ETV Bharat / bharat

ଜମ୍ମୁରେ ପ୍ରଧାନମନ୍ତ୍ରୀ ମୋଦି; 32 ହଜାର କୋଟି ପ୍ରକଳ୍ପ ଦେଲେ ଭେଟି

author img

By ETV Bharat Odisha Team

Published : Feb 20, 2024, 9:38 AM IST

Updated : Feb 20, 2024, 2:35 PM IST

PM Narendra Modi Jammu visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ମଙ୍ଗଳବାର) ଜମ୍ମୁ ଗସ୍ତ କରିଛନ୍ତି । ସେଠାରେ 32 ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଅଧିକ ପଢନ୍ତୁ,

ଆଜି ଜମ୍ମୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
ଆଜି ଜମ୍ମୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜମ୍ମୁବାସୀଙ୍କୁ 32 ହଜାର କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି(ମଙ୍ଗଳବାର) ଜମ୍ମୁ ଗସ୍ତ କରି ପ୍ରଧାନମନ୍ତ୍ରୀ କରି ସେଠାରେ 32 ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏଥିସହ ଦେଶର ଅନ୍ୟ ରାଜ୍ୟ ପାଇଁ 13 ହଜାର 500କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । 3ଟି ନୂତନ IIM (ଆଇଆଇଏମ ଜମ୍ମୁ, ଆଇଆଇଏମ ବୋଧଗୟା ଓ ଆଇଆଇଏମ ବିଶାଖାପାଟଣା)ର ଉଦଘାଟନ କରିଛନ୍ତି ମୋଦି ।

ଏହି ପ୍ରକଳ୍ପ ଗୁଡ଼ିକ ସ୍ୱାସ୍ଥ୍ୟ, ଶିକ୍ଷା, ରେଳ, ସଡ଼କ, ବିମାନ, ପେଟ୍ରୋଲିୟମ ଭଳି ଲୋକମାନଙ୍କ ବିକାଶ ସହ ସମ୍ବନ୍ଧିତ ପ୍ରକଳ୍ପ ଅଟେ । ଏହି କାର୍ଯ୍ୟକ୍ରମ ସମୟରେ ମୋଦି ଜମ୍ମୁ- କାଶ୍ମୀରେ ପାଖାପଖି 1500 ନବନିଯୁକ୍ତ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି । ଏଥିସହ 'ବିକଶିତ ଭାରତ ବିକଶିତ ଜମ୍ମୁ' କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହୋଇଥିବା ବିଭିନ୍ନ ହିତାଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

ରେଲଓ୍ବେ ପ୍ରକଳ୍ପ ଅଧିନରେ ସେ ବନିହାଲ- ଖରୀ- ସୁମ୍ବେର ଅଞ୍ଚଳରେ ରେଳ ଧାରଣାର ଉଦଘାଟନ ହୋଇଛି । ଆଉ ମଧ୍ୟ ପ୍ରଥମ ଇଲେକ୍ଟିକ ଟ୍ରେନ ଓ ସଙ୍ଗଲଦାନ ଓ ବାରମୂଳା ମଧ୍ୟରେ ରେଳ ସେବାର ଶୁଭାରମ୍ଭ କରିଛନ୍ତି ମୋଦି ।

ଜାମ୍ମୁରେ ମୌଲାନା ଆଜାଦ ଷ୍ଟାଡିମୟରେ ଆୟୋଜିତ ଏକ ଜନସମ୍ବୋଧନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ 32 ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏହି ସମୟରେ ସାଧାରଣ ଲୋକଙ୍କୁ ଉଦବୋଧନ ଦେଇ କହିଛନ୍ତି, "ଜମ୍ମୁ- କାଶ୍ମୀରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରୁଥିବା ଧାରା 370 ପୂର୍ବୋତ୍ତର ରାଜ୍ୟର ବିକାଶରେ ବାଧା ସାଜୁଥିଲା । ଏହି ଧାରାର ଉଚ୍ଛେଦ ପରେ ଦେଶ ସନ୍ତୁଳିତ ବିକାଶ ଦେଖୁଛି । ଓ ଏହା ଏବେ କେନ୍ଦ୍ରଶାସିତ ଅଞ୍ଚଳ ଅଟେ ।

ଏହାମଧ୍ୟ ପଢନ୍ତୁ.. କଳକୀ ଧାମର ଶିଳାନ୍ୟାସ ସହ ମନ୍ଦିର ମଡେଲ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ଏହି ସମୟରେ ଭର୍ଚୁଆଲ ମାଧ୍ୟମରେ ଦେଶରେ 3ଟି ନୂତନ IIMର ଉଦଘାଟନ କରିଛନ୍ତି । ସେଗୁଡିକ ହେଲା ଆଇଆଇଏମ ଜମ୍ମୁ, ଆଇଆଇଏମ ବୋଧଗୟା ଓ ଆଇଆଇଏମ ବିଶାଖାପାଟଣା । ଆଉ ମଧ୍ୟ ଦେଶରେ 20ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଓ 13ଟି ନୂତନ ନବୋଦୟ ବିଦ୍ୟାଳୟର ମଧ୍ୟ ଉଦଘାଟନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 20, 2024, 2:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.