ETV Bharat / bharat

କାର ଚଢାଇ ଦୁଇ ଇଞ୍ଜିନିୟରଙ୍କୁ ମାରିଦେଲେ ନାବାଳକ, ବାପାକୁ ବାନ୍ଧିଲା ପୋଲିସ ! - Pune Porsche Accident - PUNE PORSCHE ACCIDENT

Pune Porsche Accident: ପୋର୍ସ କାର ଚଢାଇ ଦୁଇ ଇଞ୍ଜିନିୟରଙ୍କୁ ମାରିଦେଲା ବିଲ୍ଡରଙ୍କ ମଦ୍ୟପ ନାବାଳକ ପୁଅ । ସର୍ତ୍ତ ରଖି ନାବାଳକକୁ ଜାମିନ ମିଳିଥିବା ବେଳେ ବାପାକୁ ଉଠାଇ ଆଣିଲା ପୋଲିସ । ଅଧିକ ପଢନ୍ତୁ

Pune Porsche Accident
Pune Porsche Accident (ETV Bharat Odisha)
author img

By ETV Bharat Odisha Team

Published : May 21, 2024, 10:54 AM IST

ମୁମ୍ବାଇ: 18 ବର୍ଷ ନହେଉଣୁ ପୁଅ ହାତରେ କାର୍ ଚାବି ଦେଇଥିଲେ ବିଲ୍ଡର ବାପା । ଏହାର ଫାଇଦା ଉଠାଇ ବେପରୁଆ ଗାଡି ଚାଳନା ବେଳେ ଭୟଙ୍କର ସଡକ ଦୁର୍ଘଟଣା ଘଟାଇଲା ପୁଅ । ଶନିବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ପୁଣେରେ ଜଣେ ବିଲ୍ଡରଙ୍କ ନାବାଳକ ପୁଅ ପୋର୍ସ କାର୍‌ ଚଳାଇ ଏକ ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇ ଇଞ୍ଜିନୟରଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଅନେକ ମହଲରେ ଚର୍ଚ୍ଚା ହୋଇଥିବା ବେଳେ ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା ।

ତେବେ ଏହି ଘଟଣା ପରେ ସ୍ଥାନୀୟ ଲୋକେ ନାବାଳକକୁ ଅଟକାଇ ପୋଲିସର ଜିମା ଦେଇଥିଲେ । ଅନେକ ମହଲରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଥିବା ବେଳେ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଅଭିଯୁକ୍ତ ନାବାଳକର ବିଲ୍ଡର ବାପାକୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ, ସେ ଜଣ ଜଣାଶୁଣା ବିଲ୍ଡର ଭାବେ ବେଶ ପରିଚିତ ଥିଲେ । ନାବାଳକର ବୟସ 17 ବର୍ଷ ହୋଇଥିବା ନେଇ ଅଧିକାରୀମାନେ କହିଛନ୍ତି ।

ବାରରେ ମଦ ପିଇବା ପରେ ଏଭଳି କାଣ୍ଡ କରିଥିବା ନେଇ ପୋଲିସ ପକ୍ଷରୁ ଦାବି କରାଯାଇଛି । କଲ୍ୟାଣି ନଗର ଅଞ୍ଚଳରେ ଦୁଇଜଣ ମୋଟରସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି, "ଆମେ ଛତ୍ରପତି ସମ୍ଭାଜିନଗରରୁ ନାବାଳକର ପିତାଙ୍କୁ ଅଟକ ରଖିଛୁ । ତାଙ୍କୁ ପୁଣେ ଅଣାଯାଉଛି ଏବଂ ପଞ୍ଜିକୃତ ମାମଲା ଅନୁସାରେ ତାଙ୍କୁ ଗିରଫ କରାଯିବ । ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଧାରା 75 ଏବଂ 77 ଅନୁଯାୟୀ ଅଭିଯୁକ୍ତର ବାପା ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ନାବାଳକ ମଦ୍ୟପାନ କରିବା ପାଇଁ ବାର୍ ପ୍ରତିଷ୍ଠାନର ମାଲିକ ଏବଂ କର୍ମଚାରୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।"

ଏହା ମଧ୍ୟ ପଢନ୍ତୁ: ନାବାଳକ କାର ଧକ୍କାରେ ଗଲା 2 ଜୀବନ, ବାପାକୁ ଉଠାଇ ଆଣିଲା ପୋଲିସ

ରବିବାର ସକାଳ ପ୍ରାୟ 3.15 ସମୟରେ ଦୁଇ ଇଞ୍ଜିନିୟର ମୋଟର ସାଇକଲରେ ଯାଇଥିଲେ ବେଳେ ଦ୍ରୁତଗାମୀ ପୋର୍ସ କାର୍ କଲ୍ୟାଣୀ ନଗରରେ ଧକ୍କା ଦେଇଥିଲା । ଫଳରେ ଦୁଇଜଣ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା । ଦୁହେଁ ଆଇଟି ପ୍ରଫେସନାଲ ହୋଇଥିବା ବେଳେ ମଧ୍ୟଟପ୍ରଦେଶରର ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ନାବାଳିକାକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ସମ୍ମୁଖରେ ହାଜର କରାଯାଇଥିଲା ଯାହା ତାଙ୍କୁ କିଛି ଘଣ୍ଟା ପରେ ଜାମିନ ପ୍ରଦାନ କରିଥିଲା। ଟ୍ରାଫିକ ପୋଲିସ ସହ 15 ଦିନ କାମ କରିବା ସହିତ ଦୁର୍ଘଟଣା ଉପରେ ରଚନା ଲେଖିବା ଏବଂ ମଦ ପିଇବାର ଅଭ୍ୟାସର ଚିକିତ୍ସା ପାଇଁ ସର୍ତ୍ତ ରଖି କୋର୍ଟ ଜାମିନ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.