ETV Bharat / bharat

ପିକନିକ ହେଲା କାଳ, ସ୍କୁଲବସ ଓଲଟି 6 ଶିଶୁ ମୃତ, 25ରୁ ଅଧିକ ଆହତ - SCHOOL BUS OVERTURNED in UP

author img

By ETV Bharat Odisha Team

Published : Apr 2, 2024, 8:20 PM IST

School Bus Overturned in Barabanki: ଉତ୍ତର ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହେଲା ପିଲାଙ୍କୁ ନେଇ ପିକନିକରୁ ଫେରୁଥିବା ବସ । ଘଟଣାସ୍ଥଳରେ 6ଶିଶୁଙ୍କ ମୃତ୍ୟୁ । 25ରୁ ଅଧିକ ଆହତ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ପିକନିକ ହେଲା କାଳ, ସ୍କୁଲ ବସ ଓଲଟି 6 ଶିଶୁ ମୃତ, 25ରୁ ଅଧିକ ଆହତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବାରବାଙ୍କୀରେ ଓଲଟିଲା ସ୍କୁଲ ପିକନିକ ବସ । ଏଥିରେ 6ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ 25ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଏକାଧିକ ଶିଶୁ ଗୁରୁତର ଥିବା ମଧ୍ୟ ସୂଚନା ମିଳିଛି । ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା କାର୍ଯ୍ୟ ଜାରି ରଖିଛନ୍ତି । ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ବସଟି କେଉଁ କାରଣରୁ ଦୁର୍ଘଟଣାର ଶିକାର ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଦୃତଗତି କାରଣରୁ ଦୁର୍ଘଟଣା ଘଟିଥିବା ପାରିପାର୍ଶ୍ବିକ ସ୍ଥିତିରୁ ସନ୍ଦେହ କରାଯାଉଛି । ଉଦ୍ଧାର କାର୍ଯ୍ୟ ସହ ସ୍ଥାନୀୟ ପ୍ରଶାସନ ତଦନ୍ତ ଆରମ୍ଭ କରିଛି ।

ଆଜି ପୂର୍ବାହ୍ନରେ ବାରବାଙ୍କୀ ସୁରତଗଞ୍ଜ ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ଲକ୍ଷ୍ନୌର ଚିଡିଆଘର ପରିଦର୍ଶନରେ ଆସିଥିଲେ । ସେମାନେ ପିକନିକ ସାରି ଫେରିବା ସମୟରେ ଆଜି ବିଳମ୍ବିତ ଅପରାହ୍ନରେ ଦେବା ଥାନା କ୍ଷେତ୍ରରେ ବସଟି ଦୁର୍ଘଟଣାର ଶିକାର ହୋଇ ରାସ୍ତାକଡକୁ ଓଲଟି ପଡିଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ବସଟି ମାତ୍ରାଧିକ ବେଗରେ ଥିବା କାରଣରୁ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ଖବର ଦେଇଥିଲେ । ପ୍ରଶାସନିକ ଅଧିକାରୀ ଆମ୍ବୁଲାନ୍ସ ସହ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନକୁ ତ୍ବାରାନ୍ବିତ କରିଥିଲେ । ମାତ୍ର ବର୍ତ୍ତମାନ ସୁଦ୍ଧା 6ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବସଟିରେ ମୋଟ କେତେ ସଂଖ୍ୟକ ପିଲା ଥିଲେ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପ୍ରାୟ 25ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- 6 ମାସ ପରେ ମୁକୁଳିବେ ସଞ୍ଜୟ, ସୁପ୍ରିମକୋର୍ଟରୁ ମିଳିଲା ବେଲ - Delhi Excise Policy Scam

ମୃତଦେହଗୁଡିକୁ ସ୍ଥାନୀୟ ହସ୍ପିଟାଲରେ ରଖାଯାଇଛି । ସମାନଙ୍କ ଚିହ୍ନଟ ପ୍ରକ୍ରିୟା ଶେଷ କରି ସେମାନଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଉଛି । ହସ୍ପିଟାଲ ପରିସରରେ ଶୋକର ପରିବେଶ ସୃଷ୍ଟି ହୋଇଛି । ତେବେ ସ୍ଥାନୀୟ ପ୍ରଶାସନ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି । ତଦନ୍ତର ଫଳାଫଳ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ଅଧିକାରୀ କହିଛନ୍ତି । ସ୍କୁଲ ପିକନିକ ବସ ଦୁର୍ଘଟଣାର ଶିକାର ହେବା ଅଭିଭାବକଙ୍କୁ ଚିନ୍ତାରେ ପକାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.