ETV Bharat / bharat

ଜୟପୁରରେ ରାଷ୍ଟ୍ରପତି ମାକ୍ରୋନଙ୍କୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ, ଉଭୟ କଲେ ରୋଡ ସୋ’ - French President Emmanuel Macron

Pm Modi president-Macron road show: ଜୟପୁରରେ ଅତିଥି ରାଷ୍ଟ୍ରପତି ମାକ୍ରୋନଙ୍କୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ । କାଲି ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ । ଅଧିକ ପଢନ୍ତୁ

ଜୟପୁରରେ ଅତିଥି ରାଷ୍ଟ୍ରପତି ମାକ୍ରୋନଙ୍କୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ, ଉଭୟ କଲେ ରୋଡ ସୋ’

author img

By ETV Bharat Odisha Team

Published : Jan 25, 2024, 10:39 PM IST

ଜୟପୁରରେ ଅତିଥି ରାଷ୍ଟ୍ରପତି ମାକ୍ରୋନଙ୍କୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ, ଉଭୟ କଲେ ରୋଡ ସୋ’
ଜୟପୁରରେ ଅତିଥି ରାଷ୍ଟ୍ରପତି ମାକ୍ରୋନ
ଜୟପୁରରେ ଅତିଥି ରାଷ୍ଟ୍ରପତି ମାକ୍ରୋନ

ଜୟପୁର: ଆସନ୍ତାକାଲି ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି ଭାବେ ସାମିଲ ହେବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଆଜି ଅପରାହ୍ନରେ ରାଜସ୍ଥାନ ରାଜଧାନୀ ଜୟପୁରରେ ପହଞ୍ଚିଛନ୍ତି । ତାଙ୍କୁ ରାଜସ୍ଥାନ ରାଜ୍ୟପାଳ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଦେଶ ମନ୍ତ୍ରୀ ଜୟଶଙ୍କର ସ୍ବାଗତ କରିଥିଲେ । ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜୟପୁରରେ ପହଞ୍ଚି ମାକ୍ରୋନଙ୍କୁ ସ୍ବାଗତ ଓ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ସ୍ବଳ୍ପକାଳୀନ ଆଲୋଚନା ହେବା ସହ ଉଭୟ ଜୟପୁରର ଏକାଧିକ ଐତିହାସିକ ସ୍ଥାନ ପରିଭ୍ରମଣ ମଧ୍ୟ କରିଛନ୍ତି । ଏହା ପରେ ଉଭୟ ରାଷ୍ଟ୍ରମୁଖ୍ୟ ଜୟପୁରରେ ଏକ ମିଳିତ ରୋଡ ସୋ’ ମଧ୍ୟ କରିଛନ୍ତି ।

ମାକ୍ରୋନ ପହଞ୍ଚିବାର କିଛି ସମୟ ମଧ୍ୟରେ ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବାୟୁସେନା ବିମାନରେ ନରେନ୍ଦ୍ର ମୋଦି ଜୟପୁରରେ ପହଞ୍ଚିଥିଲେ । ସେ ଜନ୍ତରମନ୍ତରରେ ପହଞ୍ଚିବା ପରେ ଅତିଥି ରାଷ୍ଟ୍ରପତି ମାକ୍ରୋନଙ୍କୁ ସାକ୍ଷାତ କରିଥିଲେ । ଜନ୍ତର ମନ୍ତର ପରିଦର୍ଶନ କରିବା ପରେ ଉଭୟ ନେତା ଜୟପୁରରେ ଏକ ରୋଡ୍ ସୋ କରିଥିଲେ। ପିଏମ ମୋଦି ଓ ଅତଥି ରାଷ୍ଟ୍ରପତି ମାକ୍ରୋନ ଏକ ଖୋଲା କାରରେ ରୋଡ ସୋ’ କରିଥିଲେ । ଜୟପୁରବାସୀ ଉଭୟ ନେତାଙ୍କୁ ସ୍ୱାଗତ କରିଥିଲେ । ଉଭୟ ନେତା ମଧ୍ୟ ହାତ ହଲାଇ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ଏବଂ ମାକ୍ରୋନ ଜୟପୁରରେ ପ୍ରାୟ ଦେଢ କିଲୋମିଟରର ରୋଡ୍ ସୋ’ କରିଥିଲେ । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆଜି ରାତିରେ ଉଭୟ ନେତା ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ । ଆସନ୍ତାକାଲି ଦିଲ୍ଲୀରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ଅତିଥି ରାଷ୍ଟ୍ରପତି ମାକ୍ରୋନ । ଏଥିପାଇଁ ଦିଲ୍ଲୀରେ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ନିମନ୍ତ୍ରିତ ଅତିଥିଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବେ । ଏହା ପରେ ଆରମ୍ଭ ହେବ ପରେଡ । ଭାରତୀୟ ସାମରିକ ଶକ୍ତି, ସାମର୍ଥ୍ୟ ସହ ବିବିଧ କଳା ସଂସ୍କୃତିକୁ ନେଇ ପ୍ରଜ୍ଞାପନ ମେଢ ମଧ୍ୟ ପ୍ରଦର୍ଶିତ ହେବ ।

ଏହା ମଧ୍ୟ ପଢନ୍ତୁ :- 2 ମରଣୋତ୍ତରଙ୍କ ସମେତ 1132 ଜଣଙ୍କୁ ସାହସିକତା ଓ ସେବା ପୁରସ୍କାର

ତେବେ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ, ଏହି ଜାତୀୟ ଦିବସରେ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଏ । ଚଳିତ ଥର ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ ଅତିଥି ହେବା ପାଇଁ ଚର୍ଚ୍ଚା ହେଉଥିଲା । ହେଲେ କୌଣସି କାରଣ ପାଇଁ ହ୍ବାଇଟ ହାଉସ ପକ୍ଷରୁ ବାଇଡେନ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି କୁହାଯାଇଥିଲା । ଏହା ପରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ ଅତିଥି ଭାବେ ସାମିଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.