ETV Bharat / bharat

ପୁଣି ଟ୍ରେନ ଦୁର୍ଘଟଣା: ଉତ୍ତର ପ୍ରଦେଶରେ ଟ୍ରାକରୁ ଖସିଲା ‘ସାବରମତି ଏକ୍ସପ୍ରେସ୍‌’, 22ଟି ବଗି ଲାଇନଚ୍ୟୁତ, ବଡ ଷଡଯନ୍ତ୍ର ସୂଚନା ଦେଲେ ରେଳମନ୍ତ୍ରୀ - Sabarmati Express derailed

author img

By ETV Bharat Odisha Team

Published : Aug 17, 2024, 7:48 AM IST

Updated : Aug 17, 2024, 8:54 AM IST

Sabarmati Express derailed: ଉତ୍ତର ପ୍ରଦେଶରେ ଲାଇନଚ୍ୟୁତ ହେଲା ବାରାଣସୀ-ଅହମ୍ମଦାବାଦ ‘ସାବରମତୀ ଏକ୍ସପ୍ରେସ’ । କେହି ମୃତାହତ ହୋଇନଥିବା ରେଳ ମନ୍ତ୍ରୀଙ୍କ ସୂଚନା । ତଦନ୍ତ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ

ପୁଣି ଟ୍ରେନ ଦୁର୍ଘଟଣା: ଉତ୍ତର ପ୍ରଦେଶରେ ଲାଇନଚ୍ୟୁତ ହେଲା ‘ସାବରମତି ଏକ୍ସପ୍ରେସ୍‌’
ପୁଣି ଟ୍ରେନ ଦୁର୍ଘଟଣା: ଉତ୍ତର ପ୍ରଦେଶରେ ଲାଇନଚ୍ୟୁତ ହେଲା ‘ସାବରମତି ଏକ୍ସପ୍ରେସ୍‌’ (ETV Bharat Odisha)

ଲକ୍ଷ୍ନୌ: ପୁଣି ଲାଇନଚ୍ୟୁତ ହେଲା ଏକ୍ସପ୍ରେସ୍‌ ଟ୍ରେନ । ଉତ୍ତର ପ୍ରଦେଶ କାନପୁର ନିକଟରେ ସାବରମତୀ ଏକ୍ସପ୍ରେସ (19168)ର ଇଞ୍ଜିନ ସମେତ 22ଟି ବଗି ଲାଇନଚ୍ୟୁତ ହୋଇଛି । ଏଥିରେ କେହି ଯାତ୍ରୀ କିମ୍ବା ରେଳ କର୍ମଚାରୀ ମୃତାହତ ହୋଇନାହାନ୍ତି । ଟ୍ରେନଟି ଉତ୍ତର ପ୍ରଦେଶ ବାରାଣସୀରୁ ଗୁଜୁରାଟ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରୁଥିଲା । ଆଜି ରାତି ପ୍ରାୟ ସାଢେ 2ଟା ସମୟରେ କାନପୁର ଏବଂ ଭୀମସେନ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଟ୍ରାକରେ ବଡ ପଥର ଖଣ୍ଡ ପଡିଥିବାରୁ ଇଞ୍ଜିନ ଧକ୍କା ଖାଇବାରୁ 22 ଲାଇନଚ୍ୟୁତ ହୋଇଥାଏପାରେ ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ରେଳବାଇ ଟେକ୍ନିକାଲ ସପୋର୍ଟ ଟିମ୍‌ ପହଞ୍ଚି ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଯାତ୍ରୀଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଘଟଣା ସମ୍ପର୍କରେ ରଳମନ୍ତ୍ରୀଙ୍କ ଟ୍ବିଟ୍‌

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ବିଟ୍‌ କରି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ‘‘ସାବରମତୀ ଏକ୍ସପ୍ରେସ (ବାରାଣାସୀରୁ ଅମଦାବାଦ)ର ଇଞ୍ଜିନ ଟ୍ରାକରେ ଥିବା ପଥରକୁ ଧକ୍କା ଦେଇ ଆଜି ସକାଳ 2ଟା 35 ମିନିଟରେ କାନପୁର ନିକଟରେ ଲାଇନଚ୍ୟୁତ ହୋଇଛି । ଯାତ୍ରୀ କିମ୍ବା କର୍ମଚାରୀମାନେ କୌଣସି ଆଘାତ ପାଇନାହାନ୍ତି । ପୋଲିସ ଓ ଗୁଇନ୍ଦା ତଦନ୍ତ ଆରମ୍ଭ କରିଛନ୍ତି । ଉକ୍ତ ଟ୍ରେନରେ ଥିବା ଯାତ୍ରୀମାନଙ୍କ ପାଇଁ ବିକଳ୍ପ ଯାତ୍ରା ବ୍ୟବସ୍ଥା କରାଯାଇଛି,’’ ବୋଲି ରେଳ ମନ୍ତ୍ରୀ ଟ୍ବିଟରେ ଲେଖିଛନ୍ତି ।

ଉତ୍ତର ପ୍ରଦେଶରେ ଲାଇନଚ୍ୟୁତ ହେଲା ‘ସାବରମତି ଏକ୍ସପ୍ରେସ୍‌’
ଉତ୍ତର ପ୍ରଦେଶରେ ଲାଇନଚ୍ୟୁତ ହେଲା ‘ସାବରମତି ଏକ୍ସପ୍ରେସ୍‌’ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ଆଶ୍ଚର୍ଯ୍ୟ ! 12 ଦିନରେ 12 ଟ୍ରେନ ଦୁର୍ଘଟଣା; ବାଟରେ ଛକି ବସିଛି ଲୌହ ଦାନବ, ପିଉଛି ମଣିଷ ରକ୍ତ ! - TRAIN ACCIDENT IN INDIA

6ଟି ଟ୍ରେନର ରୁଟ ପରିବର୍ତ୍ତନ:

ଦୁର୍ଘଟଣା ପରେ ଉକ୍ତ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । 6ଟି ଟ୍ରନରେ ଗତିପଥ ପରିବର୍ତ୍ତନ କରିବାକୁ ପଡିଥିବା କିଛି ଟ୍ରେନ ବାତିଲ ହୋଇଛି । ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଇଟାୱା-ଦିଲ୍ଲୀ-ଝାନ୍ସି ରୁଟରେ ନିର୍ଦ୍ଧାରିତ 6ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି । କାନପୁର ସେଣ୍ଟ୍ରାଲରୁ ଚିତ୍ରକୋଟକୁ ଯାଉଥିବା (14110-14109) ଟ୍ରେନ ଓ ଖଜୁରାହୋରୁ କାନପୁର ସେଣ୍ଟ୍ରାଲକୁ ଆସୁଥିବା (04143) ଟ୍ରେନକୁ ବାତିଲ କରାଯାଇଛି । ନିକଟରେ ବାରମ୍ବାର ଟ୍ରେନ ଦୁର୍ଘଟଣା ଘଟିଛି । ବାରମ୍ବାର ଟ୍ରେନ ଦୁର୍ଘଟଣାକୁ ନେଇ ରେଳଯାତ୍ରାର ନିରପତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ଯାତ୍ରୀମାନଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 17, 2024, 8:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.