ETV Bharat / bharat

ନିୟମିତ ଯାତ୍ରୀଙ୍କୁ ନେଇ ରେଳବାଇର ପ୍ରଥମ ସର୍ଭେ, 50 ଲକ୍ଷ ଯାତ୍ରୀଙ୍କୁ ଗଲା ମେସେଜ୍‌ - INDIAN RAILWAY

ନିୟମିତ ଯାତ୍ରୀଙ୍କ ପାଇଁ ରେଳବାଇର ନୂଆ ପଦକ୍ଷେପ । ସର୍ଭେ ପରେ ସ୍ବତନ୍ତ୍ର ଟ୍ରେନ ବିଷୟରେ ଅବଗତ ପାଇଁ ପଠାଯାଉଛି ମେସେଜ । ବଢିଲା ବୁକିଂ ସଂଖ୍ୟା ।

Railways survey
Railways survey ((ANI))
author img

By ETV Bharat Odisha Team

Published : Nov 1, 2024, 7:55 AM IST

ନୂଆଦିଲ୍ଲୀ: ଯଦି ଆପଣ ଟ୍ରେନରେ ପ୍ରତିଦିନ ବା ନିୟମିତ ଯାତ୍ରା କରୁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ । ଯଦି ରେଳବାଇ ପକ୍ଷରୁ ଆପଣଙ୍କୁ କୌଣସି ମେସେଜ ଆସୁଛି, ତେବେ ଖବରକୁ ନିଶ୍ଚିତ ଥରେ ପଢି ନିଅନ୍ତୁ । ଗତ ଏକ ବର୍ଷ ମଧ୍ୟରେ ବାରମ୍ବାର ବା ନିୟମିତ ଟ୍ରେନରେ କିଛି ନିର୍ଦ୍ଦିଷ୍ଟ ରାଜ୍ୟ ତଥା ସହରକୁ ଯାତ୍ରା କରୁଥିବା ଯାତ୍ରୀଙ୍କୁ ନେଇ ପ୍ରଥମ ଥର ଏକ ସର୍ଭେ କରିଛି ରେଳ ବିଭାଗ । ସ୍ୱତନ୍ତ୍ର ଟ୍ରେନ୍ ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ରେଳବାଇ ପ୍ରଥମ ଥର ଏକ ସର୍ଭେ କରିଥିଲା । ସେହି ଯାତ୍ରୀମାନଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କୁ ସ୍ୱତନ୍ତ୍ର ଟ୍ରେନ୍ ଏବଂ ବ୍ୟବସ୍ଥା ବିଷୟରେ ସୂଚନା ଦେବା ପାଇଁ ରେଳ ବିଭାଗ ପକ୍ଷରୁ ଏହି ମେସେଜ କରାଯାଉଛି ।

  • ମେସେଜରେ ମିଳୁଛି ସ୍ବତନ୍ତ୍ର ଟ୍ରେନ ସମ୍ପର୍କିତ ସୂଚନା:-

ଏନେଇ ଉତ୍ତର ରେଳବାଇ (NR)ର ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ ‘ଇଟିଭି ଭାରତ’କୁ କହିଛନ୍ତି,“ରେଳବାଇ ପକ୍ଷରୁ ପାର୍ବଣ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି । କିନ୍ତୁ ଅନେକ ଯାତ୍ରୀ ଏହି ଟ୍ରେନଗୁଡିକ ସମ୍ପର୍କରେ ଜାଣନ୍ତିନାହିଁ । ଯାହା ଫଳରେ ସେମାନେ ନିୟମିତ ଚଳାଚଳ କରୁଥିବା ଟ୍ରେନରେ ଟିକଟ ବୁକ୍ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ନିୟମିତ ଟ୍ରେନରେ ସେମାନଙ୍କର ଟିକଟ୍ କନଫର୍ମ ନହେବା ଯୋଗୁଁ ସେମାନଙ୍କୁ ଯାତ୍ରା ଯୋଜନା ବାତିଲ କରିବାକୁ ପଡିଥାଏ । ସେମାନେ ସ୍ୱତନ୍ତ୍ର ଟ୍ରେନ୍ ବିଷୟରେ ଜାଣି ନ ଥିବାରୁ ଏହି ଟ୍ରେନ୍ ପାଇଁ ଟିକେଟ୍ ବୁକ୍ କରନ୍ତିନାହିଁ । ଯେଉଁମାନେ ଗତ ବର୍ଷ ମଧ୍ୟରେ ଅନେକ ଥର ଏକ ନିର୍ଦ୍ଦିଷ୍ଟ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଟ୍ରେନରେ ଯାତ୍ରା କରିଥିଲେ, ଏହି ସର୍ଭେରେ ରେଳବାଇ ସେହି ଯାତ୍ରୀଙ୍କୁ ଚିହ୍ନଟ କରିଛି ।’’

  • 50 ଲକ୍ଷ ଯାତ୍ରୀଙ୍କୁ ପଠାଯିବା ମେସେଜ:-

ସେ ଆହୁରି ମଧ୍ୟ କହିଛନ୍ତି,''ଗତ ଏକ ବର୍ଷ ମଧ୍ୟରେ ନିର୍ଦ୍ଦିଷ୍ଟ ରାଜ୍ୟ ତଥା ସହରକୁ ଯାତ୍ରା କରିଥିବା ଲୋକଙ୍କ ଯାତ୍ରାର ଶୈଳୀ ଏବଂ ଯାତ୍ରୀଙ୍କ ଟ୍ରାଭେଲ ତଥ୍ୟ ବୁଝିବା ପାଇଁ ଏକ ସର୍ଭେ କରାଯାଇଥିଲା । ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ, ରେଳବାଇ ଟେଲିକମ୍ ବିଭାଗ ସହାୟତାରେ ଏହିପରି 50ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ମାର୍ଗରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ସୁବିଧା ଏବଂ ଉପଲବ୍ଧତା ବିଷୟରେ ସୂଚନା ଦେବା ପାଇଁ ବଲ୍କ ମେସେଜ୍ ପଠାଉଛି । ''

ଏହା ମଧ୍ୟ ପଢନ୍ତୁ-କାଳୀପୂଜା-ଉର୍ତ୍ସ ମହୋତ୍ସବ: କେନ୍ଦୁଆପଦାରେ ରହିବ ଏହି ୪ଟି ଟ୍ରେନ...

ଏହା ମଧ୍ୟ ପଢନ୍ତୁ-ପୂର୍ବତଟ ରେଳବାଇର ପୂଜା ସ୍ପେଶାଲ ଟ୍ରେନ, ଓଡ଼ିଶାର ଏହି ରୁଟରେ କରିବ ଚଳାଚଳ - Special Train

ଏହା ମଧ୍ୟ ପଢନ୍ତୁ-ପାର୍ବଣରେ ଟ୍ରାକରେ ଗଡ଼ିବ ୬୦୦୦ ସ୍ପେଶାଲ ଟ୍ରେନ, ଟ୍ରେନ ଯାତ୍ରୀଙ୍କୁ ଭାରତୀୟ ରେଳବାଇର ବଡ଼ ଭେଟି - Special Train For Festive Season

  • ମେସେଜ ପଠାଇବା ପରେ ଟ୍ରେନ ଟିକେଟ ବୁକିଂରେ ବୃଦ୍ଧି :

ମେସେଜରେ “ନିଜ ପର୍ବକୁ ନିଜ ପରିବାର ସହିତ ପାଳନ କର” ଏବଂ ଅନ୍ୟାନ୍ୟ ସୂଚନା ଉଲ୍ଲେଖ କରାଯାଇଛି । ରେଳବାଇ ‘ଏସଏମଏସ’ର ଭଲ ପ୍ରତିକ୍ରିୟା ଗ୍ରହଣ କରୁଛି ଏବଂ ବର୍ତ୍ତମାନ ସ୍ୱତନ୍ତ୍ର ଟ୍ରେନରେ ଟିକେଟ୍ ବୁକିଂ ସଂଖ୍ୟା ବୃଦ୍ଧି ପାଇଛି ବୋଲି ‘ସିପିଆରଓ’ କହିଛନ୍ତି ।

  • ପାର୍ବଣ ପାଇଁ ଗଡୁଛି 7 ହଜାର ସ୍ବତନ୍ତ୍ର ଟ୍ରେନ :

ଏବେ ପାର୍ବଣ ଋତୁ ଚାଲିଥିବା ବେଳେ ରେଳ ବିଭାଗ ପକ୍ଷରୁ ବିଭିନ୍ନ ସହରକୁ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି । ଭିଡ ହ୍ରାସ କରିବା ସହ ପ୍ରତିଦିନ 2 ଲକ୍ଷ ଅତିରିକ୍ତ ଯାତ୍ରୀଙ୍କୁ ସୁବିଧା ଦେବା ପାଇଁ 7 ହଜାର ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିକଟରେ କହିଥିଲେ ଯେ, ରେଳବାଇ ପାର୍ବଣରେ ଏକ କୋଟି ଯାତ୍ରୀକୁ ସେବା ଯୋଗାଇବା ପାଇଁ ପ୍ରସ୍ତୁତ ଅଛି । ଅକ୍ଟୋବର ପହିଲାରୁ ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ 7,000 ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଯାହା ଗତ ବର୍ଷ ଚଳାଚଳ କରିଥିବା ସ୍ବତନ୍ତ୍ର ଟ୍ରେନ ଠାରୁ ପ୍ରାୟ 60 ପ୍ରତିଶତ ଅଧିକ ।

  • ପାର୍ବଣ ସ୍ବତନ୍ତ୍ରରେ ରହିଛି ବିଭିନ୍ନ ପ୍ରକାର ସୁବିଧା

ସ୍ବତନ୍ତ୍ର ଟ୍ରେନ ଗୁଡିକରେ ଏସି ସ୍ପେସିଆଲ୍, ଏସି, ସ୍ଲିପର୍, ଜେନେରାଲ୍ କୋଚ୍ ଓ ଅଣସଂରକ୍ଷିତ ସ୍ପେଶାଲ୍ ଟ୍ରେନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ବିଭିନ୍ନ ରେଳ ଜୋନରୁ ଚଳାଚଳ କରୁଛି । ଏହି ଟ୍ରେନ୍ ଯାତ୍ରୀମାନଙ୍କ ଯାତ୍ରା ଯୋଜନା କରିବା ପାଇଁ ସହାୟକ ହେବ । ଯାହାଦ୍ୱାରା ସେମାନଙ୍କର ଗନ୍ତବ୍ୟସ୍ଥଳକୁ ବିନା କୌଣସି ସମସ୍ୟାରେ ପହଞ୍ଚି ପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.