ନୂଆଦିଲ୍ଲୀ: ଲୋକସଭାରେ ବର୍ଷିଲେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ । ଯେଉଁଭଳି ଭାବେ ଏକଲବ୍ୟ ଆଙ୍ଗୁଠି କଟାଯାଇଥିଲା ସେହିଭଳି ଭାବେ ସରକାର ବର୍ତ୍ତମାନ ଦେଶର ଯୁବପିଢିଙ୍କ ଆଙ୍ଗୁଠି କାଟୁଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସମ୍ବିଧାନର ୭୫ ବର୍ଷର ଗୌରବଶାଳୀ ଯାତ୍ରା ଉପରେ ଆଜି(ଶନିବାର) ଲଗାତର ଦ୍ୱିତୀୟ ଦିନରେ ସଂସଦରେ ଚର୍ଚ୍ଚା ଜାରି ରହିଛି । ସମ୍ବିଧାନ ଉପରେ ନିଜ ବକ୍ତବ୍ୟ ରଖିବା ସହ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ।
ସାବରକର ପ୍ରସଙ୍ଗ ଉଠାଇଲେ ରାହୁଲ ଗାନ୍ଧୀ:
" भारत के संविधान के बारे में सबसे बुरी बात तो यह है कि इसमें कुछ भी भारतीय नहीं है।"
— Congress (@INCIndia) December 14, 2024
- ये बात आपके नेता सावरकर ने कही थी, जिसकी आप पूजा करते हैं।
: लोक सभा में नेता विपक्ष श्री @RahulGandhi pic.twitter.com/0jVOI23haQ
ସାବରକର ପ୍ରସଙ୍ଗ ଉଠାଇ ରାହୁଲ ଗାନ୍ଧୀ କହିଥିଲେ," ଯେତେବେଳେ ଆପଣ ସମ୍ବିଧାନର ରକ୍ଷା କରିବା କଥା କୁହନ୍ତି ସେତେବେଳେ ଆପଣ ସାବରକରଙ୍କୁ ଅପମାନିତ କରିଥାନ୍ତି । ସାବରକର ଯାହାଙ୍କୁ ଭାଜପା ଓ ଆରଏସଏସର ବିଚାରକ ଭାବେ ବିଚାର କରାଯାଏ, ସେ କହିଥିଲେ ଯେ ଭାରତ ସମ୍ବିଧାନ ଉପରେ ସବୁଠୁ ଖରାପ କଥା ହେଉଛି ଯେ ସମ୍ବିଧାନରେ କିଛି ଭାରତୀୟ ନାହିଁ ଓ ସେ ହିନ୍ଦୁ ଧାର୍ମିକ ଗ୍ରନ୍ଥ ମନୁସ୍ମୃତିକୁ ଏହାଠୁ ଅଧିକ ପ୍ରାଥମିକତା ଦେଇଥିଲେ । କଣ ଆପଣ ନିଜ ନେତାଙ୍କ କଥାକୁ ସମର୍ଥନ କରୁଛନ୍ତି ? ସମ୍ବିଧାନ ଆଧୁନିକ ଭାରତର ଦସ୍ତାବିଜ, କିନ୍ତୁ ଏହାକୁ ପ୍ରାଚୀନ ଭାରତ ଓ ଏହାର ବିଚାର ବିନା କେବେ ବି ଲେଖାଯାଇ ହୋଇନଥାନ୍ତା । କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ସମ୍ବିଧାନର ରକ୍ଷକ । ଭାଜପା ଓ ଆରଏସଏସ ମନୁସ୍ମୃତିର ସମର୍ଥକ । ଦେଶ ସମ୍ବିଧାନ ଅନୁଯାୟୀ ଚାଲିବ, ମନୁସ୍ମୃତିରେ ନୁହେଁ ।
#WATCH | During discussion on 75th anniversary of adoption of the Constitution of India, Lok Sabha LoP Rahul Gandhi says, " the ideology of india alliance brought the constitution of the country, together we safeguard the constitution. ambedkar ji had said that if there is… pic.twitter.com/ykHnqfulwd
— ANI (@ANI) December 14, 2024
‘ଯୁବପିଢିଙ୍କ ଆଙ୍ଗୁଠି କାଟୁଛନ୍ତି ସରକାର’:
During discussion on 75th anniversary of adoption of the Constitution of India, Lok Sabha LoP Rahul Gandhi says, " constitution mentions the prohibition of discrimination on grounds of religion, race, caste, sex or place of birth...some days back, youngsters from sambhal came to… pic.twitter.com/kP77xHK0po
— ANI (@ANI) December 14, 2024
ଆଉ ମଧ୍ୟ ଏକଲବ୍ୟ- ଦ୍ରୋଣାଚାର୍ଯ୍ୟ କାହାଣୀ କହି ସରକାରଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, "ଯେଉଁପରି ଭାବେ ଏକଲବ୍ୟଙ୍କ ଆଙ୍ଗୁଠି କାଟି ଦ୍ରୋଣାଚାର୍ଯ୍ୟ ତାଙ୍କ ପ୍ରତିଭା ନେଇ ଯାଇଥିଲେ, ସେହିପରି ଭାଜପା ସରକାର ଅଗ୍ନିବୀର ଯୋଜନାରେ ଯୁବପିଢିଙ୍କ ଆଙ୍ଗୁଠି କାଟୁଛନ୍ତି । ଆଦାନୀକୁ ସମସ୍ତ କାରବାର, କାରଖାନା, ପୋର୍ଟ, ଏୟାରପୋର୍ଟ ଦେଇ ଦେଶର କୃଷକ ଓ ଯୁବକଙ୍କ ଆଙ୍ଗୁଠି କଟାଯାଉଛି ।"
ରାହୁଲ ଗାନ୍ଧୀଙ୍କୁ ଅନୁରାଗ ଠାକୁରଙ୍କ କଡା ଜବାବ:
#WATCH | Delhi: On Lok Sabha LoP Rahul Gandhi's address in Lok Sabha, BJP MP Anurag Thakur says, " ... last time i asked all the opposition mps how many pages are there in the constitution that you carry. no mp was able to tell. today i have brought that book in front of you which… pic.twitter.com/YX2zacA6fA
— ANI (@ANI) December 14, 2024
ଅନ୍ୟପଟେ ବିଜେପି ସାଂସଦ ଅନୁରାଗ ଠାକୁର ରାହୁଲ ଗାନ୍ଧୀଙ୍କୁ କଡା ଜବାବ ଦେଇଛନ୍ତି । ସେ କହିଛନ୍ତି, "ଆପଣ କେବେ ସମ୍ବିଧାନ ପଢିନାହାନ୍ତି । ଏହା ସମ୍ବିଧାନର ଶକ୍ତି ଥିଲା ଯାହା ଇନ୍ଦିରା ଗାନ୍ଧୀଙ୍କ ଏମରଜେନ୍ସିକୁ ଶେଷ କରିଥିଲା ।"