ETV Bharat / bharat

ଆନ୍ଧ୍ରରେ ମିଡିଆ ଟାଇକୁନ ରାମୋଜୀ ରାଓଙ୍କ ସ୍ମୃତିସଭା; ଭାରତରତ୍ନ ଦାବି କଲେ ମୁଖ୍ୟମନ୍ତ୍ରୀ ନାଇଡୁ, ଅମରାବତୀ ବିକାଶ ପାଇଁ 10 କୋଟି ଦାନ କଲେ କିରଣ ରାଓ - Ramoji Rao Memorial meeting

author img

By ETV Bharat Odisha Team

Published : Jun 27, 2024, 7:58 PM IST

Updated : Jun 28, 2024, 1:22 PM IST

Ramoji Rao Memorial Meeting: ଆନ୍ଧ୍ରପ୍ରଦେଶ ବିଜୟୱାଡାଠାରେ ସ୍ୱର୍ଗତ ରାମୋଜୀ ରାଓଙ୍କ ରାଜ୍ୟସ୍ତରୀୟ ସ୍ମୃତିସଭା ଆୟୋଜିତ । ସଭାରେ ମିଡିଆ ମହାନାୟକଙ୍କ ସ୍ମୃତିଚାରଣ କରି ତାଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଦାବି କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଅଧିକ ପଢନ୍ତୁ

ଆନ୍ଧ୍ରରେ ମିଡିଆ ଟାଇକୁନ ରାମୋଜୀ ରାଓଙ୍କ ସ୍ମୃତିସଭା ଆୟୋଜିତ
ଆନ୍ଧ୍ରରେ ମିଡିଆ ଟାଇକୁନ ରାମୋଜୀ ରାଓଙ୍କ ସ୍ମୃତିସଭା ଆୟୋଜିତ (ETV Bharat Odisha)

ଅମରାବତୀ: ମିଡିଆ ଟାଇକୁନ ପଦ୍ମବିଭୂଷଣ ରାମୋଜୀ ରାଓଙ୍କ ବିୟୋଗରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଆଜି (ଗୁରୁବାର) ବିଜୟୱାଡାଠାରେ ଏକ ସ୍ମୃତିସଭା ଆୟୋଜିତ ହୋଇଯାଇଛି । ଏଥିରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କ ସମେତ ବହୁ ବିଶିଷ୍ଟ ରାଜନେତା ଏବଂ ସିନେତାରକା ଯୋଗଦେଇ ଏହି ମିଡିଆ ମହାନାୟକଙ୍କ ସ୍ମୃତିଚାରଣ କରିଛନ୍ତି । ସ୍ମୃତିସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନାଇଡୁ ସମାଜ ପ୍ରତି ରାମୋଜୀ ରାଓଙ୍କ ଅତୁଳନୀୟ ଅବଦାନ ଲାଗି ତାଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ପ୍ରଦାନ ପାଇଁ ଦାବି କରିଛନ୍ତି ।

ଆନ୍ଧ୍ରରେ ମିଡିଆ ଟାଇକୁନ ରାମୋଜୀ ରାଓଙ୍କ ସ୍ମୃତିସଭା (ETV Bharat Odisha)

ବିଜୟୱାଡା ଅନ୍ତର୍ଗତ କନୁରଠାରେ ଏହି ରାଜ୍ୟସ୍ତରୀୟ ସ୍ମୃତିସଭାର ଆୟୋଜନ ହୋଇଥିଲା । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଓ ରାମୋଜୀ ରାଓଙ୍କ ପରିବାର ସଦସ୍ୟ ଯୋଗ ଦେଇଥିଲେ । ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବିଶେଷ ସମାଜ, ସାହିତ୍ୟ, ସାମ୍ବାଦିକତା ଏବଂ ଫିଲ୍ମଜଗତ ପ୍ରତି ତାଙ୍କର ଅବଦାନକୁ ମନେପକାଇ ଥିଲେ । ଏହି ଅବସରରେ ରାମୋଜୀ ରାଓଙ୍କ ଜୀନର କିଛି ମୂଲ୍ୟବାନ ମୁହୂର୍ତ୍ତ ପ୍ରତିଫଳିତ କରିବାକୁ ଏକ ଫଟୋ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ।

ସ୍ମୃତିସଭାରେ ତେଲୁଗୁ ଦେଶମ ପାର୍ଟି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ରାମୋଜୀ ରାଓଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବି କରିଥିବାବେଳେ ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ରାଜାମୌଲୀ ଏହାକୁ ସମର୍ଥନ କରିଥିଲେ । ରାଜାମୌଲୀ କହିଥିଲେ ଯେ, ରାମୋଜୀ ରାଓ ସଫଳତାର ଅନେକ ଶିଖର ଛୁଇଁଛନ୍ତି । ତେଲୁଗୁ ଲୋକଙ୍କ ହିତ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ତାଙ୍କର ଏହି ଅବଦାନ ପାଇଁ ତାଙ୍କୁ ଭାରତରତ୍ନ ପ୍ରଦାନ କରାଯିବା ଉଚିତ୍ । ଏହାକୁ ବିଚାର କରିବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସ୍ମୃତିରେ ମିଡିଆ ମହାନାୟକ ରାମୋଜୀ ରାଓ, ମନେ ପକାଇଲେ ଓଡିଶା ମିଡିଆ ପରିବାର - TRIBUTE TO RAMOJI RAO

ଏହି ଅବସରରେ ରାମୋଜୀ ରାଓଙ୍କ ପୁଅ ତଥା ଇନାଡୁ ପରିଚାଳନା ନିର୍ଦ୍ଦେଶକ (MD) ଚେରୁକୁରୀ କିରଣ ରାଓ ରାଜଧାନୀ ଅମରବାତୀର ବିକାଶ ପାଇଁ ୧୦ କୋଟି ଟଙ୍କା ଦାନ କରିଛନ୍ତି ।

ଏଠାରେ ପ୍ରକାଶଥାଉ କି, ଗତ ଜୁନ ୮ ତାରିଖ ଦିନ ମିଡିଆ ଜଗତର ବାଦଶାହ ତଥା ରାମୋଜୀ ଗ୍ରୁପ ଚେୟାରମ୍ୟାନ ରାମୋଜୀ ରାଓ ଇହଧାମ ତ୍ୟାଗ କରିଥିଲେ । ସେ ଏକାଧାରାରେ ଜଣେ ସଫଳ ଉଦ୍ୟୋଗୀ, ସ୍ତମ୍ଭକାର, ସାହିତ୍ୟିକ, ଫିଲ୍ମ ପ୍ରଯୋଜକ, ଶିକ୍ଷାବିତ୍ ଏବଂ ସମାଜସେବୀ ଥିଲେ । ଗଣମାଧ୍ୟମ, ସାହିତ୍ୟ, ସାମ୍ବାଦିକତା, ଶିକ୍ଷା ଓ ଫିଲ୍ମଜଗତ ପ୍ରତି ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 28, 2024, 1:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.