ETV Bharat / bharat

ରାହୁଲଙ୍କ ଗ୍ୟାରେଣ୍ଟି; 'ସରକାର ବଦଳିଲେ ଏପରି କାର୍ଯ୍ୟାନୁଷ୍ଠାନ ହେବ, ଦ୍ବିତୀୟ ଥର ସାହାସ କରିବେନି' - Rahul Gandhi - RAHUL GANDHI

Rahul Gandhi: କଂଗ୍ରେସକୁ ଆୟକର ନୋଟିସ ପରେ ଆସିଲା ରାହୁଲ ଗାନ୍ଧୀଙ୍କ ଗ୍ୟାରେଣ୍ଟି । କହିଲେ ସରକାର ବଦଳିଲେ ଗଣତନ୍ତ୍ର ହତ୍ୟାକାରୀଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

Rahul Gandhi
Rahul Gandhi
author img

By ETV Bharat Odisha Team

Published : Mar 29, 2024, 9:52 PM IST

ନୂଆଦିଲ୍ଲୀ: ଯେତେବେଳେ ସରକାର ବଦଳିବ, ସେତେବେଳେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯିବ ଯେ ଦ୍ବିତୀୟ ଥର ଗଣତନ୍ତ୍ରର ହତ୍ୟା କରିବାକୁ କେହି ସାହାସ କରିବେ ନାହିଁ । ଏପରି କହି ଦେଶବାସୀଙ୍କୁ ଆଜି ରାହୁଲ ଗାନ୍ଧୀ ଦେଇଛନ୍ତି ଗ୍ୟାରେଣ୍ଟି । ଆୟକର ବିଭାଗ ପକ୍ଷରୁ 1823 କୋଟି ଜୋରିମାନା ଭରିବା ଲାଗି କଂଗ୍ରେସକୁ ନୋଟିସ ଆସିବା ପରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ଉପରେ ବର୍ଷି ଏପରି କହିଛନ୍ତି ରାହୁଲ । ଆୟକର ବିଭାଗ ଦ୍ବାରା ବିରୋଧୀମାନଙ୍କ ଉପରେ ଆତଙ୍କରାଜ ଚଲାଯାଉଥିବା ଦଳ ଅଭିଯୋଗ କରିଛି ।

କଂଗ୍ରେସର ଅଭିଯୋଗ ଅନୁସାରେ 14 ଲକ୍ଷ ଟଙ୍କା ହେରଫେରକୁ ନେଇ ଆୟକର ବିଭାଗ ଦଳ ଉପରେ 1823 କୋଟି ଟଙ୍କାର ଜୋରିମାନା ଲଗାଇଛି । ହେଲେ ଅନ୍ୟପଟେ ବିଜେପି ଉପରେ 42 କୋଟି ହେରଫେର ନେଇ 4600 କୋଟି ଟଙ୍କା ଜୋରିମାନା ଲଗାଇବାକୁ ଥିବା ବେଳେ ଏହାକୁ ଅଣଦେଖା କରାୟାଉଛି । ଏଣୁ ଆୟକର ବିଭାଗକୁ ଡବଲ୍‌ ଷ୍ଟାଣ୍ଡାର୍ଡ ବୋଲି କହିଛି କଂଗ୍ରେସ । ଏ ନେଇ ରାହୁଲ ଗାନ୍ଧୀ ଏକ୍ସ ସାଇଟରେ ଏକ ପୋଷ୍ଟ କରି କହିଛନ୍ତି, " ଯେତେବେଳେ ସରକାର ବଦଳିବ, ସେତେବେଳେ ଗଣତନ୍ତ୍ର ହତ୍ୟାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରି କାର୍ଯ୍ୟାନୁଷ୍ଠାନ ନିଆଯିବ ଯେ ପରବର୍ତ୍ତୀ ସମୟରେ ଏପରି କରିବାକୁ କେହି ସାହାସ କରିବେ ନାହିଁ ।"

ଏହା ବି ପଢନ୍ତୁ- ମୁଣ୍ଡ ଉପରେ ନିର୍ବାଚନ: କଂଗ୍ରେସକୁ ଝଟକା ଦେଲା ଆୟକର, ଭରିବ 1700 କୋଟି

ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ଦଳ ଆଦୌ ଭୟଭୀତ ନୁହେଁ । ଆଗାମୀ ନିର୍ବାଚନରେ ଦଳ ସତ ସାହସ ସହିତ ନିଜ ଦମରେ ନିର୍ବାଚନ ଲଢିବ । ଖଡ଼ଗେ ଆୟକର ନୋଟିସକୁ ନେଇ କହିଛନ୍ତି, " ଭାଜପାକୁ 42କୋଟି ଟଙ୍କା ପାଇଁ 4600 କୋଟି ଜୋରିମାନାକୁ ଅଣଦେଖା କରାଯାଇଛି । କିନ୍ତୁ କଂଗ୍ରେସ ବିଧାୟକ ଓ ସାଂସଦ 14 ଲକ୍ଷ ନଗଦ ଜମା କରିବା ପରେ ଏହା ଉପରେ 135 କୋଟି ଜୋରିମାନା ଲଗାଯାଇଛି । ବିରୋଧୀଙ୍କ ଉପରେ ଏଭଳି ଅନୁଚିତ ଢଙ୍ଗରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି କିଏ ଚାପ ସୃଷ୍ଟି କରୁଛି ? ପ୍ରମୁଖ ବିରୋଧୀ ଦଳ କଂଗ୍ରେସକୁ ନିଶାନା ବନାଇବା ଲାଗି ଆୟକର ବିଭାଗକୁ ଅସ୍ତ୍ର ରୂପେ ବ୍ୟବହାର କରିବା ଲାଗି କିଏ ନିର୍ଦ୍ଦେଶ ଦେଉଛି ? ଗଣତନ୍ତ୍ର ଓ ଭାରତୀୟ ସମ୍ବିଧାନକୁ ଦୁର୍ବଳ କରିବା ଲାଗି ଆୟକର ବିଭାଗ, ଇଡି, ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥାର ଦୁରୂପଯୋଗ କରୁଛନ୍ତି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.