ETV Bharat / bharat

ୟୁପିରେ କଂଗ୍ରେସକୁ ଆଜି ସଂଧ୍ୟା ପର୍ଯ୍ୟନ୍ତ ମହଲତ ଦେଲେ ଅଖିଳେଶ, 15ରୁ ଅଧିକ ଆସନ ମାଗିଲେ ମେଣ୍ଟ ନାହିଁ

author img

By ETV Bharat Odisha Team

Published : Feb 19, 2024, 3:55 PM IST

Samajwadi party willing to let Congress contest on 15 of 80 LS seats in Uttar Pradesh: ଉତ୍ତର ପ୍ରଦେଶରେ କଂଗ୍ରେସକୁ ମହଲତ ଦେଲେ ଅଖିଳେଶ ଯାଦବ । 15ରୁ ଅଧିକ ଆସନ ମାଗିଲେ ରାଜ୍ୟରେ ରହିବ ନାହିଁ ଇଣ୍ଡିଆ ମେଣ୍ଟ । ଆଜି ସଂଧ୍ୟା ସୁଦ୍ଧା ସ୍ପଷ୍ଟ କରିବ କଂଗ୍ରେସ । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ କଂଗ୍ରେସ 15 ରୁ ଅଧିକ ଆସନ ମାଗିଲେ ମେଣ୍ଟ ନାହିଁ

ଲକ୍ଷ୍ନୌ: ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିଓ୍ବାଲ ପଶ୍ଚିମବଙ୍ଗ, ପଞ୍ଜାବ ଓ ଦିଲ୍ଲୀରେ କଂଗ୍ରେସ ସହ ମେଣ୍ଟରେ ନିର୍ବାଚନ ଲଢିବେ ନାହିଁ ବୋଲି ମନା କରିବା ପରେ ଏବେ ଉତ୍ତର ପ୍ରଦେଶରେ ମଧ୍ୟ ସାମାନ ସ୍ଥିତି ଦେଖିବାକୁ ମିଳିପାରେ । ରାଜ୍ୟରେ ମୋଟ 80 ଆସନ ମଧ୍ୟରୁ ଅଖିଳେଶଙ୍କ ସମାଜବାଦୀ ପାର୍ଟି କଂଗ୍ରେସକୁ ମାତ୍ର 15 ଆସନ ଛାଡିବା ପାଇଁ ନିଷ୍ପତ୍ତିରେ ପହଞ୍ଚିସାରିଛି । କଂଗ୍ରେସ ଯଦି ଏହି 15 ଆସନରେ ନିର୍ବାଚନ ଲଢିବାକୁ ରାଜି ନହୁଏ, କିମ୍ବା ଅଧିକ ଆସନ ଦାବି କରେ, ତେବେ ରାଜ୍ୟରେ କଂଗ୍ରେସ ସହ କୌଣସି ଆସନ ବୁଝାମଣା ହେବ ନାହିଁ ବୋଲି ଅଖିଳେଶ ଯାଦବ କହିଛନ୍ତି ।

ପୂର୍ବରୁ ଅଖିଳେଶଙ୍କ ‘ସପା’ କଂଗ୍ରେସକୁ ମାତ୍ର 11 ଆସନ ଛାଡିବାକୁ ଘୋଷଣା କରିଥିଲା । ଏହା ସହ ସମାଜବାଦୀ ପାର୍ଟି ‘ଇଣ୍ଡିଆ’ ମେଣ୍ଟର ପ୍ରଥମ ଦଳ ଭାବେ 16 ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିଥିଲା । ଏହି 16 ଆସନ ମଧ୍ୟରେ ରାଜଧାନୀ ଲକ୍ଷ୍ନୌ, ମୈନପୁରୀ ପରି ଏକାଧିକ ପ୍ରମୁଖ ସଂସଦୀୟ କ୍ଷେତ୍ର ମଧ୍ୟ ରହିଥିଲା । ହେଲେ ସେତେବେଳେ କଂଗ୍ରେସ ଏନେଇ କୌଣସି ପ୍ରତିକ୍ରିୟା ରଖିନଥିଲା । ହେଲେ ଏବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମାଜବାଦୀ ପାର୍ଟି କଂଗ୍ରେସ ପାଇଁ 15 ଆସନ ନିର୍ଦ୍ଧାରିତ କରିସାରିଛି ଓ କଂଗ୍ରେସକୁ ଶେଷ ସୁଯୋଗ ଦେଇଥିବା ଚର୍ଚ୍ଚା ହେଉଛି । ଏହି 15 ଆସନରେ କଂଗ୍ରେସ ଲଢିବାକୁ ରାଜି ହେଲେ ରାଜ୍ୟରେ ମେଣ୍ଟରେ ନିର୍ବାଚନ ଲଢାଯିବ । ନଚେତ ସାମାଜବାଦୀ କଂଗ୍ରେସକୁ କୌଣସି ଆସନ ଛାଡିବା ପରିବର୍ତ୍ତେ ସମସ୍ତ ଆସନରେ ଏକାକୀ ଲଢିବ ।

ଅନ୍ୟ ଏକ ସୂଚନା ଅନୁସାରେ, ସମାଜବାଦୀ ପାର୍ଟିର ଏହି ଆସନ ପ୍ରସ୍ତାବ ଉପରେ ଆଜି ସଂଧ୍ୟା ସୁଦ୍ଧା କଂଗ୍ରେସ ସ୍ପଷ୍ଟୀକରଣ ରଖିବ । ଯଦି କଂଗ୍ରେସ ଏହି ପ୍ରସ୍ତାବରେ ସହମତି ପ୍ରକାଶ କରେ, ତେବେ ଆସନ୍ତାକାଲି ସପା ସୁପ୍ରିମୋ ଅଖିଳେଶ ଯାଦବ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ସାମିଲ ହେବେ । ରାହୁଲଙ୍କ ନେତୃତ୍ବରେ ଦଳ ଜାରି ରଖିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଏବେ ଉତ୍ତର ପ୍ରଦେଶରେ ଜାରି ରହିଛି । ମା’ ସୋନିଆଙ୍କ ପାରମ୍ପରିକ ଆସନ ରାୟ-ବରେଲିରେ ଏହି ଯାତ୍ରା ଜାରି ରଖିଛନ୍ତି ରାହୁଲ । ତେବେ ଏଥିରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସାମିଲ ହେବେ କି ନାହିଁ, ସେ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା କରାଯାଉଥିଲା । ଯାହା ଆଜି ସୁଦ୍ଧା ସ୍ପଷ୍ଟ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ :- ଆନ୍ଦୋଳନ ବେଳେ ଗଲା ଆଉ ଜଣେ କୃଷକଙ୍କ ଜୀବନ, ମୃତ୍ୟୁସଂଖ୍ୟା 2କୁ ବୃଦ୍ଧି

ଏଠାରେ ସୂଚନାଯୋଗ୍ୟ ଯେ, ମମତାଙ୍କୁ ମନାଇବାରେ କଂଗ୍ରେସ ଏପର୍ଯ୍ୟନ୍ତ ସଫଳ ହୋଇନି । ପଶ୍ଚିମବଙ୍ଗରେ ଦିଦିଙ୍କ ତୃଣମୂଳ କଂଗ୍ରେସ ସମସ୍ତ ସଂସଦୀୟ ଆସନରେ ଏକାକୀ ଲଢିବାକୁ ଯାଉଛି । ସେହିପରି ପଞ୍ଜାବ, ଦିଲ୍ଲୀ ଓ ଚଣ୍ଡିଗଡ କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ଆମ ଆଦମୀ ପାର୍ଟି ଏକାକୀ ଲଢିବାକୁ ଯାଉଥିବା କେଜ୍ରିଓ୍ବାଲ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.