ETV Bharat / bharat

ଆଜି ନୂଆ ଫସଲର ପର୍ବ 'ବୈଶାଖୀ'ରେ ଉତ୍ସବମୁଖର ଦେଶ - Solar New Year - SOLAR NEW YEAR

Solar New Year: ଆଜି ଶିଖ ସମ୍ପ୍ରଦାୟଙ୍କ 'ବୈଶାଖୀ ପର୍ବ' । ଏହାକୁ ଭିନ୍ନ ଭିନ୍ନ ନାମରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି । ଅଧିକ ପଢନ୍ତୁ

Solar New Year
Solar New Year
author img

By ETV Bharat Odisha Team

Published : Apr 13, 2024, 1:51 PM IST

ହାଇଦ୍ରାବାଦ: ଭାରତରେ 'ବୈଶାଖୀ ପର୍ବ' ଖୁବ ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଥାଏ । ଏହା ମୁଖ୍ୟତଃ ଶିଖ ସମ୍ପ୍ରଦାୟର ଲୋକଙ୍କ ବଡ଼ ପର୍ବ । ହେଲେ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହାକୁ ଶ୍ରଦ୍ଧା ଓ ଭକ୍ତିର ସହକାରେ ପାଳନ କରିଥାନ୍ତି । ଏହି ପର୍ବ ହେଉଛି 'ନୂଆ ଫସଲ'ର ପ୍ରତୀକ । ପ୍ରାଚୀନ କାଳରେ 'କୃଷି'କୁ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିଲା । ଧାର୍ମିକ ମାନ୍ୟତା ବିଷୟରେ କହିବାକୁ ଗଲେ, ଏହି ଦିନ 'ଖାଲସା ପଥ'ର ସ୍ଥାପନା କରାୟାଇଥିଲା ।

Solar New Year
Solar New Year

ଶିଖର ଦଶମ ଗୁରୁ, 'ଗୁରୁ ଗୋବିନ୍ଦ ସିଂ' ଏହି ଖାଲସା ପଥର ସ୍ଥାପନା କରିବା ସହ ସମାଜକୁ ଦେଇଥିଲେ ଏକତାର ବାର୍ତ୍ତା । ଆଜିର ଦିନରେ 'ଖାଲସା ପଥ' ସ୍ଥାପିତ ହୋଇଥିଲା । ଆଉ ସମାନତା ଏବଂ ଭାଇଚାରାର ବାର୍ତ୍ତା ଦିଆଯାଇଥିଲା । 'ବୈଶାଖୀ ପର୍ବ' ପାଳନ ପରମ୍ପରା ପ୍ରଥମେ ଗୁରୁଦ୍ବାରରେ ଆରମ୍ଭ ହୋଇଥିଲା । ଏହି ଅବସରରେ ଗୁରୁଦ୍ବାରକୁ ସୁସଜ୍ଜିତ କରାଯାଇଥାଏ । ଏହାପରେ ଭଜନ କୀର୍ତ୍ତନର ଏକ ଶୋଭାଯାତ୍ରା ପରିକ୍ରମାରେ ବାହାରିଥାଏ । ଏହି ଶୋଭାଯାତ୍ରା ମାଧ୍ୟମରେ ଗୁରୁ ଗ୍ରନ୍ଥ ସାହେବ ପାଠ କରାଯାଏ । ଏହାସହ ଶ୍ରଦ୍ଧାଳୁଙ୍କ ପାଇଁ ନିଶୁଳ୍କ ଭୋଜନର ବନ୍ଦୋବସ୍ତ ମଧ୍ୟ କରାଯାଇଥାଏ । ଏପରିକି ଅନେକ ଲୋକ ଏହି ଦିନରେ 'ଶିଖ ଧର୍ମ' ଦୀକ୍ଷା ଗ୍ରହଣ କରନ୍ତି ।

ଏହା ମଧ୍ୟ ପଢନ୍ତୁ...ଦୂର ହେଲା ପାଞ୍ଜି ଦ୍ବନ୍ଦ୍ବ; ଏପ୍ରିଲ ୧୪ରେ ମହାବିଷୁବ ପଣା ସଂକ୍ରାନ୍ତି

ଏହା ବି ପଢନ୍ତୁ...ମୟୂରଭଞ୍ଜରେ ଆରମ୍ଭ ପ୍ରସିଦ୍ଧ ଚୈତ୍ର ପର୍ବ, ବୀର ବାଦ୍ୟର ତାଳେ ତାଳେ ଦୁଲୁକିଲା ମଞ୍ଚ - Chhau Nrutya Mahotsav

କୁହାଯାଏ ଯେ, ପୃଥିବୀରେ ଗଙ୍ଗା ଅବତରଣ ପାଇଁ ତପସ୍ୟା କରିଥିଲେ ମହାରାଜ ଭଗୀରଥ । ଆଜିର ଦିନରେ ତାଙ୍କୁ ବରଦାନ ମିଳିଥିଲା ଓ ତପସ୍ୟା ପୂରଣ ହୋଇଥିଲା । ଆଜି ସୂର୍ଯ୍ୟ ନବ ବର୍ଷ ବା ମେଷ ସଂକ୍ରାନ୍ତି । ଆଜିର ଦିନରେ ସୂର୍ଯ୍ୟ ବର୍ଷେ ପରେ ପ୍ରଥମ ରାଶି 'ମେଷ ରାଶି'ରେ ପ୍ରବେଶ କରନ୍ତି । ତେଣୁ ଆଜିର ଦିନରେ 'ଗଙ୍ଗା ସ୍ନାନ' ଏବଂ 'ଅନ୍ନ ଦାନ'ର ବିଶେଷ ମହତ୍ତ୍ବ ରହିଛି । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିଥାନ୍ତି । ଯେପରିକି ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତି, ପଶ୍ଚିମବଙ୍ଗରେ ବାଂଲା ନବବର୍ଷ, ତାମିଲନାଡୁରେ ପୁନଥାଡୁ, ଆସାମରେ ବୋହାଗ ବିହୁ, କେରଳରେ ବିଷୁ ଭାବରେ ପାଳନ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.