ETV Bharat / bharat

ପଞ୍ଜାବରେ ବିଷାକ୍ତ ମଦ ପିଇ ଗଲାଣି ୨୧ ଜୀବନ - Punjab hooch tragedy

author img

By ETV Bharat Odisha Team

Published : Mar 23, 2024, 12:50 PM IST

Punjab Hooch Tragedy: ପଞ୍ଜାବରେ ବଢ଼ିଲା ମଦ ମୃତ୍ୟୁ । ହସ୍ପିଟାଲରେ ଆଉ କିଛି ଅସୁସ୍ଥଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଚଣ୍ଡିଗଡ: ପଞ୍ଜାବରେ ମଦମୃତ୍ୟୁ ସଂଖ୍ୟା ବଢିଚାଲିଛି । ବିଷାକ୍ତ ମଦ ପିଇବା ପରେ ହସ୍ପିଟାଲରେ ଜଣକ ପରେ ଜଣକର ମୃତ୍ୟୁ ହେଉଛି । ସଙ୍ଗରୁର ଜିଲ୍ଲାରେ ପ୍ରଥମେ ୪ ଜଣଙ୍କ ମୃତ୍ୟୁ ଖବର ଆସିଥିବା ବେଳେ ଏହି ସଂଖ୍ୟା ଏବେ ୨୧ରେ ପହଞ୍ଚିଛି । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ କିଛି ଅସୁସ୍ଥଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି । ଏବେ ବି ଆହୁରି ଅନେକ ଲୋକ ଚିକିତ୍ସାଧୀନ ଅଛନ୍ତି ।

ସଙ୍ଗରୁର୍ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା ଅନୁସାରେ, ବିଷାକ୍ତ ମଦ ପିଇବା ଯୋଗୁଁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ଅତିକମରେ ୪୦ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମାର୍ଚ୍ଚ ୨୦ ଅର୍ଥାତ୍ ଗତ ବୁଧବାର ଦିନ ପ୍ରଥମେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ପରେ ଆଉ ୭ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ । ଗତକାଲି ଗୋଟିଏ ଦିନରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ପୁଣି ୪ ଜଣ ଅସୁସ୍ଥଙ୍କ ମୃତ୍ୟୁ ହୋଇଛି । ଏହାରି ସହିତ ସଙ୍ଗରୁର୍ ଜିଲ୍ଲାରେ ମୋଟ ବିଷାକ୍ତ ମଦ ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ: ମଦ ହେଲା କାଳ: ବିଷାକ୍ତ ମଦ ପିଇ ଚାଲିଗଲା ୪ ଜୀବନ

ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସମେତ ଅଦ୍ୟାବଧି ୪ ଜଣଙ୍କୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଗୁରଲାଲ ସିଂହ ଏବଂ ତା'ର ଅନ୍ୟ ୩ ସହଯୋଗୀଙ୍କୁ ସଙ୍ଗରୁର ପୋଲିସ ହେପାଜତକୁ ନେଇ ତଦନ୍ତ କରୁଛି । ୪ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବା ସଙ୍ଗରୁର ଏସଏସପି ସରତାଜ ସିଂହ ଚହଲ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ପ୍ରଦୀପ ସିଂହ ଓରଫ୍ ବବି, ସୋମା, ସଞ୍ଜୁ ଓ ଅର୍ଶଦୀପ ସିଂହ ବୋଲି ପରିଚୟ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ବିହାରରେ ପୁଣି ମଦମୃତ୍ୟୁ, ବିଷାକ୍ତ ମଦ ନେଲା 6 ଜଣଙ୍କ ଜୀବନ !

ଅନ୍ୟପଟେ ଏହି ମଦମୃତ୍ୟୁ ଘଟଣାର ତଦନ୍ତ ପାଇଁ ଏଡିଜିପି (ଆଇନ ଶୃଙ୍ଖଳା) ଗୁରିନ୍ଦର ଢିଲୋନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଏସଆଇଟି ଟିମ୍ ଗଠନ କରାଯାଇଛି । ଏଥିରେ ପଟିଆଲା ଡିଆଇଜି ହରଚରଣ ଭୁଲ୍ଲାର, ଏସଏସପି ସରତାଜ ଚହଲ, ଅତିରିକ୍ତ କମିଶନର (ଅବକାରୀ) ନରେଶ ଦୁବେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.