ETV Bharat / bharat

କାଜିରଙ୍ଗାରେ ବୁଲୁଛି ସୁନା ବାଘ, ଭିଡିଓ ସେୟାର କଲେ ମୁଖ୍ୟମନ୍ତ୍ରୀ - ଗୋଲ୍ଡେନ ବାଘ

Golden Tiger Spotted In Kaziranga: ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଠାବ ହେଲା ବିରଳ ଗୋଲ୍ଡେନ ବାଘ (ସୁନା ବାଘ) । ଭିଡିଓ ସେୟାର କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Golden Tiger Spotted In Kaziranga
କାଜିରଙ୍ଗାରେ ଠାବ ହେଲା ଗୋଲ୍ଡେନ ବାଘ
author img

By ETV Bharat Odisha Team

Published : Jan 25, 2024, 12:13 PM IST

ଗୌହାଟୀ: ଆସାମରେ ଠାବ ହେଲା ବିରଳ ବାଘ । ଏହି ରାଜ୍ୟରେ ସ୍ଥିତ ବିଶ୍ବ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନରେ ବିରଳ ଗୋଲ୍ଡେନ/ସୁନା ରଙ୍ଗର ବାଘ ଦେଖିବାକୁ ମିଳିଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୋସିଆଲ ମିଡିଆରେ ଏହି ଗୋଲ୍ଡେନ ବାଘର ଭିଡିଓ ସେୟାର କରିଛନ୍ତି । ଯାହାକି ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । କାଜିରଙ୍ଗାରେ ବୁଲୁଥିବା ସେହି ବାଘ ଷ୍ଟ୍ରବେରୀ ବାଘ ଭାବେ ମଧ୍ୟ ଜଣାଯାଏ । ତେବେ ସେଠାରେ କେତେ ସଂଖ୍ୟକ ଏହି ବିରଳ ବାଘ ଅଛନ୍ତି, ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି ।

ସୂଚନା ମୁତାବକ, ୱାଇଲ୍ଡ ଲାଇଫ ଫଟୋଗ୍ରାଫର ମୟୂରେଶ ହେଣ୍ଡ୍ରେ ଉକ୍ତ ଗୋଲ୍ଡେନ ବାଘର ଫଟୋ ଉଠାଇଥିଲେ । କାଜିରଙ୍ଗାରେ ବୁଲିଥିବା ବେଳେ ସେହି ବାଘ ଉପରେ ତାଙ୍କର ନଜର ପଡିଥିଲା ଏବଂ ସେ ନିଜର କ୍ୟାମେରାରେ ଏହାର ଫଟୋ କଏଦ କରିଥିଲେ । ଏବେ ଆସାମ ମୁଖ୍ୟମନ୍ତ୍ରୀ ଏହି ଫଟୋକୁ ଏକ୍ସରେ ସେୟାର କରି ଖୁସି ବ୍ୟକ୍ତ କରିଛନ୍ତି । ତେବେ ପୂର୍ବରୁ ମଧ୍ୟ କାଜିରଙ୍ଗାରେ ଏହି ବାଘକୁ ଠାବ କରାଯାଇଛି ।

ଆସାମର ମଧ୍ୟଭାଗରେ ସ୍ଥିତ କାଜିରଙ୍ଗା ଜାତୀୟ ଉଦ୍ୟାନ ନିଜର ସମୃଦ୍ଧ ଜୈବ ବିବିଧତା ପାଇଁ ବିଶ୍ବ ପ୍ରସିଦ୍ଧ ଏବଂ ଭାରତରେ ଗୋଲ୍ଡେନ ଟାଇଗରର ବାସସ୍ଥାନ ଭାବେ ଜଣାଯାଏ । ଏହି ବିରଳ ବାଘର ରଙ୍ଗ ଗୋଲ୍ଡେନ ବା ସୁନେଲୀ ରଙ୍ଗ ହୋଇଥିବା କାରଣରୁ ଏହାକୁ ଗୋଲ୍ଡେନ ବାଘ କହନ୍ତି । ସେହିପରି ଏହା ଷ୍ଟ୍ରବେରୀ ଟାଇଗର ଏବଂ ଗୋଲ୍ଡେନ ଟାବି ଟାଇଗର ଭାବେ ପରିଚିତ ମଧ୍ୟ । ତେବେ ଏହି ବାଘ ମହାବଳ ବାଘ ପ୍ରଜାତିର ହୋଇଥିବା ବେଳେ ଜେନେଟିକ ମ୍ୟୁଟେସନ କାରଣରୁ ତା'ର ରଙ୍ଗ ଗୋଲ୍ଡେନ ହୋଇଥିବା ଦାବି କରାଯାଏ । ସାରା ବିଶ୍ବରେ ୩୦ରୁ କମ୍ ଗୋଲ୍ଡେନ ବାଘ ଥିବା ବିଶ୍ବାସ କରାଯାଏ । ବାଘର ଏହି ବିରଳ ରଙ୍ଗ ପରିବେଶବିତ୍ ବା ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥାଏ ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି କଳା ବାଘ ପରିବାର, କ୍ୟାମେରାରେ କଏଦ ବିରଳ ଦୃଶ୍ୟ

ପ୍ରକାଶ ଥାଉକି, କାଜିରଙ୍ଗା ଜାତୀୟ ଉଦ୍ୟାନ ଆସାମର ଗୋଲାଘାଟ ଓ ନଅଗାଁ ଜିଲ୍ଲାରେ ଅବସ୍ଥିତ । ନିଜର ସମୃଦ୍ଧ ଜୈବ ବିବିଧତା ପାଇଁ ଏହା ବିଶ୍ବ ପ୍ରସିଦ୍ଧ ଐତିହ୍ୟର ମାନ୍ୟତା ପାଇଛି । କାଜିରଙ୍ଗାର ସଂରକ୍ଷିତ ଅଞ୍ଚଳରେ ସର୍ବାଧିକ ବାଘ ରହିଥିବାରୁ ୨୦୦୬ରେ ଏହାକୁ ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନ ଭାବେ ମଧ୍ୟ ଘୋଷଣା କରାଯାଇଥିଲା । ହାତୀ, ଜଳହସ୍ତୀ, ବାରଶିଙ୍ଘା ପ୍ରଜନନସ୍ଥଳୀ ଭାବେ ଏହି ଉଦ୍ୟାନ ବେଶ୍ ପରିଚିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.