ETV Bharat / bharat

ଋଷ ସେନାର ସୁରକ୍ଷା କବଚ 'ଭାରତରେ ପ୍ରସ୍ତୁତ ଜୋତା', ଜାଣନ୍ତୁ କେଉଁଠି ହେଉଛି ପ୍ରସ୍ତୁତ - INDIAN SHOES IN RUSSIAN ARMY - INDIAN SHOES IN RUSSIAN ARMY

INDIAN SHOES IN RUSSIAN ARMY: ଋଷ ସୈନିକଙ୍କ ପାଦରେ ଭାରତ ନିର୍ମିତ ଜୋତା । ରପ୍ତାନୀ ହେଉଛି ବିହାରରେ ନିର୍ମିତ ସେଫ୍ଟି ସୁଜ୍‌ । ଯେକୌଣସି ପ୍ରତିକୂଳ ସ୍ଥିତିରେ ସୈନିକଙ୍କ ପାଦ ପାଇଁ ସୁରକ୍ଷା କବଚ । ଅଧିକ ପଢନ୍ତୁ

ଋଷ ସେନାର ସୁରକ୍ଷା କବଚ ଭାରତ ପ୍ରସ୍ତୁତ ଜୋତା, ଜାଣନ୍ତୁ କେଉଁଠି ହେଉଛି ପ୍ରସ୍ତୁତ
ଋଷ ସେନାର ସୁରକ୍ଷା କବଚ ଭାରତ ପ୍ରସ୍ତୁତ ଜୋତା, ଜାଣନ୍ତୁ କେଉଁଠି ହେଉଛି ପ୍ରସ୍ତୁତ (ETV Bharat Odisha)
author img

By ETV Bharat Odisha Team

Published : Jul 9, 2024, 7:01 PM IST

ପାଟନା: ସାମରିକ ଦୃଷ୍ଟିକୋଣରୁ ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଦେଶ ହେଉଛି ସୋଭିଏତ ଋଷ । ଋଷ ଓ ଭାରତର ବନ୍ଧୁତା ସମ୍ପର୍କରେ ସମସ୍ତେ ଜାଣନ୍ତି । ଋଷରୁ ଭାରତ ଅନେକ ଯୁଦ୍ଧାସ୍ତ୍ର କ୍ରୟ କରିଛି । ଋଷ ମଧ୍ୟ କିଛି ସାମଗ୍ରୀ ଭାରତରୁ ଆମଦାନୀ କରିଥାଏ । ହେଲେ ବିଶ୍ବ ସାମରିକ ଦୃଶ୍ୟପଟ୍ଟରେ ବେଶ ଶକ୍ତିଶାଳୀ ଭୂମିକାରେ ଥିବା ଋଷ ସେନାରେ ବ୍ୟବୃହତ ହେଉଛି ଭାରତ ନିର୍ମିତ ସାମଗ୍ରୀ । ବିହାରର ବୈଶାଳୀରେ ପ୍ରସ୍ତୁତ ହେଉଥିବା ଉଚ୍ଚମାନର ଜୋତାକୁ ବ୍ୟବହାର କରୁଛନ୍ତି ଋଷୀୟ ସୈନିକ । ଯୁଦ୍ଧକ୍ଷେତ୍ର ହେଉ କି ସାମରିକ ମିଶନରେ ଅତି ପ୍ରତିକୂଳ ପରିସ୍ଥିତି, ସବୁ ସମୟରେ ଋଷ ସୈନିକଙ୍କ ପାଦରେ ରହିଛି ଭାରତୀୟ ଜୋତା । ଯାହାକି ବୈଶ୍ବିକ ବଜାରରେ ଆତ୍ମନିର୍ଭର ଭାରତ ମିଶନରେ ପ୍ରସ୍ତୁତ ସାମଗ୍ରୀର ଗୁଣବତ୍ତାର ପରିଚୟ ଦେଉଛି ।

ଋଷ ସେନାରେ ବ୍ୟବହୃତ ହେଉଛି ଭାରତରେ ତିଆରି ଜୋତା
ଋଷ ସେନାରେ ବ୍ୟବହୃତ ହେଉଛି ଭାରତରେ ତିଆରି ଜୋତା (ETV Bharat Odisha)

କେଉଁଠି ପ୍ରସ୍ତୁତ ହେଉଛି ଏହି ଜୋତା:-

ବିହାରର ବୈଶାଳୀ ଜିଲ୍ଲାର ଜାଜିପୁର ‘କମ୍ପିଟେନ୍ସ ଏକ୍ସପର୍ଟ ପ୍ରାଇଭେଟ ଲିମିଟେଡ’ ଏହି ଜୋତା ନିର୍ମାଣ କରି ଋଷ ସେନା ପାଇଁ ରପ୍ତାନୀ କରୁଛି । 2018 ମସିହାରୁ ଏହି କମ୍ପାନୀ ଦ୍ବାରା ପ୍ରସ୍ତୁତ ହୋଇଥିବା ଜୋତାକୁ ଋଷ ଆମଦାନୀ କରୁଛି । ଏହା ଅନ୍ୟ କୌଣସି ଉଦ୍ଦେଶ୍ୟରେ ନୁହେଁ ବରଂ ସେନାରେ ଯବାନଙ୍କ ବ୍ୟବହାର୍ଯ୍ୟ ଉଦ୍ଦେଶ୍ୟରେ । କମ୍ପାନୀର ଜେନେରାଲ ମ୍ୟାନେଜର ଶିବ କୁମାର ରୟ କୁହନ୍ତି, "ଆମେ 2018ରେ ହାଜିପୁରରେ ଉତ୍ପାଦନ ଆରମ୍ଭ କରିଛୁ । ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୃଷ୍ଟି କରିବା ଆମର ପ୍ରମୁଖ ଲକ୍ଷ୍ୟ । ଏବେ ଆମ ପ୍ରଡକ୍ଟ କେବଳ ଋଷକୁ ରପ୍ତାନୀ ହେଉଛି । ଏହାକୁ ଅନ୍ୟ ୟୁରୋପୀୟ ଦେଶକୁ ମଧ୍ୟ ରପ୍ତାନୀ କରିବାର ଲକ୍ଷ୍ୟ ରଖାଯାଇଛି । ସେ ବାବଦରେ ଆମେ କାର୍ଯ୍ୟ ଜାରି ରଖିଛୁ । ପରେ ଆମେ ଘରୋଇ ବଜାରରେ ମଧ୍ୟ ପ୍ରବେଶ କରିବୁ ।"

ଋଷ ଦ୍ବାରା କରାଯାଉଥିବା ଅର୍ଡରର ଗୁଣବତ୍ତା ସମ୍ପର୍କରେ ସୂଚନା ଦେଇ ଶିବ କୁମାର କହିଛନ୍ତି, "ଋଷର ସେନା ଆବଶ୍ୟକତା ହେଉଛି ହାଲୁକା, ସ୍ଲିପ୍‌ ପ୍ରତିରୋଧୀ ଜୋତା । ଯାହା -40 ଡିଗ୍ରୀ ସେଲସିୟସ୍‌ ଭଳି ଅତିପ୍ରତିକୂଳ ପାଣିପାଗରେ ନଷ୍ଟ ନହେବା ଓ ପାଦକୁ ସୁରକ୍ଷା ଦେବାର ସକ୍ଷମ ହେବା ପରି ଗୁଣବତ୍ତା ସହ ପ୍ରସ୍ତୁତ ହେବା ଜରୁରୀ । ସେହି ସବୁ ପରିସ୍ଥିତିକୁ ଧ୍ୟାନରେ ରଖି ଆମେ ସେଫ୍ଟି ଜୋତା ତିଆରି କରୁଛୁ । କେବଳ ହାଜିପୁରରେ ନୁହେଁ, ଆମେ ଋଷକୁ ଭାରତର ବୃହତ୍ତମ ରପ୍ତାନିକାରୀ ଭାବେ ମାନ୍ୟତା ପାଇଛୁ । ଦିନକୁ ଦିନ ରପ୍ତାନୀ ପରିମାଣ ବୃଦ୍ଧି ପାଇବ ବୋଲି ଆମେ ଆଶା କରୁଛୁ ।"

ଏହା ମଧ୍ୟ ପଢନ୍ତୁ :- ବର୍ଷାଦିନେ ଏହି ପନିପରିବାଠାରୁ ରୁହନ୍ତୁ ସତର୍କ, ନଚେତ ବଢ଼ିପାରେ ସଂକ୍ରମଣ - Vegetables To Avoid In Monsoon

ଶିବ କୁମାର ରୟ କହିଛନ୍ତି, ‘‘ମହିଳାମାନଙ୍କୁ ସର୍ବାଧିକ ରୋଜଗାର ଯୋଗାଇବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ । ଏବେ କମ୍ପାନୀରେ କାର୍ଯ୍ୟରତ ମୋଟ 300 କର୍ମଚାରୀଙ୍କ ମଧ୍ୟରୁ 70% କେବଳ ମହିଳା ଅଛନ୍ତି । ଆମେ ଗତବର୍ଷ 1.5 ମିଲିୟନ୍ ଯୋଡି ଜୋତା ରପ୍ତାନି କରିଥିଲୁ । ଯାହାର ମୂଲ୍ୟ ପ୍ରାୟ 100 କୋଟି ଟଙ୍କା ହେବ । ଆସନ୍ତାବର୍ଷ ଏହି ପରିମାଣ 50% ବୃଦ୍ଧି ପାଇବ ବୋଲି ଆଶା କରୁଛୁ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.