ETV Bharat / bharat

ଜୀବିତଙ୍କ ସହ ମୃତ ବି ଶୁଣନ୍ତି ରାମାୟଣ, ଜାଣନ୍ତୁ କେଉଁଠି ଅଛି ଏଭଳି ସ୍ଥାନ ? - ଶ୍ମଶାନ ଘାଟରେ ରାମ କଥା

Ramayan For Dead People: ଶ୍ମଶାନ ଘାଟରେ ରାମାୟଣ ପାଠର ଆୟୋଜନ କରାଯାଏ । ଆଉ ଏଠାରେ ଜୀବିତଙ୍କ ସହ ମୃତ ବି ଶୁଣନ୍ତି ରାମାୟଣ । ଜାଣନ୍ତୁ ଏଭଳି ସ୍ଥାନ କେଉଁଠି ଅଛି ? ଅଧିକ ପଢନ୍ତୁ

Ramayan For Dead People
Ramayan For Dead People
author img

By ETV Bharat Odisha Team

Published : Feb 3, 2024, 10:21 PM IST

ରାୟପୁର: 'ରାମ ନାମ ସତ୍ୟ ହେ'...ଏହି ପଦଟି ଆପଣ କୌଣସି ବ୍ୟକ୍ତିର ଅନ୍ତିମ ଯାତ୍ରା ସମୟରେ ଶୁଣିଥିବେ । ହିନ୍ଦୁ ଧର୍ମରେ ରାମ ନାମ ତୁଣ୍ଡର ନେଲେ ବା ଶୁଣିଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଏଣୁ ଭକ୍ତମାନେ ନିଜ ଘର ହେଉ ବା ମନ୍ଦିରରେ ରାମାୟଣ ପାଠ କରିଥାନ୍ତି । ହେଲେ ଆପଣ କେବେ ଶୁଣିଛନ୍ତି କି ଶ୍ମଶାନ ଘାଟରେ ରାମାୟଣ ପାଠ ହେବା ? ତେବେ ଛତିଶଗଡ଼ର ବିଳାସପୁରରୁ କିଛି ଦୂରରେ ଥିବା ନୟାପାରା ଶ୍ମଶାନଘାଟରେ ଆୟୋଜିତ ହୋଇଥାଏ ଏଭଳି ନିଆରା ରାମାୟଣ କଥା । ବିଶ୍ୱାସ ରହିଛି ଏଠାରେ ଜୀବିତଙ୍କ ସହିତ ମୃତ ବ୍ୟକ୍ତିମାନେ ମଧ୍ୟ ରାମାୟଣ ପାଠ ଶୁଣିଥାନ୍ତି ।

Ramayan For Dead People
ଶ୍ମଶାନ ଘାଟରେ ରାମାୟଣ ପାଠ

ମୁର୍ଦ୍ଦାରଙ୍କ ପାଇଁ ରାମାୟଣ ପାଠ ! :- ବିଳାସପୁର କିଛି ଦୂରରେ ଚକରଭାଠା ପଡ଼େ । ଏଠାରେ ବୋଦରି ପଞ୍ଚାୟତେ ୱାର୍ଡ ନଂ ୪ରେ ନୟାପାରା ରହିଛି । ଏହି ନୟାପାରାରେ ଥିବା ଶ୍ମଶାନଘାଟରେ ରାମାୟଣ କଥା ଆୟୋଜିତ ହୁଏ । ଗତ ୭ ବର୍ଷ ଧରି ଏଠାରେ ରାମାୟଣ କଥା ମୃତ ବ୍ୟକ୍ତିଙ୍କ ପାଇଁ ଆୟୋଜିତ ହେଉଛି । ଏଥିଲାଗି ରାମାୟଣ କଥା କରୁଥିବା ମଣ୍ଡଳୀ ଆସିଥାନ୍ତି । ସନ୍ଧ୍ୟା ୬ଟାରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ରାମକଥାର ଆୟୋଜନ କରାଯାଏ । ରାମ ନାମ ଶୁଣିବା ଲାଗି ଆବାଳ ବୃଦ୍ଧ ବନିତାଙ୍କ ଶ୍ମଶାନ ଘାଟରେ ଭିଡ଼ ଜମେ । ଏଥିରେ ସାମିଲ ହେଉଥିବା ବ୍ୟକ୍ତିଙ୍କ ମନରେ କୌଣସି ଭୟ ନଥାଏ । କେବଳ ରାମ ନାମ ଶୁଣିବା ଲାଗି ଏମାନେ ଶ୍ମଶାନକୁ ଆସିଥାନ୍ତି ।

ଏହା ବି ପଢନ୍ତୁ- Ghost Fear: ଭୂତ ଭୟରେ ଗାଁ ମାଟି ମାଡୁନାହାନ୍ତି ଲୋକେ

କାହିଁକି ଶ୍ମଶାନରେ ହୁଏ ରାମାୟଣ ପାଠ ?:- ଲୋକକଥା ଅନୁସାରେ ଜଣେ ମଣିଷ ଜୀବିତ ଅବସ୍ଥାରେ ରାମ ନାମ ଶୁଣିପାରେ । ହେଲେ ଆଜିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ରୋଜଗାର ଅନ୍ୱେଷଣରେ ଲୋକେ ଈଶ୍ୱର ଭକ୍ତିରୁ ଦୂରରେ ରହୁଛନ୍ତି । ଏଭଳି ସ୍ଥିତିରେ ଯେତେବେଳେ ତାଙ୍କର ମୃତ୍ୟୁ ହୋଇଯାଏ ସେତେବେଳେ ତାଙ୍କୁ ମୋକ୍ଷ ପ୍ରାପ୍ତି ମିଳେ ନାହିଁ । ଏଭଳି ମୃତ ବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ଲାଗି ଶ୍ମଶାନରେ ରାମାୟଣ ପାଠ କରାଯାଏ । ରାମ ନାମ ଶୁଣିବା ପରେ ମୃତ ଆତ୍ମାକୁ ସଦଗତି ମିଳିଥାଏ ।

ପାର୍କର ଭ୍ରମ ସୃଷ୍ଟି କରେ ଶ୍ମଶାନ ଘାଟ:- ବୋଦରି ପଞ୍ଚାୟତରେ ଥିବା ଏହି ଶ୍ମଶାନଘାଟଟି ଅଞ୍ଚଳର ଆକର୍ଷଣରେ କେନ୍ଦ୍ରବିନ୍ଦୁ ମଧ୍ୟ ପାଲଟେ । ଯଦି କେହି ଏଠାକୁ ପ୍ରଥମ ଥର ଲାଗି ଆସେ, ତେବେ ଏହା ଶ୍ମଶାନ ଘାଟ ପରି ପ୍ରତୀୟମାନ ହୁଏ ନାହିଁ । ଏହି ଶ୍ମଶାନଘାଟରେ ଲାଗିଥିବା ରଙ୍ଗ ବେରଙ୍ଗର ପୁଷ୍ପ, ଫାଉଣ୍ଟେନ ଆଦି ପାର୍କର ଭ୍ରମ ସୃଷ୍ଟି କରେ । ହେଲେ ବାସ୍ତବରେ ଏହା ଏକ ଶ୍ମଶାନ ଘାଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.