ETV Bharat / bharat

ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; 'ଆମ ଲାଲା ଆଉ ଟେଣ୍ଟରେ ରହିବେ ନାହିଁ'

author img

By ETV Bharat Odisha Team

Published : Jan 22, 2024, 3:09 PM IST

Updated : Jan 22, 2024, 3:22 PM IST

Narendra Modi on Ram Lalla: ରାମ ଅଗ୍ନି ନୁହେଁ ଶକ୍ତି, ବିବାଦ ନୁହେଁ ବରଂ ସମାଧାନ ବୋଲି ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Narendra Modi on Ram Lalla
Narendra Modi on Ram Lalla

ଲକ୍ଷ୍ନୌ: ସରିଲା କାଳକାଳର ଅପେକ୍ଷା । 5ଶହ ବର୍ଷର ସଂଘର୍ଷର ହେଲା ଅନ୍ତ । ଜନ୍ମମାଟିକୁ ଫେରିଲେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର । ମାହେନ୍ଦ୍ର ବେଳାରେ ପ୍ରାଣ ପ୍ରତିଷ୍ଠା ଶେଷ ହେବା ପରେ ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ସାଧୁସନ୍ଥଙ୍କ ପାଦଛୁଇଁ ଆଶୀର୍ବାଦ ଗ୍ରହଣ କଲେ । ତେବେ ପ୍ରାଣ ପ୍ରତିଷ୍ଠା ପରେ ଦେଶବାସୀଙ୍କୁ ବଧାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଶତାବ୍ଦୀର ଅପେକ୍ଷା ପରେ " ହମାରେ ରାମ ଆ ଗୟେ ହେଁ" ବୋଲି ସମ୍ବୋଧନରେ କହିଛନ୍ତି ମୋଦି।

ମୋଦି ପ୍ରଥମେ ସିୟାବର 'ରାମଚନ୍ଦ୍ର କି ଜୟ' କହି ନିଜର ବକ୍ତବ୍ୟ ଆରମ୍ଭ କରିଛନ୍ତି । ସେ କହିଛନ୍ତି, " ହମାରେ ରାମ ଆ ଗୟେ ହେଁ..ଆଜି ଆମର ରାମ ଆସିଯାଇଛନ୍ତି । 22 ଜାନୁଆରୀ ଅର୍ଥାତ ଆଜି ଏକ ନୂଆ ସୁରୁଜ ଉଇଁଛି । ବହୁତ କିଛି କହିବାକୁ ଚାହୁଁଛି କିନ୍ତୁ ମୋର କଣ୍ଠ ଅବରୋଧ ହୋଇଯାଉଛି । ଏହି ମୁହୂର୍ତ୍ତ ଅଲୌକିକ ଏବଂ ପବିତ୍ର। ଶତାବ୍ଦୀର ତପସ୍ୟା ପରେ ରାମ ଆଜି ଫେରିଛନ୍ତି । ମୁଁ ମଧ୍ୟ ପ୍ରଭୁ ରାମଙ୍କୁ କ୍ଷମା ମାଗୁଛି । ଆମର ରାମଲାଲା ବର୍ତ୍ତମାନ ଆଉ ଟେଣ୍ଟରେ ରହିବେ ନାହିଁ । ଆମର ରାମଲାଲା ବର୍ତ୍ତମାନ ଦିବ୍ୟ ମନ୍ଦିରରେ ରହିବେ । 22 ଜାନୁଆରୀ କେବଳ କ୍ୟାଲେଣ୍ଡରରେ ଲେଖା ହୋଇଥିବା ଏକ ତାରିଖ ନୁହେଁ, ଏହା ଏକ କାଳଚକ୍ରର ଉଦଗମ ଅଟେ । "

ଏହା ମଧ୍ୟ ପଢନ୍ତୁ: ଭବ୍ୟ ମନ୍ଦିର, ଦିବ୍ୟ ମୂର୍ତ୍ତି: ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ମୋଦି

ମୋଦି ଆହୁରି ମଧ୍ୟ କହିଛନ୍ତି, "ଆମ ତ୍ୟାଗ ଏବଂ ତପସ୍ୟାରେ କିଛି ତ କମ୍ ରହିଯାଇଥିଲା । ତେଣୁ ଏତେ ବର୍ଷ ଯାଏଁ ଆମେ ଏହି କାର୍ଯ୍ୟ କରିବା ପାଇଁ ସମ୍ଭବ ହୋଇପାରିନଥିଲୁ । ଆଜି ତାହା ପୂରଣ ହୋଇ ପାରିଛି । ପ୍ରଭୁ ରାମ ଆମକୁ ଅବଶ୍ୟ କ୍ଷମା କରିବେ ବୋଲି ମୋର ବିଶ୍ବାସ ରହିଛି । ଭାରତର ସମ୍ବିଧାନରେ ଭଗବାନ ରାମ ବିରାଜମାନ କରିଛନ୍ତି । ପ୍ରଭୁ ରାମଙ୍କର ଆଗମନକୁ ନେଇ ସମସ୍ତ ଅଯୋଧ୍ୟା ସହିତ ବିଶ୍ବବାସୀ ହର୍ଷ ଉଲ୍ଲାସରେ ବିଭୋର ହୋଇଯାଇଛନ୍ତି । ଆଜି ଆପତିର ଅନ୍ତ ହୋଇସରିଛି । ରାମ ତ୍ରେତୟା ଯୁଗରେ 14 ବର୍ଷ ବନବାସ ଯାଇଥିଲେ, କିନ୍ତୁ ରାମଲାଲାଙ୍କ ମନିଦର ପ୍ରତିଷ୍ଠା ପାଇଁ କଳି ଯୁଗରେ ସାରା ଦେଶବାସୀଙ୍କୁ ଶହ ଶହ ବର୍ଷ ଅପେକ୍ଷା କରିବାକୁ ପଡୁଛି । ଆଜିର ମୁହୂର୍ତ୍ତ, ବାତାବରଣ, ସମୟ, ଉର୍ଜା ଆମମାନଙ୍କ ପାଇଁ ଏହା ପ୍ରଭୁ ରାମଚନ୍ଦ୍ରଙ୍କର ଆଶୀର୍ବାଦ ଅଟେ । ମୋର ସୌଭାଗ୍ୟ ଯେ, ଏହି ଅବସର ପାଇଁ ମୋତେ ସାଗରରୁ ସରାୟୁ ପର୍ଯ୍ୟନ୍ତ ଯାତ୍ରା କରିବାର ସୌଭାଗ୍ୟ ମିଳିଲା । ସବୁ ସ୍ଥାନରେ ରାମମୟ ପରିବେଶ ହିଁ ଦେଖିବାକୁ ମିଳିଥିଲା । ଭାରତୀୟଙ୍କ ଆତ୍ମା ସହିତ ଜଡିତ ପ୍ରଭୁ ରାମଚନ୍ଦ୍ର । "

ମୋଦି କହିଛନ୍ତି, "ରାଷ୍ଟ୍ର ଚେତନାର ମନ୍ଦିର ହେଉଛି ଅଯୋଧ୍ୟା ରାମ ମନ୍ଦିର । ରାମ ଭାରତର ଆସ୍ଥା ଏବଂ ଆଧାର ଅଟେ । ରାମ ଭାରତର ବିଚାର ଏବଂ ବିଧାନ ଅଟେ। ରାମ ନେତା ଏବଂ ନୀତି । ନିତ୍ୟତା ଏବଂ ନିରନ୍ତରତା..ରାମ ବିଶ୍ବ ଏବଂ ବିଶ୍ବାସ ମଧ୍ୟ । ଏଥିପାଇଁ ଯେତେବେଳେ ରାମଙ୍କର ପ୍ରତିଷ୍ଠା ହୁଏ ସେତେବେଳେ ଏହା ହଜାର ବର୍ଷ ପାଇଁ ହୁଏ । ରାମ 10 ହଜାର ବର୍ଷ ପାଇଁ ରାଜ୍ୟରେ ପ୍ରତିଷ୍ଠିତ ହେଲେ ବୋଲି କହିଛନ୍ତି ମହର୍ଷି ବାଲ୍ମିକି । ଏହାର ଅର୍ଥ ହଜାର ବର୍ଷ ପାଇଁ ରାମ ରାଜ୍ୟ ସ୍ଥାପିତ ହେଲା । ରାମ ମନ୍ଦିର ତିଆରି ହେଲେ ନିଆଁ ଲାଗିଯିବ ବୋଲି କିଛି ଜଣ କହିଥିଲେ । କିନ୍ତୁ ଆଜି ତାହା ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ରାମଲାଲାଙ୍କ ଏହି ମନ୍ଦିରର ନିର୍ମାଣ ଭାରତୀୟ ସମାଜର ଶାନ୍ତି, ଧୌର୍ଯ୍ୟ ଏବଂ ସମନ୍ବୟର ପ୍ରତୀକ ଅଟେ । "

ବ୍ୟୁରୋ ରିପୋର୍ଟ, ଇଟିଭା ଭାରତ

Last Updated : Jan 22, 2024, 3:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.