ETV Bharat / bharat

କଳ୍ପନା ସୋରେନଙ୍କୁ ଭେଟିଲେ ରାହୁଲ ; କହିଲେ 'ଘୃଣା ହାରିବ, INDIA ଜିତିବ'

author img

By ETV Bharat Odisha Team

Published : Feb 5, 2024, 4:25 PM IST

Rahul Gandhi Meets Kalpana Soren: ଝାଡଖଣ୍ଡରେ ଫ୍ଲୋର ଟେଷ୍ଟ ପରେ କଳ୍ପନା ସୋରେନଙ୍କୁ ଭେଟିଲେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

କଳ୍ପନା ସୋରେନଙ୍କୁ ଭେଟିଲେ ରାହୁଲ
Rahul Gandhi Meets Kalpana Soren

ରାଞ୍ଚି: ଝାଡଖଣ୍ଡ ବିଧାନସଭା ଫ୍ଲୋରଟେଷ୍ଟରେ ଚମ୍ପଇ ସୋରେନଙ୍କ ସରକାର ବିଜୟୀ ହୋଇଛି । ୮୧ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ବହୁମତ ୪୧ ରହିଥିବା ବେଳେ, ଚମ୍ପାଇ ସରକାରଙ୍କୁ 47 ବିଧାୟକଙ୍କ ସମର୍ଥନ ମିଳିଛି । ସରକାରଙ୍କ ବିପକ୍ଷରେ 29 ଭୋଟ୍ ପଡ଼ିଥିଲା । ସ୍ବାଧୀନ ବିଧାୟକ ସରୟୁ ରାୟ ମତଦାନରେ ଅଂଶଗ୍ରହଣ କରିନଥିଲେ । ଏହାରି ଭିତରେ ପୂର୍ବତନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ହେମନ୍ତ ସୋରେନଙ୍କ ରାଞ୍ଚି ବାସଭବନରେ ଏହି ସାକ୍ଷାତ ହୋଇଥିଲା ।

କଳ୍ପନା ସୋରେନଙ୍କ ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାକ୍ଷାତକାରର ଫଟୋ ଏକ୍ସରେ ସେୟାର କରିଛି କଂଗ୍ରେସ ପାର୍ଟି । ପୋଷ୍ଟରେ ଲେଖା ହୋଇଛି, "ଆଜି ଝାଡଖଣ୍ଡରେ କଳ୍ପନା ସୋରେନଙ୍କ ସହିତ ରାହୁଲ ଗାନ୍ଧିଙ୍କର ମୁଲାକାତ ହୋଇଛି । ଆମେ ସମସ୍ତେ ଏକାଠି ହୋଇ ନ୍ୟାୟର ଲଢେଇ ଜାରି ରଖିବୁ । ଏହାସହିତ ଜନସାଧାରଣଙ୍କର ସ୍ବର ଉତ୍ତୋଳନ କରିବୁ । ଘୃଣା ହାରିବ, ଇଣ୍ଡିଆ ମେଣ୍ଟ ଜିତିବ ।"

ଅନ୍ୟପଟେ ରାହୁଲ ଗାନ୍ଧୀ କହିଛନ୍ତି, "ଆମେ ଭରତ ଯୋଡ ନ୍ୟାୟ ଯାତ୍ରାରେ ନ୍ୟାୟ ଶବ୍ଦକୁ ଅନ୍ତର୍ଭୁକ୍ତ କରିଛୁ । ଦେଶରେ ଏହାର ଅର୍ଥକୁ ଭଲ ଭାବେ ବୁଝାଯାଉଛି । ଆପଣଙ୍କ ସହିତ ଅନ୍ୟାୟ କରାଯାଉଛି । ଏହାର କାରଣ ମଧ୍ୟ ଆପଣ ଭଲ ଭାବେ ବୁଝି ପାରୁଥିବେ ।" ପ୍ରକାଶଥାଉକି, ଝାଡଖଣ୍ଡର ରାମଗଡ ଜିଲ୍ଲାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ ହୋଇଛି । ରାଜ୍ୟରେ ଯାତ୍ରାର ଆଜି ଚତୁର୍ଥ ଦିନ ହୋଇଥିବା ବେଳେ, ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ଭେଟିଛନ୍ତି ରାହୁଲ ଗାନ୍ଧି ।

ଏହା ମଧ୍ୟ ପଢନ୍ତୁ: ଫ୍ଲୋରଟେଷ୍ଟରେ ଚମ୍ପାଇ ସରକାର ସଫଳ: ସପକ୍ଷରେ ୪୭ ଭୋଟ୍, ବିପକ୍ଷରେ ୨୯

ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଥିଲା । ଏହା ପରେ ଗତ ଫେବୃଆରୀ 2 ତାରିଖରେ ଜେଏମଏମ (ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା) ବିଧାୟକ ଦଳର ନେତା ଚମ୍ପଇ ସୋରେନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଆଜି(ସୋମବାର, ଫେବୃଆରୀ ୫) ଫ୍ଲୋର ଟେଷ୍ଟରେ ସାମିଲ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଗତ ଫେବୃଆରୀ ୨ ତାରିଖରେ କୋର୍ଟ ହେମନ୍ତ ସୋରେନଙ୍କୁ ପାଞ୍ଚ ଦିନ ପାଇଁ ଇଡି ହେପାଜତକୁ ପଠାଇଥିଲେ । ଗିରଫ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆସ୍ଥାଭୋଟରେ ଅଂଶଗ୍ରହଣ କରିବା ସହ ପରୋକ୍ଷରେ ବିଜେପି ଉପରେ ବର୍ଷିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.