ETV Bharat / bharat

ତାମିଲନାଡୁ BSP ମୁଖ୍ୟ ହତ୍ୟା ଘଟଣା, ଏନକାଉଣ୍ଟରରେ ଟଳିଲା ଅଭିଯୁକ୍ତ - Armstrong murder case

author img

By ETV Bharat Odisha Team

Published : Jul 14, 2024, 5:51 PM IST

Chennai Armstrong murder case: ପୋଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ । ଥିଲା 2 ହତ୍ୟାକାଣ୍ଡ ସହ 5ରୁ ଅଧିକ ସଙ୍ଗୀନ ମାମଲା । ପୋଲିସ ଗିରଫ କରିବା ବେଳେ ଗୁଳି ଚଳାଇ ଖସିଯିବାକୁ କରିଥିଲା ଉଦ୍ୟମ । ଅଧିକ ପଢନ୍ତୁ

ତାମିଲନାଡୁ BSP ମୁଖ୍ୟ ହତ୍ୟା ଘଟଣା: ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ
ତାମିଲନାଡୁ BSP ମୁଖ୍ୟ ହତ୍ୟା ଘଟଣା: ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ (ETV Bharat Odisha)

ଚେନ୍ନାଇ: ତାମିଲନାଡୁର ବହୁଜନ ସମାଜବାଦୀ ପାର୍ଟି (BSP) ରାଜ୍ୟ ସଭାପତି କେ.ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ପୋଲିସ ଗୁଳିରେ ପ୍ରାଣ ହରାଇଛି । ଅଭିଯୁକ୍ତକର ନାମ ଥିରୁବଙ୍ଗଦମ । ସେ ପୂର୍ବରୁ ମଧ୍ୟ ଏକାଧିକ ହତ୍ୟା ମାମଲାରେ ସମ୍ପୃକ୍ତ ଥିଲା । ଏହି ହାଇପ୍ରୋଫାଇଲ ହତ୍ୟା ଘଟଣାରେ ପୋଲିସ ତାକୁ ଗିରଫ କରିବାକୁ ପ୍ରୟାସ କରିବା ବେଳେ ସେ ପୋଲିସକୁ ଗୁଳିମାଡ କରି ଖସିଯିବାକୁ ଉଦ୍ୟମ କରିଥିଲା । ଫଳରେ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା । ଏଥିରେ ସେ ଗୁରୁତର ହୋଇଥିଲା । ତାକୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ତାମିଲନାଡୁ BSP ମୁଖ୍ୟ ହତ୍ୟା ଘଟଣା: ପୋଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ
ତାମିଲନାଡୁ BSP ମୁଖ୍ୟ ହତ୍ୟା ଘଟଣା: ପୋଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ (ETV Bharat Odisha)

ପୋଲିସ ରେକର୍ଡ ଅନୁସାରେ, ଅଭିଯୁକ୍ତ ନାମରେ ପୂର୍ବରୁ ମଧ୍ୟ ଏକାଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି । ଏକାଧିକ ମାମଲାରେ ସେ ଫେରାର ଆସାମୀ ଥିଲା । ସେ 5ଟି ସଙ୍ଗୀନ ମାମଲାରେ ପୋଲିସ ରେକର୍ଡରେ ଓ୍ବାଣ୍ଟେଡ ତାଲିକାରେ ଥିଲା । ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟାରେ ତାର ଭୂମିକା ସମ୍ପର୍କରେ କିଛି ଜଣା ପଡିନଥିଲେ ସୁଦ୍ଧା ଏହା ରାଜନୈତିକ ହତ୍ୟା କିମ୍ବା ସୁପାରୀ କିଲିଂ ହୋଇଥିବା ନେଇ ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି ।

ତାମିଲନାଡୁ BSP ମୁଖ୍ୟ ହତ୍ୟା ଘଟଣା
ତାମିଲନାଡୁ BSP ମୁଖ୍ୟ ହତ୍ୟା ଘଟଣା (ETV Bharat Odisha)

ଚଳିତମାସ (ଜୁଲାଇ) 5 ତାରିଖରେ ତାମିଲନାଡୁ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ରାଜ୍ୟ ସଭାପତି କେ ଆର୍ମଷ୍ଟ୍ରଙ୍ଗଙ୍କୁ ଏକାଧିକ ଅଜଣା ଆତତାୟୀ ତାଙ୍କ ଘର ନିକଟରେ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ପରେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଥିଲା । ‘ବିଏସପି’ ସୁପ୍ରିମୋ ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଚେନ୍ନାଇ ଗସ୍ତ କରି ଆର୍ମଷ୍ଟ୍ରଙ୍ଗକୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ଷ୍ଟାଲିନ ସରକାର ଉପରେ ବର୍ଷିଥିଲେ । ସେତେବେଳେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ।

ଏହା ମଧ୍ୟ ପଢନ୍ତୁ :- ତାମିଲନାଡୁ BSP ରାଜ୍ୟ ସଭାପତିଙ୍କୁ ଘର ସମ୍ମୁଖରେ ହତ୍ୟା - Tamil Nadu BSP chief killed

ଏକାଧିକ ପୋଲିସ ଟିମ ଏହି ରାଜନୈତିକ ହତ୍ୟାକାଣ୍ଡର ତଦନ୍ତରେ ଲାଗିଥିଲା । ଏପର୍ଯ୍ୟନ୍ତ 11 ଅଭିଯୁକ୍ତ ଗିରଫ ହୋଇସାରିଲେଣି । ସେମାନଙ୍କ ମଧ୍ୟରେ ଏକାଧିକ ଅଭ୍ୟାସଗତ ଅପରାଧୀ ମଧ୍ୟ ଅଛନ୍ତି । ଆଜି ଜଣେ ଅଭିଯୁକ୍ତ ଏନକାଉଣ୍ଟରରେ ଟଳିଛି । ଅନ୍ୟ କିଛି ଫେରାର ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ସେମାନେ ମଧ୍ୟ ଖୁବଶୀଘ୍ର ପୋଲିସ ରାଡାରକୁ ଆସିବା ନେଇ ତାମିଲନାଡୁ ପୋଲିସ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.