ETV Bharat / bharat

ବୟସ ସାଙ୍ଗରେ ବଢୁଥିଲା ଲାଞ୍ଜ, 3ମାସ ଶିଶୁର ବିରଳ ଅସ୍ତ୍ରୋପଚାର - Baby with 15cm long tail

author img

By ETV Bharat Odisha Team

Published : Jul 16, 2024, 10:00 PM IST

Baby with 15cm long tail: ଲାଞ୍ଜ ସହ ଜନ୍ମ ନେଲା ଶିଶୁ । ବୟସ ବଢିବା ସାଙ୍ଗକୁ ଲାଞ୍ଜର ଲମ୍ବ ମଧ୍ୟ ବଢିବାରେ ଲାଗିଲା । ଶେଷରେ ଡାକ୍ତର ଲାଞ୍ଜକୁ ସର୍ଜରୀ ଦ୍ବାରା ଶରୀରରୁ ଅଲଗା କରିଛନ୍ତି । ତେବେ କାହିଁକି ମଣିଷ ଦେହରେ ଲାଞ୍ଜ ଦେଖାଯାଏ ? କଣ ଏହାର କାରଣ ? ହ୍ୟୁମାନ ଟେଲ୍‌ କଣ ? ଜାଣନ୍ତୁ

Baby with 15cm long tail
Baby with 15cm long tail (Representative Photo)

ହାଇଦ୍ରାବାଦ: ଅନେକ ସମୟରେ ସମାଜରେ କିଛି ଅଜବ ପ୍ରକାରର ଶିଶୁ ଜନ୍ମଗ୍ରହଣ କରିଥାନ୍ତି । କେତେବେଳେ ଦୁଇଟି ଯମଜ ସନ୍ତାନଙ୍କ ମୁଣ୍ଡ ଲାଗିଥାଏ ତ ଆଉ କେତେବେଳେ ଶିଶୁଙ୍କର 2 ବଦଳରେ 4 ଗୋଡ଼, 3 ହାତ ଥାଏ । ସମାଜରେ ଏଭଳି ଶିଶୁ ଜନ୍ମ ନେଇଥିବାର ଉଦାହରଣ ରହିଛି । ଆପଣ ଲାଞ୍ଜ ଥିବା ଶିଶୁ ସମ୍ପର୍କରେ କେବେ ଶୁଣିଛନ୍ତି କି ? ଏମିତି ଏକ ଶିଶୁ ତେଲେଙ୍ଗାନାରେ ଜନ୍ମ ନେଇଛି । ଯାହାର ଲାଞ୍ଜକୁ ଡାକ୍ତର ସଫଳତାର ସହିତ ସର୍ଜରୀ କରି ଶରୀରକୁ ଅଲଗା କରିଛନ୍ତି ।

ଲାଞ୍ଜ ଦେଖି ତାଜୁବ ପିତାମାତା:-

2023 ଅକ୍ଟୋବରରେ ଜଣେ ମହିଳା ଲାଞ୍ଜ ଥିବା ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ବୟସ ବଢିବା ସାଙ୍ଗକୁ ଶିଶୁର ଲାଞ୍ଜ ମଧ୍ୟ ବଢୁଥିଲା । ଯେତେବେଳେ ଶିଶୁକୁ 3ମାସ ହେଲା, ସେତେବେଳେ ଲାଞ୍ଜର ଲମ୍ବ 15 ସେମି ହୋଇଥିଲା । ଏହାକୁ ଦେଖି ପିତାମାତା ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ । ଏପରି ଅସାଧାରଣ ଶିଶୁକୁ ନେଇ ଦମ୍ପତି ୟାଦଦ୍ରି ଭୁବନଗିରି ଜିଲ୍ଲାର ବିବିନଗର ସ୍ଥିତ ଏମ୍ସ ହସ୍ପିଟାଲକୁ ଆଣିଥିଲେ । ଏମ୍ସର ଏକ ଡାକ୍ତରୀ ଟିମ ଶିଶୁର ଶରୀରରୁ ଲାଞ୍ଜକୁ ସର୍ଜରୀ ଦ୍ବାରା ଅଲଗା କରିଛନ୍ତି ।

ଏମ୍ସ ବିବିନଗର
ଏମ୍ସ ବିବିନଗର (ETV Bharat)

ଜଟିଳ ଥିଲା ସର୍ଜରୀ, ଲାଗିଥିଲା 2.5 ଘଣ୍ଟା:-

ଚଳିତ ବର୍ଷ ଜାନୁଆରୀରେ ଏହି ବିରଳ ସର୍ଜରୀ କରାଯାଇଥିବା ଗତ ସୋମବାର ଡାକ୍ତର ପୁଣି ଶିଶୁର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି । ଏହି ସର୍ଜରୀ ବେଶ ଜଟିଳ ଥିଲା ବୋଲି କହିଛନ୍ତି ଏମ୍ସର ଜଣେ ମୁଖପାତ୍ର । ଏହି ବିରଳ ସର୍ଜରୀ ଡକ୍ଟର ଶଶାଙ୍କ ପଣ୍ଡାଙ୍କ ନେତୃତ୍ବରେ ସମ୍ପନ୍ନ କରାଯାଇଥିଲା । ଶିଶୁର ଲାଞ୍ଜ ମେରୁଦଣ୍ଡ ସହିତ ସଂଯୋଗ କରୁଥିଲା । ଅସ୍ତ୍ରୋପଚାରରେ ତିଳେ ମାତ୍ର ତ୍ରୁଟି ଶରୀରରେ ସ୍ନାୟୁଗତ କ୍ଷତିର ଆଶଙ୍କା ରହିଥିଲା । ଯାହାକି ଡାକ୍ତରଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଥିଲା । କିନ୍ତୁ ଅତି ସାବଧାନର ସହିତ ଶିଶୁର ଅସ୍ତ୍ରୋପଚାର କରି ଶରୀରରୁ ଲାଞ୍ଜକୁ ବାହାର କରାଯାଇଥିଲା । ଏହି ଅସ୍ତ୍ରୋପଚାର ପାଇଁ ଅଢେଇ ଘଣ୍ଟା ସମୟ ଲାଗିଥିଲା । ଏବେ ଶିଶୁକୁ 6ମାସ ହୋଇଥିବା ବେଳେ ସେପରି କୌଣସି ସ୍ନାୟୁଗତ ସମସ୍ୟା ଦେଖିବାକୁ ମିଳିନାହିଁ ବୋଲି ଏମ୍ସର ମୁଖପାତ୍ର କହିଛନ୍ତି ।

ହ୍ୟୁମାନ ଟେଲ୍‌ ବା ମଣିଷ ଶରୀରରେ ଲାଗିଥିବା ଲାଞ୍ଜ କଣ ?

2021ରେ ପ୍ରକାଶିତ ପତ୍ରିକା 'ଜର୍ଣ୍ଣାଲ ଅଫ ପେଡିଆଟ୍ରିକ ସର୍ଜରୀ' ରିପୋର୍ଟ ଅନୁସାରେ ମାନବ ଲାଞ୍ଜକୁ ସତ୍ୟ ଏବଂ ମିଛ ଲାଞ୍ଜ (Pseudo-tails) ଭାବରେ ଶ୍ରେଣୀଭୁକ୍ତ କରାଯାଇଛି । ପ୍ରକୃତ ଲାଞ୍ଜ ଗର୍ଭଧାରଣର ଚତୁର୍ଥ ଏବଂ ଅଷ୍ଟମ ସପ୍ତାହ ମଧ୍ୟରେ ସୃଷ୍ଟି ହୋଇଥାଏ । ଏହା ଆଡିପୋଜ୍ ଓ କନେକ୍ଟିଭ୍ ଟିସୁ, ରକ୍ତବାହୀ, ମାଂସପେଶୀ ଏବଂ ସ୍ନାୟୁ ତନ୍ତୁ ଦ୍ବାରା ଗଠିତ । ଅପରପକ୍ଷେ ସ୍ୟୁଡୋ-ଲାଞ୍ଜଗୁଡ଼ିକ ହେଉଛି ପ୍ରୋଟ୍ୟୁବେରାନ୍ସ ଯାହା ମୂଳତଃ ଆଡିପୋଜ୍ କିମ୍ବା କାର୍ଟିଲାଜିନସ ଟିସୁ ଏବଂ ହାଡ ଉପାଦାନଗୁଡିକ ଦ୍ବାରା ଗଠିତ । ପ୍ରକୃତ ମାନବ ଲାଞ୍ଜ ବହୁତ କ୍ବଚିତ ଦେଖିବାକୁ ମିଳେ । ବିଗତ ଦିନମାନଙ୍କରେ ପ୍ରକୃତ ଲାଞ୍ଜର ପ୍ରାୟ 40ଟି ମାମଲା ରିପୋର୍ଟ ହୋଇଛି ।

ହ୍ୟୁୁମାନ ଟେଲ୍‌
ହ୍ୟୁୁମାନ ଟେଲ୍‌ (X)

କାହିଁକି ମନୁଷ୍ୟ ଶରୀରରେ ଲାଞ୍ଜ ଦେଖାଯାଏ ?

ପୁରସ୍କାର ବିଜେତା ଶିଶୁ ବିଶେଷଜ୍ଞ ଡକ୍ଟର ଡାନ୍‌ ବ୍ରେନନଙ୍କ କହିବାନୁସାରେ, ଏହା ଏକ ସାଧାରଣ ଧାରଣା ଯେ ମାନବ ଲାଞ୍ଜର ଉତ୍ପତ୍ତି ମନୁଷ୍ୟର ପୂର୍ବଜମାନଙ୍କଠାରୁ ହୋଇଛି । କିନ୍ତୁ ବୈଜ୍ଞନିକମାନେ ବିଶ୍ବାସ କରନ୍ତି ଯେ ମଣିଷ ଶେଷରେ ଲାଙ୍ଗୁଡ଼ର ଆବଶ୍ୟକତା କଲାନି, ଫଳରେ ଏହା ମଣିଷ ଶରୀରରେ ବଢିଲା ନାହିଁ । ଅନ୍ୟପଟେ ବିଜ୍ଞାନ ଏହା ମଧ୍ୟ କହେ ଯେ ମେରୁଦଣ୍ଡରେ କୌଣସି ଅସ୍ବାଭାବିକତା ଥିଲେ ଏପରି ଭେଷ୍ଟିଜିଆଲ୍ ଲାଞ୍ଜ ସୃଷ୍ଟି ହୁଏ ।

ମଣିଷ ଲାଞ୍ଜ କେଉଁଥିରେ ଗଠିତ ?

  • ମାଂସପେଶୀ, କନେକ୍ଟିଭ ଟିସ୍ୟୁ, ରକ୍ତବାହୀ ଓ ସ୍ନାୟୁରେ ଗଠିତ
  • ମଣିଷ ଲାଞ୍ଜ ଚର୍ମ ଦ୍ବାରା ଢାଙ୍କି ହୋଇ ରହିଥାଏ
  • ଏହା ଟେଲ ବୋନ୍‌ରେ ଦେଖିବାକୁ ମିଳେ
  • ଏହା ସାଧାରଣତଃ 13 ସେମି ପର୍ଯ୍ୟନ୍ତ ବଢିଥାଏ
  • ବେଳେବେଳେ ଏହା 13ସେମିରୁ ଅଧିକ ମଧ୍ୟ ବଢିଥାଏ
  • ହ୍ୟୁମାନ ଟେଲରେ ହାଡ଼, କାର୍ଟିଲେଜ ଓ ସ୍ପାଇନାଲ କର୍ଡ୍‌ ନଥାଏ

ପଢନ୍ତୁ ଅନ୍ୟ କିଛି ଖବର

Rare Surgery: ୫ ମାସ ଶିଶୁର ଶ୍ବାସନଳୀରୁ ବାହାରିଲା ସେପ୍ଟିପିନ

MP: ଜନ୍ମନେଲା ବିରଳ ଶିଶୁକନ୍ୟା, ରହିଛି 4ଟି ଗୋଡ

ବିରଳ ଶିଶୁ: ଗୋଟିଏ ଗୋଡରେ 9 ଆଙ୍ଗୁଠି

ଜନ୍ମ ନେଲା ଅଦ୍ଭୁତ ଶିଶୁକନ୍ୟା, ଗୋଟିଏ ଶରୀରରେ ଦୁଇଟି ମୁଣ୍ଡ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.