ETV Bharat / bharat

ଭଗବାନ ଶ୍ରୀରାମ ଓ କିନ୍ନରଙ୍କ ମଧ୍ୟରେ କଣ ରହିଛି ପୌରାଣିକ କଥା ? - ରାମ ମନ୍ଦିର ଉଦଘାଟନ

Ram Mandir Inauguration: ଭଗବାନ ଶ୍ରୀରାମ ଓ କିନ୍ନର ସମାଜକୁ ନେଇ ରହିଛି ପୌରାଣିକ କଥା । ରାମଙ୍କ ଜନ୍ମ ବେଳେ ସ୍ୱର୍ଗରୁ ଧରାପୃଷ୍ଠକୁ ଆସିଥିଲେ କିନ୍ନର । ଅଯୋଧ୍ୟାରେ ଶ୍ରୀରାମ ଓ କିନ୍ନରଙ୍କ ମଧ୍ୟରେ କଣ ରହିଛି ସମ୍ପର୍କ ? ପଢ଼ନ୍ତୁ ପୂରା ଖବର

Ram Mandir Inauguration
ଭଗବାନ ଶ୍ରୀରାମ ଓ କିନ୍ନରଙ୍କ ମଧ୍ୟରେ କଣ ରହିଛି ପୌରାଣିକ କଥା ?
author img

By ETV Bharat Odisha Team

Published : Jan 22, 2024, 10:59 AM IST

ଅଯୋଧ୍ୟା: ରାମମୟ ଅଯୋଧ୍ୟା । ରାମଙ୍କ ସ୍ୱାଗତରେ ରଙ୍ଗବେରଙ୍ଗର ଫୁଲ ଓ ରଙ୍ଗୀନ ଆଲୋକମାଳାରେ ଝଲସୁଛି ଅଯୋଧ୍ୟା। 500 ବର୍ଷର ଅପେକ୍ଷାର ଅନ୍ତ ଘଟି ଶେଷରେ ରାମଲାଲା ବିରାଜମାନ କରିବାକୁ ଯାଉଛନ୍ତି । ଯାହାକୁ ନେଇ ପରିବେଶ ରାମନାମରେ ପ୍ରକମ୍ପିତ ହେଉଛି । ତେବେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କୁ ନେଇ ଅନେକ ପୌରାଣିକ କଥା ରହିଛି । ସେହି କଥା ମଧ୍ୟରେ ପିତୃଭକ୍ତ ଶ୍ରୀରାମଙ୍କ 14 ବର୍ଷ ବନବାସ ଯିବା କାହାଣୀ ମଧ୍ୟ ରହିଛି । ତେବେ ଏଭଳି କିଛି କାହାଣୀ ରହିଛି ଯାହା କେବଳ ଅଯୋଧ୍ୟାରେ ହିଁ ସୀମିତ ରହିଛି । ରାମଙ୍କ ବନବାସ ବ୍ରତ କେବଳ ରାମ, ସୀତା ଓ ଲକ୍ଷ୍ମଣ ପାଳିନଥିଲେ । ବରଂ ଅଯୋଧ୍ୟାରେ କିନ୍ନର ଗୋଷ୍ଠୀର ପୂର୍ବଜମାନେ ମଧ୍ୟ ରାମଙ୍କ ସହ ପାଳିଥିଲେ ବନବାସ ବ୍ରତ । ଯାହା ଖୁବ କମ ଲୋକଙ୍କୁ ଜଣା ।

ଅଯୋଧ୍ୟା କିନ୍ନର ସମାଜ ସହ ପ୍ରଭୁ ଶ୍ରୀରାମଙ୍କ ମଧ୍ୟରେ ସମ୍ପର୍କ ଖୁବ କମ ଲୋକଙ୍କୁ ଜଣା । ଶ୍ରୀରାମଙ୍କ ଜଡିତ ଅନ୍ୟ ପୌରାଣିକ କାହାଣୀ ଭଳି ଏହି କାହାଣୀ ଲୋକଲୋଚନକୁ ଆସନଥିଲେ ମଧ୍ୟ ଏହି କାହାଣୀ ଅଯୋଧ୍ୟା କିନ୍ନର ଗୋଷ୍ଠୀଙ୍କ ମୁଖରେ ସବୁବେଳେ ଶୁଣିବାକୁ ମିଳିଥାଏ । ରାମଙ୍କ 14 ବର୍ଷ ବନବାସ ସମୟରେ ରାମ ଯେଭଳି ବଣରେ ଚଳିଥିଲେ ସେହିଭଳି କିନ୍ନରମାନଙ୍କ ପୂର୍ବଜମାନେ ମଧ୍ୟ ରହୁଥିଲେ ବୋଲି କହିଛନ୍ତି ।

ଅଯୋଧ୍ୟାରେ ସ୍ୱର୍ଗରୁ ଆସିଥିଲେ କିନ୍ନର: ଅଯୋଧ୍ୟାରେ କିନ୍ନର ସମାଜ ରହିଛି। ସେମାନଙ୍କ କହିବାନୁଯାୟୀ ସେମାନଙ୍କ ପୂର୍ବଜମାନେ ସ୍ୱର୍ଗରୁ ଆସିଛନ୍ତି । ରାଜା ଦଶରଥଙ୍କ ଘରେ ରାମଲାଲାଙ୍କ ଜନ୍ନ ହେବା ପରେ କିନ୍ନରମାନେ ସ୍ୱର୍ଗକୁ ଆସିଥିଲେ । ସେମାନେ ହିଁ ସର୍ବପ୍ରଥମେ ରାମଲାଲାଙ୍କୁ କୋଳରେ ଧରିଥିଲେ । କିନ୍ନରମାନଙ୍କ ଜନ୍ମ ହୋଇନି ବରଂ ସେମାନଙ୍କୁ ସ୍ବର୍ଗରୁ ଅଣାଯାଇଛି । ଭଗବାନ ଶିବଙ୍କ ଅର୍ଦ୍ଧନାରୀଶ୍ୱର ରୂପ ହିଁ କିନ୍ନର ସମାଜର ରୂପ ଅଟେ । ଅଯୋଧ୍ୟାରେ କିନ୍ନର ସମାଜର କହିବାନୁଯାୟୀ, ଶ୍ରୀରାମ ଯେତେବେଳେ ବନବାସ ଯାଉଥିଲେ ସେତେବେଳେ ତାଙ୍କ ସହ ସମସ୍ତେ ବନ ଯିବାକୁ ତାଙ୍କୁ ପଛେ ପଛେ ଆସିଥିଲେ । ରାମ ଏହି ସମୟରେ ସମସ୍ତ ନରନାରୀଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ କିନ୍ନର ସମାଜ ନାଁ ନେଇନଥିଲେ । ଯାହାପରେ କିନ୍ନର ସମାଜ ଶ୍ରୀରାମଙ୍କ ଫେରିବା ନେଇ 14 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ ।

ଏହାମଧ୍ୟ ପଢନ୍ତୁ.. ପ୍ରାଣ ପ୍ରତିଷ୍ଠା ଉତ୍ସବ: ସକାଳୁ ହୋମଯଜ୍ଞ ଆରମ୍ଭ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ସମ୍ପର୍କରେ...

କିନ୍ନର ସମାଜ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ, ତମସା ତଟରେ କିନ୍ନରମାନେ ଶ୍ରୀରାମଙ୍କ ଫେରିବା ବାଟକୁ ଚାହିଁରହିଥିଲେ । ରାମଙ୍କ ଫେରିବା ନେଇ 14 ବର୍ଷ ଧରି ତପସ୍ୟା କରିଥିଲେ କିନ୍ନରମାନେ । ଶ୍ରୀରାମ ବଣରେ ଯେଉଁଭଳି ରହିଥିଲେ ଯାହା ଖାଉଥିଲେ ସେହିଭଳି କିନ୍ନରମାନଙ୍କ ପୂର୍ବଜମାନେ ମଧ୍ୟ ପାଳନ କରୁଥିଲେ । ରାମଙ୍କ ଭଳି କିନ୍ନରମାନେ ମଧ୍ୟ କନ୍ଦମୂଳ ଖାଉଥିଲେ । ଭଗବାନ ରାମ ଜଙ୍ଗଲ ମଧ୍ୟରେ ଗଙ୍ଗା ଜଳ ପିଇ ରହୁଥିଲେ, ସେହିଭଳି କିନ୍ନରମାନେ ମଧ୍ୟ ଗଙ୍ଗାଜଳ ପିଇ ରହୁଥିଲେ । ବର୍ଷ ବର୍ଷ ତପସ୍ୟା କରିବା ଫଳରେ ଅନେକ କିନ୍ନରଙ୍କ ଉପରେ ଉଇହୁଙ୍କା ହୋଇଯାଇଥିଲା ।

ଯେତେବେଳେ ଶ୍ରୀରାମ ,ସୀତା ଓ ଲକ୍ଷ୍ମଣ 14 ବର୍ଷ ବନବାସ ସାରି ଫେରିଥିଲେ, ସେତେବେଳେ ତମସା ତଟରେ ପ୍ରଥମେ କିନ୍ନରମାନଙ୍କୁ ଭେଟିଥିଲେ । ଶ୍ରୀରାମ ସେମାନଙ୍କୁ ଆଶୀର୍ବାଦ ଦେଇ କହିଥିଲେ, କଳିଯୁଗରେ ତୁମମାନଙ୍କ ରାଜୁତି ଚାଲିବ । ଯେଉଁ ପରିବାର ବଢ଼ିବ ସେମାନଙ୍କ ଘର ଆଗକୁ ତୁମେମାନେ ଯିବ । ଯାହାର ପରିବାର କମିବ ସେମାନଙ୍କ ଘରକୁ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.