ETV Bharat / bharat

ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ

Punjab Governor Banwarilal Purohit resigns from his post: ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ ଦେଲେ ଇସ୍ତଫା । ବ୍ୟକ୍ତିଗତ କାରଣ ଦର୍ଶାଇ ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫାପତ୍ର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 3, 2024, 3:47 PM IST

Updated : Feb 3, 2024, 3:59 PM IST

ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ
ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ

ଚଣ୍ଡିଗଡ: ପଦରୁ ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ । ସେ ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଉଥିବା ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇ ଦେଇଛନ୍ତି । ଗତ କିଛି ମାସ ମଧ୍ୟରେ ପଞ୍ଜାବରେ ରାଜ୍ୟପାଳ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏପରିକି ରାଜ୍ୟପାଳ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଚେତାବନୀ ମଧ୍ୟ ଦେଇଥିଲେ ।

ରାଷ୍ଟ୍ରପତିଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ପୁରୋହିତ ଉଲ୍ଲେଖ କରିଛନ୍ତି, ସେ ତାଙ୍କ ବ୍ୟକ୍ତିଗତ କାରଣ ଓ ପୂର୍ବର କିଛି ପ୍ରତିବଦ୍ଧତା ପାଇଁ ପଞ୍ଜାବ ରାଜ୍ୟପାଳ ଓ ଚଣ୍ଡିଗଡ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ ପଦରୁ ଇସ୍ତଫା ଦେଉଛନ୍ତି । ତେଣୁ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଉ । ତେବେ ରାଷ୍ଟ୍ରପତି ଭବନ ଏହି ଇସ୍ତଫାକୁ ଗ୍ରହଣ କରିଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନି । ହେଲେ ଦିନକ ପୂର୍ବରୁ ପୁରୋହିତ ଦିଲ୍ଲୀ ଗସ୍ତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଏହା ପରେ ଏହି ନିଷ୍ପତ୍ତି ସାମ୍ନାକୁ ଆସିଛି ।

ଅଣବିଜେପି ଶାସିତ ପଞ୍ଜାବରେ ‘ଆମ ଆଦମୀ ପାର୍ଟି’ କ୍ଷମତାରେ ରହିଛି । ନିର୍ବାଚିତ ସରକାର ଓ ରାଜଭବନ ମଧ୍ୟରେ ମଧ୍ୟ ବିବାଦ ମଧ୍ୟ ରହିଛି । ଗତବର୍ଷ ଅଗଷ୍ଟରେ ଏକାଧିକ ପ୍ରସଙ୍ଗରେ ରାଜ୍ୟପାଳ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ମଧ୍ୟରେ ତିକ୍ତତା ବଢିଥିଲା । ଫଳରେ ରାଜ୍ୟପାଳ ତାରନ ତାରନ ଖଣି ମାମଲା ସହ ଅନ୍ୟ କିଛି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତଥ୍ୟ ମାଗିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ଏହି ଚିଠିର ପ୍ରତିଉତ୍ତର ଦେଇନଥିବା ଅଭିଯୋଗ ହୋଇଥିଲା । ଫଳରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବାର ଚିଠି ଲେଖି ରାଜ୍ୟରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିବା ଅଭିଯୋଗରେ ରାଷ୍ଟ୍ରପତି ଶାସନ କାର୍ଯ୍ୟକାରୀ ସୁପାରିଶ କରିବା ନେଇ ଚେତାବନୀ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ସମ୍ବଲପୁର IIM ନୂଆ କ୍ୟାମ୍ପସ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ

ମୁଖ୍ୟମନ୍ତ୍ରୀ ମାନଙ୍କ ବିରୋଧରେ ଅପରାଧିକ ମାମଲା ମଧ୍ୟ ଦାଏର କରିବା ପାଇଁ ରାଜ୍ୟପାଳ ସେତେବେଳେ ଚେତାବନୀ ଦେଇଥିଲେ । ଯାହା ଚର୍ଚ୍ଚାର ବିଷୟ ହୋଇଥିଲା । ହେଲେ ଏହି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ୍ ଓ ତାଙ୍କ ସରକାର ଖଣ୍ଡନ କରିଥିଲେ । ରାଜଭବନର ସମସ୍ତ ଚିଠିର ଉତ୍ତର ଯଥା ସମୟରେ ପ୍ରଦାନ କରାଯାଇଛି । ରାଜ୍ୟପାଳ ପଞ୍ଜାବ ପରି ଶାନ୍ତିପ୍ରିୟ ରାଜ୍ୟର ଲୋକଙ୍କୁ ଧମକ ଦେବାକୁ ପ୍ରୟାସ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମାନ୍ ପାଲଟା ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 3, 2024, 3:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.