ETV Bharat / bharat

ମୋବାଇଲ ଗ୍ରାହକଙ୍କୁ ରିଚାର୍ଜ ମାଡ: ଆଜିଠୁ ମହଙ୍ଗା ହେଲା ପ୍ଲାନ, ଜାଣନ୍ତୁ କେତେ ଟଙ୍କା ଗଣିବେ ? - Jio Airtel recharge plan hike

author img

By ETV Bharat Odisha Team

Published : Jul 3, 2024, 7:28 AM IST

Jio, Airtel recharge plan hike: ମହଙ୍ଗା ହେଲା ରିଚାର୍ଜ ପ୍ଲାନ । ଆଜିଠୁ ଲାଗୁ ହେଲା ଜିଓ ଏବଂ ଏୟାରଟେଲ ନୂଆ ପ୍ଲାନ । ଜିଓ ମୋବାଇଲ୍ ସେବା 12 ରୁ 27 ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ଏୟାରଟେଲ ସେବା ୧୦ରୁ ୨୧ ପ୍ରତିଶତ ବୃଦ୍ଧି ପାଇଛି । ଜାଣନ୍ତୁ କେତେ ବଢିଛି ରିଚାର୍ଜ ପ୍ଲାନ..

Jio, Airtel recharge plan hike
Jio, Airtel recharge plan hike (ETV Bharat Odisha)

ହାଇଦ୍ରାବାଦ: ଗ୍ରାହକଙ୍କ ଉପରେ ରିଚାର୍ଜ ମାଡ । ଆଜିଠୁ ମହଙ୍ଗା ହେଲା ରିଚାର୍ଜ । ଟେଲିକମ୍ ଅପରେଟର କମ୍ପାନୀ ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ନିଜର ରିଚାର୍ଜ ପ୍ଲାନ ବୃଦ୍ଧି କରିବା ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି । ଆଜି (ବୁଧବାର)ଠୁ ଜିଓ ଏବଂ ଏୟାରଟେଲ ନିଜ ନୂଆ ପ୍ଲାନ ଗ୍ରାହକଙ୍କୁ ପାଇଁ ଲାଗୁ କରିଛି । ଜିଓ ମୋବାଇଲ୍ ସେବା 12 ରୁ 27 ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ଏୟାରଟେଲ ସେବା ୧୦ରୁ ୨୧ ପ୍ରତିଶତ ବୃଦ୍ଧି ପାଇଛି । ଫଳରେ ଉଭୟ ଜିଓ ଏବଂ ଏୟାରଟେଲର ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ମୋବାଇଲ ରିଚାର୍ଜ ପ୍ଲାନ ମହଙ୍ଗା ହୋଇଛି ।

ଜିଓ ପ୍ଲାନ କେତେ ମହଙ୍ଗା ହୋଇଛି ?

ରିଲାଏନ୍ସ ଜିଓର ମୂଳ ପ୍ଲାନ ୧୫୫ ଟଙ୍କା ଥିବା ବେଳେ ଏବଂ ଏହା ବୈଧତା ୨୮ ଦିନ ଥିଲା । ଯାହାର ମୂଲ୍ୟ ବର୍ତ୍ତମାନ ୧୮୯ ଟଙ୍କାକୁ ବୃଦ୍ଧି ପାଇଛି । ଦ୍ୱିତୀୟ ପ୍ଲାନ ୨୦୯ ଟଙ୍କା ଥିଲା ଯାହା ୨୪୯ ଟଙ୍କାକୁ ବୃଦ୍ଧି ପାଇଛି । ଏହି ପ୍ଲାନଗୁଡିକର ଡାଟା ଲାଭରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହାସହ ୨୩୯ ଟଙ୍କା ପ୍ଲାନର ମୂଲ୍ୟ ଯାହା ଅସୀମିତ 5G ଡାଟା ପ୍ରଦାନ କରେ ୨୯୯ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ଯୋଜନାରେ, ୟୁଜର୍ସମାନେ କେବଳ ୨୮ ଦିନ ପାଇଁ ଲାଭ ଉଠାଇପାରିବେ ।

Jio new recharge plan
Jio new recharge plan (ETV Bharat Odisha)

ଏୟାରଟେଲ ପ୍ଲାନ କେତେ ମହଙ୍ଗା ହୋଇଛି?

ଏୟାରଟେଲ ପ୍ଲାନ 10-21% ବୃଦ୍ଧି କରିଛି । ନୂତନ ପ୍ଲାନ ଅନୁଯାୟୀ ୧୭୯ ଟଙ୍କିଆ ପ୍ଲାନ ବର୍ତ୍ତମାନ ୧୯୯ ଟଙ୍କାରେ ଉପଲବ୍ଧ ହେବ । ପ୍ରିପେଡ୍ ଶୁଳ୍କ ଦିନକୁ ହାରାହାରି ୭୦ ପଇସାରୁ ବୃଦ୍ଧି ପାଇଛି । ପୋଷ୍ଟପେଡ୍ ଯୋଜନାଗୁଡିକ 10-20% ବୃଦ୍ଧି ପାଇଛି । ୩୯୯ ଟଙ୍କା ପୋଷ୍ଟପେଡ୍ ପ୍ଲାନ ବର୍ତ୍ତମାନ ୪୪୯ ଟଙ୍କା ହୋଇଛି ।

Airtel new recharge plan
Airtel new recharge plan (ETV Bharat Odisha)

ବର୍ଦ୍ଧିତ ହାର ଆଜିଠୁ ଲାଗୁ ହୋଇଛି । ଅନ୍ୟପଟେ ଭୋଡା ଓ ଆଇଡିଆ ମଧ୍ୟ ନିଜର ରିଚାର୍ଜ ପ୍ଲାନ ବୃଦ୍ଧି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. Jio ଓ Airtel ୟୁଜର୍ସଙ୍କୁ ଝଟକା, ଏତିକି ଟଙ୍କା ମହଙ୍ଗା ହେଲା ମୋବାଇଲ ରିଚାର୍ଜ - Jio And Airtel Tariff Hike

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.