ETV Bharat / bharat

ମୋଦିଙ୍କୁ ଋଷର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କଲେ ପୁଟିନ - MODI GETS HIGHEST HONOUR IN RUSSIA

PM Modi gets Russia's highest civilian honour: ଋଷର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି । ନିଜେ ସମ୍ମାନିତ କଲେ ରାଷ୍ଟ୍ରପତି ପୁଟିନ । କୌଣସି ସମସ୍ୟାର ସମାଧାନ ଯୁଦ୍ଧ ନୁହେଁ ବରଂ କୂଟନୈତିକ ଆଲୋଚନା ବୋଲି ପୁଟିନଙ୍କୁ ପରାମର୍ଶ ଦେଲେ ମୋଦି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 9, 2024, 8:29 PM IST

ମୋଦିଙ୍କୁ ଋଷର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କଲେ ପୁଟିନ
ମୋଦିଙ୍କୁ ଋଷର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କଲେ ପୁଟିନ (ETV Bharat Odisha)

ନୂଆଦିଲ୍ଲୀ: ଋଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କଲେ ସ୍ଥାନୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏକ ଭବ୍ୟ ସମାରୋହରେ ଋଷର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରୁ ଦି ପ୍ରେଷ୍ଟେଲ’ ସମ୍ମାନ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିଜେ ରାଷ୍ଟ୍ରପତି ପୁଟିନ ମୋଦିଙ୍କୁ ସମ୍ମାନିତ କରିବା ସହ ତାଙ୍କ ସୁସ୍ଥ ଜୀବନର କାମନା କରିଛନ୍ତି । ପ୍ରଧାନନ୍ତ୍ରୀ ମୋଦି ମଧ୍ୟ ଆତିଥ୍ୟତା ଓ ଏହି ସମ୍ମାନ ପାଇଁ ପୁଟିନଙ୍କୁ ଧନ୍ୟବାଦ ଦେଇଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନ ଗ୍ରହଣ କରିସାରିଥିବା ବେଳେ ଏହି କ୍ରମରେ ଋଷର ନାମ ମଧ୍ୟ ଯୋଡି ହୋଇଛି ।

ଏହାପୂର୍ବରୁ ଋଷ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଆଜି କ୍ରେମଲିନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ଏହି ଶିଖର ଆଲୋଚନାରେ ଦୁଇ ଦେଶର ଦ୍ବିପାକ୍ଷିକ ପ୍ରସଙ୍ଗ ସହ ବୈଶ୍ବିକ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା । ଏହା ମଧ୍ୟରେ ଋଷ-ୟୁକ୍ରେନ ଯୁଦ୍ଧ ଓ ଏହାର ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା । ପୂର୍ବ ପରି ପ୍ରଧାନମନ୍ତ୍ରୀ ମୋଦି ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ଦ୍ବନ୍ଦ୍ବର ସମାଧାନ ଯୁଦ୍ଧ ନୁହେଁ ବରଂ କୂଟନୈତିକ ଆଲୋଚନା ବୋଲି କହିଛନ୍ତି । ଆତଙ୍କବାଦ ବିରୋଧରେ ବିଶ୍ବ ସମୁଦାୟ ଏକାଠି ଲଢିବାର ସମୟ ଆସିଛି ବୋଲି ମୋଦି କହିଛନ୍ତି । କୌଣସି ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସର୍ବଦା ପ୍ରସ୍ତୁତ ବୋଲି ମଧ୍ୟ କହି ମୋଦି ନୂଆଦିଲ୍ଲୀର ଆଭିମୁଖ୍ୟକୁ ପୁଣି ଥରେ ସ୍ପଷ୍ଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆତଙ୍କବାଦର ପରିଣାମ କେତେ ଭୟଙ୍କର ସେକଥା ଭାରତ ସ୍ପଷ୍ଟ ଭାବେ ଅନୁଭବ କରିଛି । ଆତଙ୍କବାଦର ପୀଡାକୁ ଭାରତ ପ୍ରତ୍ୟକ୍ଷ ଭାବେ ସହ୍ୟ କରିଛି । ଗତ 40-50 ବର୍ଷ ଧରି ଭାରତ ଆତଙ୍କବାଦର ସମ୍ମୁଖୀନ ହୋଇଆସୁଛି । ଆତଙ୍କବାଦ କେତେ ଭୟଙ୍କର ଏବଂ ଘୃଣ୍ୟ, ଆମେ ଏହାର ସମ୍ମୁଖୀନ ହୋଇଛୁ ବୋଲି ମୋଦି କହିଛନ୍ତି ।

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦି ଗତ 10 ବର୍ଷ ମଧ୍ୟରେ ପ୍ରାୟ 15ଟି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରହଣ କରିଛନ୍ତି । ଏହି ତାଲିକାରେ ଅନେକ ଇସଲାମୀୟ ଦେଶ ମଧ୍ୟ ରହିଛନ୍ତି । ଜଣେ ବିଶ୍ୱସ୍ତରୀୟ ନେତା ଭାବେ ମୋଦିଙ୍କ ପରିଚୟ କ୍ରମାଗତ ବଳିଷ୍ଠ ହେବାରେ ଲାଗିଛି । ବିଭିନ୍ନ ଅନ୍ତର୍ଜାତୀୟ ସଙ୍କଟର ସମାଧାନ ଦିଗରେ ଭାରତ ପ୍ରଭାବୀ ରାଷ୍ଟ୍ର ଭାବେ ପରିଚୟ ସୃଷ୍ଟି କରିଛି । ଋଷ-ୟୁକ୍ରେନ ଓ ଇସ୍ରାଏଲ- ପାଲେଷ୍ଟାଇନ ସଂଘର୍ଷ ଘଟଣାରେ ଭାରତ ଗୋଷ୍ଠୀ ନିରପେକ୍ଷତା ବଜାୟ ରଖି ମାନବୀୟ ଦୃଷ୍ଟିକୋଣ ସହ ବିଶ୍ବ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛି । ଉଭୟ ଯୁଦ୍ଧ ବେଳେ ଭାରତ ମାନବୀୟ ସହୟତା ପ୍ରଦାନକୁ ନିଶ୍ଚିତ କରିଥିଲା ।

ଋଷ ଓ ଭାରତ ମଧ୍ୟରେ ପ୍ରାରମ୍ଭରୁ ଏକ ଦୃଢ ବନ୍ଧୁତା ରହିଆସିଛି । ସାମ୍ୟବାଦୀ ଋଷ ଓ ଗଣତନ୍ତ୍ର ରାଷ୍ଟ୍ର ଭାରତ ମଧ୍ୟରେ ଥିବା ଦ୍ବିପାକ୍ଷିକ ସହଯୋଗ ବିଶ୍ବ ରଣନୈତିକ ଇତିହାସରେ ଏକ ଉଦାହରଣ ସୃଷ୍ଟି କରିଛି । ବିଭିନ୍ନ ଯୁଦ୍ଧ ସମୟରେ ଓ ଅନ୍ତର୍ଜାତୀୟ ମଞ୍ଚରେ ଋଷ, ଭାରତକୁ ଖୋଲା ସମର୍ଥନ ଦେଇଆସିଛି । ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟତା ଦେବା ପ୍ରସଙ୍ଗରେ ମଧ୍ୟ ଭାରତ ସର୍ବଦା ଋଷର ସହଯୋଗ ଓ ସମର୍ଥନ ପାଇ ଆସିଛି ।

ଏହା ମଧ୍ୟ ପଢନ୍ତୁ :-ଏହା ମଧ୍ୟ ପଢନ୍ତୁ :- ଋଷ ରାଷ୍ଟ୍ରପତିଙ୍କ ବାସଭବନରେ ମୋଦି-ପୁଟିନ ଭେଟ; ଇଲେକ୍ଟ୍ରିକ କାର୍‌ରେ ବୁଲିଲେ ମୋଦି, ଏକାଠି ଡିନର୍ କଲେ

ସ୍ବାଧୀନତା ପରେ ଭାରତରେ ଏକାଧିକ ଥର ସରକାର ପରିବର୍ତ୍ତନ ହେବା ସତ୍ତ୍ବେ ମଧ୍ୟ ଦୁଇ ଦେଶର ବନ୍ଧୁତାରେ କୌଣସି ପ୍ରଭାବ ପିଡିନି । ପ୍ରଧାନମନ୍ତ୍ରୀ ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଋଷ ଗସ୍ତ କରିଛନ୍ତି । ଏହି ଅବସରରେ ତାଙ୍କୁ ଋଷ ପକ୍ଷରୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.