ETV Bharat / bharat

ସୋରିଷ କ୍ଷେତରେ ଲୁଚିଛି ବାଘ, ଧରିବାରେ ନାକେଦମ ବନବିଭାଗ

author img

By ETV Bharat Odisha Team

Published : Jan 22, 2024, 6:54 AM IST

Rewari Tiger Attacks Forest Team: ହରିୟାଣା ରେୱାରୀରେ ସୋରିଷ କ୍ଷେତରେ ଲୁଚିଛି ବାଘ । ବାଘ ଆକ୍ରମଣରେ ଦୁଇ ବନ କର୍ମଚାରୀ ଆହାତ । ବାଘକୁ ଧରିବା ପାଇଁ ନାକେଦମ ନବ ବିଭଗ । ଅଧିକ ପଢନ୍ତୁ

ଶୋରିଷ କ୍ଷେତରେ ଲୁଚିଛି ବାଘ , ଧରିବାରେ ବନ ବିଭାଗ ଫେଲ

ଚଣ୍ଡିଗଡ଼: ହରିୟାଣାର ରେୱାରୀରେ ବାଘ ଆତଙ୍କ । ତିନି ଦିନ ହେଲା ଖୋଲା ଖୋଲି ଭାବେ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ହେଲେ ବନ ବିଭାଗ ବର୍ତ୍ତମାନ ସୁଧା ବାଘକୁ ଧରିବାରେ ବିପଳ ହୋଇଛି । ଏହାରି ଭିତରେ ସାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏପରିକି କୃଷକମାନେ ରାତିରେ କ୍ଷେତକୁ ଯିବା ବନ୍ଦ କରିଦେଇଛନ୍ତି । ଯେଉଁଥିପାଇଁ ଫସଲର ଜଳସେଚନ ଯଥେଷ୍ଟ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି । ଲୋକମାନେ ଯଥାଶୀଘ୍ର ବାଘକୁ ଧରିବାକୁ ପ୍ରଶାସନ ପାଖରେ ଦାବି କରିଛନ୍ତି । ହେଲେ ବାଘକୁ ଧରିବା ପାଇଁ ରାଜସ୍ଥାନର ସରିସ୍କା ଠାରୁ ଆସିଥିବା ବନ ବିଭାଗ ଟିମର ଦୁଇଜଣ କର୍ମଚାରୀ ବାଘ ଆକ୍ରମଣ ଶିକାର ହୋଇଛନ୍ତି ।

ଗତକାଲି (ରବିବାର) ଅପରାହ୍ନରେ ରାଜସ୍ଥାନର ସରିସ୍କା ବନ ବିଭାଗ ଟିମ ରେୱାରୀ ଜିଲ୍ଲାର ବନ ବିଭାଗ ଟିମ ସହ ମିସି ଭଟସାନା ଏବଂ ଯାଦଲ ନିକଟରେ ବାଘକୁ ଖୋଜୁଥିଲେ । ବାଘକୁ ଖୋଜିବା ପାଇଁ ଡ୍ରୋନ୍ କ୍ୟାମେରାର ସାହାଯ୍ୟ ମଧ୍ୟ ନିଆଯାଇଥିଲା । ହେଲେ ବାଘଟି ସୋରିଷ କ୍ଷେତରେ ରହିଥିବା ଯୋଗୁଁ ବନ ବିଭାଗକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । କାରଣ ସୋରିଷର ହଳଦିଆ ଫୁଲରେ ବାଘଟି ଲୁଚାଇବା ସହଜ ହେଉଥିଲା । ବନ ବିଭାଗର ସମସ୍ତ ଉଦ୍ୟମକୁ ପଣ୍ଡ କରୁଥିଲା ବାଘ । ବାଘଟି ବାରମ୍ବାର ନିଜର ସ୍ଥାନ ପରିବର୍ତ୍ତନ କରୁଥିବାରୁ ବନ ବିଭାଗକୁ ବହୁତ କସରତ କରିବା ପାଇଁ ପଡିଛି । ଏହାରି ଭିତରେ ବାଘଟି ଦୁଇ ବନ କର୍ମଚାରୀଙ୍କୁ ଆକ୍ରମଣ କରିଛି । ବର୍ତ୍ତମାନ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ......ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି କଳା ବାଘ ପରିବାର, କ୍ୟାମେରାରେ କଏଦ ବିରଳ ଦୃଶ୍ୟ

ବନ ବିଭାଗ ଟିମ ପ୍ରଥମେ ଭଟସାନାର ବାବା ବିଶ୍ବସ ମନ୍ଦିର ନିକଟରେ ଏହାର ପାଦଚିହ୍ନ ଦେଖିଥିଲେ । ଏହା ପରେ ଭଟସାନା ଠାରୁ ଯାଦଲ ରାସ୍ତାରେ ବାଘର ପାଦଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା । ବନ ବିଭାଗ ତାଙ୍କୁ ଖୋଜୁଥିବାବେଳେ ବାଘଟି ହଠାତ୍ ଗର୍ଜନ କରି ଦୁଇ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା ।

ତେବେ ବାଘ ଆକ୍ରମଣରେ ଜଣେ କର୍ମଚାରୀ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ । ଏହାପରେ ଅନ୍ୟ ଜଣେ କର୍ମଚାରୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଉଭୟକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାପରେ ବାଘଟି ଶୋରିଷ କ୍ଷେତକୁ ପଳାଇଥିଲା । ବର୍ତ୍ତମାନ ପ୍ରଶାସନ ଜେସିବି ସାହାଯ୍ୟରେ ଶୋରିଷ ଫସଲ ହଟାଇ ବାଘକୁ ଖୋଜା ଆରମ୍ଭ କରିଛି । ବର୍ତ୍ତମାନ ଏହି ଅଞ୍ଚଳରେ ଏକ ପ୍ରକାର ଭୟବାତାବର ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.