ETV Bharat / bharat

ବାବା ରାମଦେବଙ୍କୁ 'ସୁପ୍ରିମ' ଛାଟ, ୨ ସପ୍ତାହ ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ

author img

By ETV Bharat Odisha Team

Published : Mar 19, 2024, 2:15 PM IST

SC Notice to Baba Ramdev: ବାବା ରାମଦେବଙ୍କ ବିରୋଧରେ ଅବମାନନା ନୋଟିସ ଜାରି କଲେ ସୁପ୍ରିମକୋର୍ଟ । ଦୁଇ ସପ୍ତାହ ମଧ୍ୟରେ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

SC Order To Baba Ramdev
SC Order To Baba Ramdev

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଯୋଗଗୁରୁଙ୍କୁ ଡାକରା । ଯୋଗଗୁରୁ ବାବା ରାମଦେବ ଏବଂ ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ । ପରବର୍ତ୍ତୀ ଶୁଣାଣିରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତକାରୀ ବିଜ୍ଞାପନ ସମୟରେ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି । ଉଭୟଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହିତ କୋର୍ଟ ବାବା ରାମଦେବଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି । ଅବମାନନା ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି । କୋର୍ଟରେ ଶୁଣାଣି ସମୟରେ ରାମଦେବଙ୍କ ଓକିଲ ମୁକୁଲ ରୋହତଗୀଙ୍କୁ ପଚରା ଯାଇଥିଲା, "ବର୍ତ୍ତମାନ ସୁଦ୍ଧା କାହିଁକି ଉତ୍ତର ଦାଖଲ କରାଗଲା ନାହିଁ । ବର୍ତ୍ତମାନ ଉଭୟଙ୍କୁ କୋର୍ଟରୁ ଡାକରା ଯିବ । ବାବା ରାମଦେବ ଏବଂ ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ କୋର୍ଟରେ ହାଜର ହେବାକୁ ହେବ । "

ଏହା ମଧ୍ୟ ପଢନ୍ତୁ: ଓବିସି ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ରାମଦେବ

ଜଷ୍ଟିମ ହିମା କୋହଲି ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ବେଞ୍ଚ ଆଚାର୍ଯ୍ୟ ବାଳକୃଷ୍ଣକୁ ଅବମାନନା ନୋଟିସ ଜାରି କରିଥିଲେ । ସମଗ୍ର ଦେଶକୁ ପ୍ରତାରଣା କରୁଥିବା ଅଭିଯୋଗ କରିଥିଲେ । ପ୍ରକାଶଥାଉକି, ପତଞ୍ଜଳି ଆୟୁର୍ବେଦକୁ ଔଷଧୀୟ ଚିକିତ୍ସା ବିଷୟରେ ବିଭ୍ରାନ୍ତକାରୀ ବିଜ୍ଞାପନ ଜାରି କରୁଥିବା କାରଣରୁ ସୁପ୍ରିମକୋର୍ଟ ଅବମାନନା ନୋଟିସ ଜାରି କରିଥିଲେ । ମଙ୍ଗଳବାର ଏହି ମାମଲାର ଶୁଣାଣି ବେଳେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ସୁପ୍ରିମକୋର୍ଟ ପତଞ୍ଜଳିର ବିଜ୍ଞାପନ ପ୍ରକାଶ କରିବା ଉପରେ ମଧ୍ୟ ରୋକ ଲଗାଇଥିଲେ । ଫେବୃଆରୀ 27 ତାରିଖରେ କୋର୍ଟ ପତଞ୍ଜଳି ନିର୍ଦ୍ଦେଶକ ଏବଂ ବାବା ରାମଦେବଙ୍କୁ ତିନି ସପ୍ତାହ ମଧ୍ୟରେ ଜବାବ ମାଗିଥିଲେ ।

ଏହା ମଧ୍ୟ ପଢନ୍ତୁ: Ramdev's salwar Remark: କ୍ଷମା ମାଗିଲେ ଯୋଗଗୁରୁ, କହିଲେ I'm sorry, but..

କଣ ଥିଲା ମାମଲା: ବାବା ରାମଦେବଙ୍କ ପତଞ୍ଜଳି ବିରୋଧରେ ଭାରତୀୟ ମେଡିକାଲ ଆସୋସିଏସନ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା । ପତଞ୍ଜଳି ଆୟୁର୍ବେଦର ବିଜ୍ଞାପନ ମିଥ୍ୟା ଏବଂ ବିଭ୍ରାନ୍ତକାରୀ ବୋଲି ଦାବି କରିଥିଲେ । ଏହି ମାମଲାର ଶୁଣାଣି ବେଳେ କୋର୍ଟ ନୋଟିସ ଜାରି କରି ତିନି ସପ୍ତାହ ମଧ୍ୟରେ ଉତ୍ତର ମାଗିଥିଲେ । ଏହି ମାମଲାରେ କୌଣସି ଉତ୍ତର ନମିଳିବା କାରଣରୁ ବ୍ୟକ୍ତିଗତ ଭାବେ ଉଭୟଙ୍କୁ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.