ETV Bharat / bharat

ଆଜି ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଶେଷ ଦିନ; ମୁମ୍ବାଇରେ ରାଲି କରିବ ଇଣ୍ଡିଆ ମେଣ୍ଟ

Bharat Jodo Nyay Yatra: ଆଜି ମୁମ୍ବାଇରେ ଶେଷ ହେବ ଭାରତ ଯୋଡ ନ୍ୟାୟ ଯାତ୍ରା । ଅନ୍ତିମ ଦିନରେ ରାଲି କରିବ ବିରୋଧୀ ଇଣ୍ଡିଆ ମେଣ୍ଟ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Mar 17, 2024, 9:07 AM IST

ମୁମ୍ବାଇ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଆଜି (ରବିବାର) ଅନ୍ତିମ ଦିନ । ମଣିପୁରରୁ ଆରମ୍ଭ ହୋଇଥିବା କଂଗ୍ରେସର ନ୍ୟାୟ ଯାତ୍ରା ଆଜି ମୁମ୍ବାଇରେ ଶେଷ ହେବ । ଅନ୍ତିମ ଦିନରେ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ମୁମ୍ବାଇରେ ଏକ ରାଲି ଆୟୋଜନ କରିବ । ମେଣ୍ଟରେ ଥିବା ସମସ୍ତ ନେତାମାନେ ଏଥିରେ ସାମିଲ ହେବେ । ମାର୍ଚ୍ଚ 20 ତାରିଖରେ ଭାରତ ଯୋଡ ନ୍ୟାୟ ଯାତ୍ରା ଶେଷ ହେବାକୁ ଥିବାବେଳେ ନିର୍ଦ୍ଧାରିତ ସମୟର 3 ଦିନ ପୂର୍ବରୁ ଏହାକୁ ସାରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ରାହୁଲଙ୍କ ଯାତ୍ରାରେ ସାମିଲ ହେବାକୁ କମଲନାଥଙ୍କ ଆହ୍ବାନ, ବିଜେପିରେ ମିଶିବା ଚର୍ଚ୍ଚାର ଅନ୍ତ

ଜାନୁଆରୀ 14 ତାରିଖରୁ ମଣିପୁରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରିଥିଲେ । ଦୁଇ ମାସ ଧରି 6 ହଜାର 713 କିଲୋମିଟର ପଦଯାତ୍ରା କରିଥିଲେ କଂଗ୍ରେସ କର୍ମୀ । ମୁମ୍ବାଇରେ ଆଜି ଏହା ଶେଷ ହେବାକୁ ଥିବାବେଳେ ଏକ ରାଲିର ଆୟୋଜନ କରାଯାଇଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆରଜେଡି ନେତା ତେଜସ୍ୱୀ ଯାଦବ, ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ, ଶରଦ ପାୱାର ଏବଂ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ଏହି ରାଲିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ଏଥିପାଇଁ ଶନିବାର ସନ୍ଧ୍ୟାରେ ମୁମ୍ବାଇରେ ପହଞ୍ଚିଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସେ କହିଥିଲେ, ''ଭାରତ ଯୋଡ ନ୍ୟାୟ ଯାତ୍ରା ଶେଷ ହେବାକୁ ଯାଉଛି । ଏଠାରେ ଉପସ୍ଥିତ ଥିବାରୁ ମୁଁ ବହୁତ ଖୁସି । ରାହୁଲ ଗାନ୍ଧୀ ଏହି ଯାତ୍ରା ଏଥିପାଇଁ ଆରମ୍ଭ କରିଥିଲେ କି ଜନତା ଦେଶର ବାସ୍ତବତାକୁ ଜାଣନ୍ତୁ । ପୁରା ଯାତ୍ରା ଜନସାଧାରଣଙ୍କୁ ଅବଗତ କରାଇବାର ଥିଲା ।''

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜାନୁଆରୀ 14ରେ ମଣିପୁର ଇମ୍ଫାଲରୁ ଭାରତ ଯୋଡ ନ୍ୟାୟ ପତାକା ଉତ୍ତୋଳନ କରାଯାଇଥିଲା । ଏଠାରେ ପ୍ରଥମେ ଯାତ୍ରା ଆରମ୍ଭ ହେବା ପରେ ନାଗାଲାଣ୍ଡ, ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ, ଛତିଶଗଡ, ରାଜସ୍ଥାନ, ଗୁଜରାଟ ସମେତ 15ଟି ରାଜ୍ୟ ଅତିକ୍ରମ କରିଛି । ଏହା ପୂର୍ବରୁ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ କଂଗ୍ରେସ ଭାରତ ଯୋଡ ଯାତ୍ରା କରିଥିଲା । ଭାରତ ଯୋଡୋ ଯାତ୍ରାର ପ୍ରଥମ ପର୍ଯ୍ୟାୟ 2022 ଡିସେମ୍ବର 7 ତାରିଖ ଦିନ ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇ 2023 ଜାନୁଆରୀରେ ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ଶେଷ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.