ETV Bharat / bharat

କର୍ମୀଙ୍କୁ କୁକୁର ଖାଇବା ବିସ୍କୁଟ୍ ଦେଲେ ରାହୁଲ ! ଭିଡିଓ ଭାଇରାଲ - Himant Biswa Sharma

Rahul Gandhi offer dog biscuit to worker: କୁକୁରକୁ ଦେଉଥିବା ବିସ୍କୁଟ କର୍ମୀଙ୍କୁ ଦେଲେ ରାହୁଲ ଗାନ୍ଧୀ । ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟର ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛି ବିଜେପି । ଅଧିକ ପଢନ୍ତୁ

Rahul Gandhi gave dog biscuit to worker !
ନିଜ କୁକୁରକୁ ଖୁଆଉଥିବା ବିସ୍କୁଟ କର୍ମୀଙ୍କୁ ଦେଉଛନ୍ତି ରାହୁଲ ଗାନ୍ଧୀ
author img

By ETV Bharat Odisha Team

Published : Feb 6, 2024, 12:44 PM IST

Updated : Feb 6, 2024, 1:24 PM IST

ହାଇଦ୍ରାବାଦ: ବିସ୍କୁଟ ଖାଇଲାନି କୁକୁର । ସେହି ବିସ୍କୁଟ କର୍ମୀଙ୍କୁ ଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ନ୍ୟାୟ ଯାତ୍ରା ସମୟରେ ନିଜ ପୋଷା କୁକୁରକୁ ଖାଇବାକୁ ଦେଉଥିବା ବିସ୍କୁଟକୁ ରାହୁଲ ଗାନ୍ଧୀ ଜଣେ କଂଗ୍ରେସ କର୍ମୀଙ୍କ ହାତକୁ ବଢାଉ ଦେଉଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବିଜେପି ରାହୁଲଙ୍କୁ ଜୋରଦାର ସମାଲୋଚନା କରିଛି ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିବା ସହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଭିଡିଓକୁ ରିଟ୍ୱିଟ୍ କରିଛନ୍ତି । ପଲ୍ଲବୀ ନାମକ ଜଣେ ଟ୍ୱିଟର ୟୁଜର୍ସ ଏହି ଭିଡିଓକୁ ସେୟାର କରିଥିବା ବେଳେ ଏହି ଭିଡିଓକୁ ରିଟ୍ୱିଟ୍ କରି ଆସାମ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, "ପଲ୍ଲବୀ ଜୀ, ମୋତେ କେବଳ ରାହୁଲ ଗାନ୍ଧୀ ନୁହଁନ୍ତି ବରଂ ତାଙ୍କ ପୁରା ପରିବାର ଏହି ବିସ୍କୁଟ ଖୁଆଇବାକୁ ଚେଷ୍ଟା କରିଥିଲେ । ହେଲେ ମୋତେ ଖୁଆଇ ପାରିନଥିଲେ । ମୁଁ ଆସାମୀ ଓ ଭାରତୀୟ ହେବା ନେଇ ଗର୍ବିତ । ମୁଁ ଏହି ବିସ୍କୁଟ ଖାଇବାକୁ ମନା କରିଦେଲି ଓ କଂଗ୍ରେସରୁ ଇସ୍ତଫା ଦେଲି । ବିଜେପି ନେତାମାନେ ଏହି ଭିଡିଓକୁ ପୋଷ୍ଟ କରି ରାହୁଲ ଗାନ୍ଧୀଙ୍କୁ ନିନ୍ଦା କରିଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ଅନୁଯାୟୀ, ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ତାଙ୍କ ପୋଷା କୁକୁରକୁ ବିସ୍କୁଟ ଖାଇବାକୁ ଦେଉଥିଲେ । ଏହି ସମୟରେ ତାଙ୍କ ନିକଟରେ କର୍ମୀ ଓ ସମର୍ଥକଙ୍କ ଭିଡ ଲାଗି ରହିଥିଲା । କଂଗ୍ରେସ କର୍ମୀ ଓ ସମର୍ଥକମାନେ ତାଙ୍କୁ ଘେରି ରହିଥିଲେ । ଏହି ସମୟରେ ଜଣେ କର୍ମୀଙ୍କ ହାତକୁ ରାହୁଲ ଗାନ୍ଧୀ ନିଜ କୁକୁରକୁ ଖୁଆଉଥିବା ବିସ୍କୁଟ ବଢାଇ ଦେଇଥିଲେ । ଏହି ଭିଡିଓଟି ଝାଡଖଣ୍ଡରେ ଭାରତ ଯୋଡ ନ୍ୟାୟ ଯାତ୍ରା ଚାଲିଥିବା ସମୟର ବୋଲି କୁହାଯାଉଛି । ଅନ୍ୟପଟେ ଅନେକ ୟୁଜର୍ସ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ରାହୁଲ ଗାନ୍ଧୀ ସେହି ବିସ୍କୁଟକୁ କର୍ମୀଙ୍କୁ କୁକୁରକୁ ଦେବା ଉଦ୍ଦେଶ୍ୟରେ ଦେଉଥିବା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ନ୍ୟାୟ ଯାତ୍ରାରେ ପୁଣି ବର୍ଷିଲେ ରାହୁଲ, କହିଲେ ଆଦାନୀଙ୍କୁ ଛାଡି ସମସ୍ତଙ୍କ ସହିତ ଅନ୍ୟାୟ କରୁଛି ବିଜେପି

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଜାନୁଆରୀ 14 ତାରିଖରୁ ମଣିପୁରର ଇମ୍ପାଲରୁ ଆରମ୍ଭ ହୋଇଥିବା ବେଳେ ଏହା ମାର୍ଚ୍ଚ 20 ତାରିଖରେ ମୁମ୍ୱାଇରେ ଶେଷ ହେବ । ମଣିପୁର, ଆସାମ, ପଶ୍ଚିମବଙ୍ଗ ଝାଡଖଣ୍ଡ ରାଜ୍ୟ ଅତିକ୍ରମ କରି ଆଜି ଓଡ଼ିଶାରେ ପହଞ୍ଚିବ ଭାରତ ଯୋଡ ନ୍ୟାୟ ଯାତ୍ରା । 66 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଦେଶର 15ଟି ରାଜ୍ୟର 110ଟି ଜିଲ୍ଲା ଦେଇ ଅତିକ୍ରମ କରିବାକୁ ଧାର୍ଯ୍ୟ କରିଛି କଂଗ୍ରେସ । ଏହି ସମୟରେ ରାହୁଲ ଗାନ୍ଧୀ ବିଭିନ୍ନ ସ୍ଥାନରେ ଲୋକମାନଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କୁ ସମ୍ବୋଧନ କରୁଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ବେରୋଜଗାର, ଦରବୃଦ୍ଧି ଓ ସାମାଜିକ ନ୍ୟାୟ ଭଳି ମୁଦ୍ଦା ଉପରେ ଲୋକମାନଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ କଂଗ୍ରେସର ପ୍ରୟାସ ରହିଥିବା ବେଳେ ଏହି ଯାତ୍ରାର ବେଶ ପ୍ରଭାବ ରହିଛି ।

Last Updated : Feb 6, 2024, 1:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.