ETV Bharat / bharat

ନିର୍ବାଚନ ଲଢିବା ଯୋଜନାରେ ଖଲିସ୍ତାନୀ ଆତଙ୍କୀ ଅମୃତପାଲ ସିଂ - Amritpal Singh - AMRITPAL SINGH

Radical Preacher Amritpal Singh to Fight LS Polls । ନିର୍ବାଚନ ଲଢିବାକୁ ଖଲିସ୍ତାନୀ ଆତଙ୍କୀ ଅମୃତପାଲ ସିଂ ଆଗ୍ରହୀ । ଏବେ ଆସାମର ଦିବୃଗଡ ଜେଲରେ ବନ୍ଦ ଅଛି ଅମୃତପାଲ । ଅଧିକ ପଢନ୍ତୁ

ନିର୍ବାଚନ ଲଢିବ ଅମୃତପାଲ ସିଂ, ଓକିଲ ଦେଲେ ସୂଚନା

author img

By ETV Bharat Odisha Team

Published : Apr 25, 2024, 12:05 PM IST

ଚଣ୍ଡିଗଡ: ପଞ୍ଜାବରେ ଏକାଧିକ ହିଂସା ଭିଆଇବା ପରେ ଗିରଫ ହୋଇ ଆସାମ ଜେଲରେ ବନ୍ଦ ଥିବା ଖଲିସ୍ତାନୀ ଆତଙ୍କବାଦୀ ତଥା ‘ଓ୍ବାରିସ ପଞ୍ଜାବ ଦେ’ ମୁଖ୍ୟ ଅମୃତପାଲ ସିଂ ଚଳିତ ସାଧାରଣ ନିର୍ବାଚନ ଲଢିବାକୁ ଯାଉଛି । ସେ ପଞ୍ଜାବର ଖଦୁର ସାହିବ ସଂସଦୀୟ ଆସନରୁ ସ୍ବାଧୀନ ଭାବେ ପ୍ରାର୍ଥୀ ହେବା ନେଇ ତାର ଓକିଲ ସୂଚନା ଦେଇଛନ୍ତି । ହେଲେ ଏ ସମ୍ପର୍କରେ ଖବର ପ୍ରସାରିତ ହେବା ପରେ ଅମୃତପାଲ ସିଂର ବାପା କିମ୍ବା ପରିବାରର ଅନ୍ୟ କେହି ସମ୍ପର୍କୀୟ ମୁହଁ ଖୋଲିନାହାନ୍ତି ।

ଅମୃତପାଲ ସିଂର ଓକିଲ ରାଜଦେବ ସିଂ ଖାଲସାଙ୍କ କହିବା ଅନୁସାରେ, ସେ ଜେଲରେ ଅମୃତପାଲଙ୍କୁ ଭେଟି ନିର୍ବଚନ ଲଢିବା ସମ୍ପର୍କରେ କହିଥିଲେ । ଅମୃତପାଲ ଏହି ପ୍ରସ୍ତାବରେ ଆଗ୍ରହ ପ୍ରକାଶ କରିବା ସହ ସହମତି ମଧ୍ୟ ଦେଇଛନ୍ତି । ସେ ପଞ୍ଜାବର ଖଦୁର ସାହିବ ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ । ‘ଖଲସା ପନ୍ଥ’ ସମାଜର ସ୍ବାର୍ଥ୍ୟକୁ ଦୃଷ୍ଟିରେ ରଖି ଜେଲ ମଧ୍ୟରୁ ଅମୃତପାଲ ସିଂ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିବା ଓକିଲ ଖଲସା କହିଛନ୍ତି । ମାତ୍ର ଏହି ସମ୍ପର୍କରେ ପ୍ରଶ୍ନ କରାଯିବା ପରେ ଅମୃତପାଲ ସିଂଙ୍କ ବାପା ତାରସେମ ସିଂ କହିଛନ୍ତି, ସେ ଏହି ନିଷ୍ପତ୍ତି ସମ୍ପର୍କରେ ବର୍ତ୍ତମାନ କିଛି ଜାଣନ୍ତି ନାହିଁ । ସେ ଜେଲରେ ଅମୃତପାଲଙ୍କୁ ସାକ୍ଷାତ କରିବା ପାଇଁ ଯିବେ । ଏହାପରେ ସେ କିଛି ସ୍ପଷ୍ଟତାର ସହ କହିପାରନ୍ତି ।

ଏହା ମଧ୍ୟ ପଢନ୍ତୁ :- JEE ମେନ ରେଜଲ୍ଟ: ଅନ୍ବେଷ ଶୁଭମ ଓଡ଼ିଶା ଟପ୍ପର, 56 ଜଣଙ୍କୁ 100 ପର୍ସେଣ୍ଟାଇଲ୍ - JEE Mains result 2024

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଖଲିସ୍ତାନୀ ସମର୍ଥିତ ସଂଗଠନ ‘ଓ୍ବାରିସ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂ ପଞ୍ଜାବରେ ପୋଲିସ ଷ୍ଟେସନ ଆକ୍ରମଣ ସହ ଏକାଧିକ ହିଂସା ଭିଆଇବା ପରେ ଗିରଫ ହୋଇଥିଲା । ପ୍ରାୟ ମାସେ ବ୍ୟାପୀ ପୋଲିସର ଅପରେସନ ପରେ କିଛି ସହଯୋଗୀଙ୍କ ସମେତ ତାକୁ ପଞ୍ଜାବ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ତା’ ବିରୋଧରେ ଜାତୀୟ ସୁରକ୍ଷା ଅଧିନିୟମ (ଏନଏସଏ) ପରି ଗମ୍ଭୀର ଦଫା ମଧ୍ୟ ଲାଗିଛି । ସେ ଜଣେ ଶିଖ ଧର୍ମ ପ୍ରଚାରକ ହୋଇଥିବା କାରଣରୁ ତାର ଲୋକପ୍ରିୟତା ମଧ୍ୟ ରହିଛି । ତେଣୁ କୌଣସି ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ସନ୍ଦେହରେ ତାକୁ ପଞ୍ଜାବରୁ ସୁଦୂର ଉତ୍ତର-ପୂର୍ବ ରାଜ୍ୟ ଆସାମର ଦିବୃଗଡ କେନ୍ଦ୍ରୀୟ କାରାଗାରାରେ ରଖାଯାଇଛି । କଡା ସୁରକ୍ଷା ମଧ୍ୟରେ ରହିଥିବା ଅମୃତପାଲ ନିର୍ବାଚନ ଲଢିବାକୁ ଇଚ୍ଛା କଲେ ମଧ୍ୟ ଏହି ପ୍ରକ୍ରିୟା ଏତେ ସହଜ ହେବ ନାହିଁ ବୋଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.