଘଟିଛି ଦୁଃଖଦ ଘଟଣା । ଶୋଭାଯାତ୍ରା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି 18 ପିଲା ଆହତ ।

Kota
Kota

ଜୟପୁର: ମହାଶିବରାତ୍ରୀ ଶୋଭାଯାତ୍ରା ବେଳେ ଅଘଟଣ । ବିଦ୍ୟୁତ ଆଘାତ ଲାଗି 18 ପିଲା ଆହତ । ସାରା ଦେଶରେ ମହାଶିବରାତ୍ରୀକୁ ନେଇ ଉତ୍ସବମୁଖର ହୋଇଥିବା ରାଜସ୍ଥାନର କୋଟା ଅଞ୍ଚଳରୁ ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଆହତ ପିଲାଙ୍କ ମଧ୍ୟରେ ଜଣକ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଖବର ପାଇ ଲୋକସଭା ବାଚସ୍ପତି ଓମ ବିର୍ଲା ଓ ରାଜ୍ୟର ଶକ୍ତି ମନ୍ତ୍ରୀ ହିରାଲାଲ ନାଗର ହସ୍ପିଟାଲରେ ପହଞ୍ଚିଥିଲେ । ଆହତ ପିଲାଙ୍କୁ ଭେଟିଲା ସହ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏଥିସହ ପିଲାଙ୍କ ଭଲ ଭାବରେ ଚିକିତ୍ସା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡନ ଖେଳି ଯାଇଛି । କିପରି ଏପରି ଦୁଃଖଦ ଘଟଣା ଘଟିଲା ତାହାର ତଦନ୍ତ ଆରମ୍ଭ ହୋଇଛି ।

କିପରି ଘଟିଲା ଘଟଣା: କୋଟାର କୁହ୍ନାଡି ଥାନା ଅଞ୍ଚଳରେ ଥିବା କାଳି ବସ୍ତିରେ ଆଜି ଏହି ଦୁଃଖଦ ଘଟଣା ଘଟିଛି । ଆଜି ଶିବରାତ୍ରୀ ଥିବାରୁ ଏଠାକାର ଲୋକେ କଳସ ଯାତ୍ରାର ଆୟୋଜନ କରିଥିଲେ । ଯେଉଁଥିଲେ ପିଲା ମାନେ ମଧ୍ୟ ସାମିଲ ଥିଲେ । ହାତରେ ପତାକା ଧରି ପିଲା ମାନେ ଯାଉଥିବା ବେଳେ ଅଚାନକ ଷ୍ଟେସନ ଲାଇଟରେ ସଂସ୍ପର୍ଶରେ ଚାଲି ଆସିଥିଲା । ଫଳରେ ବିଦ୍ୟୁତ୍‌ ଆଘାତ ଲାଗି 18 ଜଣ ଶିଶୁ ଆହତ ହୋଇଛନ୍ତି ।

କୁହ୍ନାଡି ଥାନା ଅଧିକାରୀ କହିବା ଅନୁଯାୟୀ, ସେଠାରେ ଅବସ୍ଥିତ ରାମ ମନ୍ଦିରରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଲୋକେ କଳସ ଶୋଭାଯାତ୍ରା ବାହାର କରିଥିଲେ । ଏଥିରେ ମହିଳାଙ୍କ ସହ ପିଲାମାନେ ମଧ୍ୟ ସାମିଲ ଥିଲେ । ଏହି ସମୟରେ ଏହି ଘଟଣା ଘଟିଛି । ଆହତ ସମସ୍ତ ପିଲାଙ୍କ ବୟସ 12ରୁ 15 ମଧ୍ୟରେ ହେବ । ଏହି ଘଟଣାରେ ପ୍ରଥମେ ପିଲାଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦିଆଯାଉଛି । ଅଘଟଣର କାରଣ ଜଣାପଡିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଜି ସାରା ଦେଶ ଉତ୍ସବ ମୁଖର ଥିବା ବେଳେ ଏଭଳି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଦୁଃଖର ମାହୋଲ ଖେଳାଇ ଦେଇଛି ।

ଏହା ମଧ୍ୟ ପଢନ୍ତୁ: Tragic Incident: ଚଟାଣରେ ଶୋଇଥିଲେ, ବିଦ୍ୟୁତ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

ଦ୍ବିତୀୟ ବିବାହ ପାଇଁ ସ୍ତ୍ରୀକୁ ବିଦ୍ୟୁତ ଆଘାତ ଦେଇ ହତ୍ୟା ଉଦ୍ୟମ, ସ୍ବାମୀ ଗିରଫ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.