ETV Bharat / bharat

ସିଜେଆଇଙ୍କ ବଡ ଘୋଷଣା, ହ୍ବାଟ୍ସଆପରେ ମିଳିବ ମାମଲା ସମ୍ପର୍କିତ ତଥ୍ୟ - SC INFORMATION ON WHATSAPP - SC INFORMATION ON WHATSAPP

SC INFORMATION ON WHATSAPP: ହ୍ବାଟ୍ସଆପରେ ଓକିଲଙ୍କୁ ମାମଲା ସମ୍ପର୍କିତ ସୂଚନା ପ୍ରଦାନ କରିବେ ସୁପ୍ରିମକୋର୍ଟ । ଘୋଷଣା କଲେ ଡିଓ୍ବାଇ ଚନ୍ଦ୍ରଚୂଡ । ଅଧିକ ପଢନ୍ତୁ

SC INFORMATION ON WHATSAPP
SC INFORMATION ON WHATSAPP
author img

By ETV Bharat Odisha Team

Published : Apr 25, 2024, 9:56 PM IST

ହାଇଦ୍ରାବାଦ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ବଡ ଘୋଷଣା । ଏଣିକି ହ୍ବାଟ୍ସଆପରେ ମଧ୍ୟ ମିଳିବ ସୂଚନା । ଓକିଲମାନଙ୍କୁ ମାମଲା ଦାଖଲ କରିବା ଠାରୁ ଆରମ୍ଭ କରି ଅନେକ ସୂଚନା ହ୍ବାଟ୍ସଆପ ଦ୍ବାରା ମିଳିପାରିବ । ଏନେଇ ଆଜି ଘୋଷଣା କରିଛନ୍ତି ସିଜେଆଇ । ସିଜେଆଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ନଅ ଜଣିଆ ଖଣ୍ଡପୀଠ ଏହି ଆବେଦନରୁ ଏକ ଜଟିଳ ଆଇନଗତ ପ୍ରଶ୍ନ ଶୁଣିବା ଆରମ୍ଭ କରିବା ପୂର୍ବରୁ ଜଷ୍ଟିସ ଚନ୍ଦ୍ରଚୂଡ ଏହି ଘୋଷଣା କରିଛନ୍ତି । ଯାଚିକାକୁ ଉଠୁଥିବା ପ୍ରଶ୍ନ ହେଉଛି ସମ୍ବିଧାନର ଧାରା 39 (ବି) ଅନୁଯାୟୀ ବ୍ୟକ୍ତିଗତ ସମ୍ପତ୍ତି ସମ୍ପ୍ରଦାୟର ସମ୍ବଳ ଭାବରେ ବିବେଚନା କରାଯାଇପାରିବ କି ? ଏହା ରାଜ୍ୟ ନୀତିର ନିର୍ଦ୍ଦେଶନାମାର(Directive Principles of State Policy) ଏକ ଅଂଶ ଅଟେ ।

ସିଜେଆଇ ଚନ୍ଦ୍ରଚୂଡ କହିଛନ୍ତି, "ସ୍ଥାପନାର 75 ତମ ବର୍ଷରେ ସୁପ୍ରିମକୋର୍ଟ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । କୋର୍ଟର ଆଇଟି ସେବା ସହିତ ହ୍ବାଟ୍ସଆପ ଡାଟା ଗୁଡ଼ିକୁ ଏକାକୃତ କରି ନ୍ୟାୟ ବ୍ୟବସ୍ଥାକୁ ଅଧିକ ମଜଭୁତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ଓକିଲମାନେ ମାମଲା ଦାଖଲ ବିଷୟରେ ସ୍ୱୟଂଚାଳିତ ବାର୍ତ୍ତା ଗ୍ରହଣ କରିବେ । କଜ୍ ଲିଷ୍ଟ(cause list) ପ୍ରକାଶ ପାଇବା ପରେ ବାର ସଦସ୍ୟାମାନେ ମୋବାଇଲ୍ ଫୋନରେ ଏହି ତାଲିକା ପାଇପାରିବେ ।"

ଏହା ମଧ୍ୟ ପଢନ୍ତୁ: ନୂଆ ଅପରାଧିକ ଆଇନକୁ ପ୍ରଶଂସା କଲେ ସିଜେଆଇ; କହିଲେ ଶୀଘ୍ର ମିଳିବ ନ୍ୟାୟ, ଦଣ୍ଡିତ ହେବେ ଅପରାଧୀ - CJI on New criminal laws

କଜ୍ ଲିଷ୍ଟର ଅର୍ଥ ହେଉଛି ଏକ ନିର୍ଦ୍ଦିଷ୍ଟ ତାରିଖରେ କୋର୍ଟର ଶୁଣାଣି । ଏନେଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ଏହା ଏକ ବୈପ୍ଳବିକ ପଦକ୍ଷେପ । ପ୍ରଧାନ ବିଚାରପତି ସୁପ୍ରିମକୋର୍ଟର ସରକାରୀ ହ୍ବାଟ୍ସଆପ ନମ୍ବର ମଧ୍ୟ ସେୟାର କରିଛନ୍ତି । କିନ୍ତୁ ଏହି ନମ୍ବରରେ କୌଣସି କଲ୍ କିମ୍ବା ମେସେଜ ଆସିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ସିଜେଆଇ ଆହୁରି ମଧ୍ୟ କହିଛନ୍ତି, ଏହା ଆମର ଅଭ୍ୟାସରେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିବ । ଡକ୍ୟୁମେଣ୍ଟ୍ ସେଭ୍ କରିବାରେ ଏହା ବହୁତ ସାହାଯ୍ୟ କରିବ । ପ୍ରଧାନ ବିଚାରପତି ଚନ୍ଦ୍ରଚୁଦଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ ନ୍ୟାୟପାଳିକାର କାର୍ଯ୍ୟକାରିତାକୁ ଡିଜିଟାଲ୍ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ଇ-କୋର୍ଟ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର 7,000 କୋଟି ଟଙ୍କା ଅନୁମୋଦନ କରିଥିବା ନେଇ ସିଜେଆଇ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.