ETV Bharat / bharat

କାଲି କେରଳ, ତାମିଲନାଡୁ ଓ ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି - ତାମିଲନାଡୁ ଯିବେ ପ୍ରଧାନମନ୍ତ୍ରୀ ମୋଦି

Prime Minister Modi Visit Tamil: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଠାରୁ ଦୁଇ ଦିନିଆ କେରଳ, ତାମିଲନାଡୁ ଓ ମହାରାଷ୍ଟ୍ର ଗସ୍ତରେ ଯିବେ । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ଯାସ କରିବେ । ଅଧିକ ପଢନ୍ତୁ

Prime Minister Modi
Prime Minister Modi
author img

By ETV Bharat Odisha Team

Published : Feb 26, 2024, 8:19 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଠାରୁ ଦୁଇ ଦିନିଆ କେରଳ, ତାମିଲନାଡୁ ଓ ମହାରାଷ୍ଟ୍ର ଗସ୍ତରେ ଯିବେ । ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି (ମଙ୍ଗଳବାର) ପୂର୍ବାହ୍ନ ପ୍ରାୟ ୧୦ ଟା 45 ରେ କେରଳର ତିରୁବନନ୍ତପୁରମସ୍ଥିତ ବିକ୍ରମ ସରାଭାଇ ମହାକାଶ କେନ୍ଦ୍ର ପରିଦର୍ଶନ କରିବେ । ଅପରାହ୍ନ ପ୍ରାୟ ୫ ଟା ୧୫ରେ ପ୍ରଧାନମନ୍ତ୍ରୀ ତାମିଲନାଡୁର ମଦୁରାଇ ଠାରେ ‘ଭବିଷ୍ୟତ ନିର୍ମାଣ - ଅଟୋମୋଟିଭ ଏମଏସଏମଇ ଉଦ୍ୟୋଗୀଙ୍କ ପାଇଁ ଡିଜିଟାଲ ମୋବିଲିଟି' କାର୍ଯ୍ୟକ୍ରମରେ ଯୋଗଦେବେ ।

  • " class="align-text-top noRightClick twitterSection" data="">

ସେହିପରି ଫେବୃଆରୀ ୨୮ ତାରିଖ ବୁଧବାର ଦିନ ସକାଳ ପ୍ରାୟ ୯ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ତାମିଲନାଡୁର ଥୁଥୁକୁଡି ଠାରେ ପ୍ରାୟ ୧୭ ହଜାର ୩୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଅପରାହ୍ନ ସାଢେ ୪ଟାରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ଯବତମାଲରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ ମହାରାଷ୍ଟ୍ରର ଯବତମାଲ ଠାରେ ୪୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ କରିବେ ଓ ଶିଳାନ୍ୟାସ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଏମ କିଷାନ ଏବଂ ଅନ୍ୟାନ୍ୟ ଯୋଜନାର ଅର୍ଥ ମଧ୍ୟ ପ୍ରଦାନ କରିବେ ।

ଅଧିକ ପଢନ୍ତୁ- ଭାରତ ଟେକ୍ସ 2024 ଉଦଘାଟନ କଲେ ମୋଦି, 'ପରମ୍ପରା ସହିତ ପ୍ରଯୁକ୍ତିବିଦ୍ୟାକୁ ଯୋଡୁଛି ଭାରତ ଟେକ୍ସ'

କେରଳରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: କେରଳ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତିରୁବନନ୍ତପୁରମସ୍ଥିତ ବିକ୍ରମ ସରାଭାଇ ମହାକାଶ କେନ୍ଦ୍ର ପରିଦର୍ଶନ ସମୟରେ ତିନୋଟି ଗୁରୁତ୍ବପୂର୍ଣ୍ଣ ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରର ପିଏସଏଲଭି ଇଣ୍ଟିଗ୍ରେସନ ଫାସିଲିଟି ; ମହେନ୍ଦ୍ରଗିରିସ୍ଥିତ ଇସ୍ରୋ ପ୍ରୋପଲ୍ସନ କମ୍ପେଲକ୍ସରେ ନୂଆ ସେମି କ୍ରାୟୋଜେନିକ୍ସ ଇଣ୍ଟିଗ୍ରେଟେଡ ଇଞ୍ଜିନ ଏବଂ ଷ୍ଟେଜ ଟେଷ୍ଟ ଫାସିଲିଟି', ଓ ତିରୁବନନ୍ତପୁରମର ଭିଏସଏସସିରେ ଟ୍ରାଇସୋନିକ ୱିଣ୍ଡ ଟନେଲ' । ମହାକାଶ କ୍ଷେତ୍ର ପାଇଁ ବିଶ୍ବସ୍ତରୀୟ ବୈଷୟିକ ସୁବିଧା ପ୍ରଦାନ କରୁଥିବା ଏହି ତିନୋଟି ପ୍ରକଳ୍ପ ପ୍ରାୟ ୧୮୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଛି ।

ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରର ପିଏସଏଲଭି ଇଣ୍ଟିଗ୍ରେସନ ଫାସିଲିଟି ପିଏସଏଲଭି ଉତକ୍ଷେପଣର ବାରମ୍ବାରତାକୁ ବାର୍ଷିକ ୬ରୁ ୧୫ ଥରକୁ ବୃଦ୍ଧି କରିବାରେ ସହାୟକ ହେବ । ଏହି ଅତ୍ୟାଧୁନିକ ସୁବିଧା ଘରୋଇ ମହାକାଶ କମ୍ପାନି ଦ୍ବାରା ଡିଜାଇନ କରାଯାଇଥିବା ଏସଏସଏଲଭି ଏବଂ ଅନ୍ୟାନ୍ୟ କ୍ଷୁଦ୍ର ଉତକ୍ଷେପଣ ଯାନର ଉତକ୍ଷେପଣକୁ ମଧ୍ୟ ପୂରଣ କରିପାରିବ ।

ଆଇପିଆରସି ମହେନ୍ଦ୍ରଗିରିରେ ନୂତନ ସେମି - କ୍ରାୟୋଜେନିକ୍ସ ଇଣ୍ଟିଗ୍ରେଟେଡ ଇଞ୍ଜିନ ଏବଂ ଷ୍ଟେଜ ଟେଷ୍ଟ ଫାସିଲିଟି ସେମି କ୍ରାୟୋଜେନିକ ଇଞ୍ଜିନ ଏବଂ ପର୍ଯ୍ୟାୟର ବିକାଶରେ ସକ୍ଷମ କରିବ , ଯାହା ବର୍ତ୍ତମାନର ଉତକ୍ଷେପଣ ଯାନ ଗୁଡ଼ିକର ପେଲୋଡ କ୍ଷମତା ବୃଦ୍ଧି କରିବ । ଏହି କେନ୍ଦ୍ରରେ ତରଳ ଅମ୍ଳଜାନ ଏବଂ କିରୋସିନ ଯୋଗାଣ ବ୍ୟବସ୍ଥା ରହିଛି ଯାହା ଦ୍ବାରା ୨୦୦ ଟନ ପର୍ଯ୍ୟନ୍ତ ଇଞ୍ଜିନ ପରୀକ୍ଷଣ କରାଯାଇପାରିବ ।

ବାୟୁମଣ୍ଡଳୀୟ ବ୍ୟବସ୍ଥାରେ ଉଡ଼ାଣ ସମୟରେ ରକେଟ ଏବଂ ବିମାନର ଲକ୍ଷଣ ବର୍ଣ୍ଣନ ପାଇଁ ଏରୋଡାଇନାମିକ ପରୀକ୍ଷଣ ପାଇଁ ପବନ ଟନେଲ ଜରୁରୀ ଅଟେ । ଉଦଘାଟିତ ହେଉଥିବା ଭିଏସଏସସି ସ୍ଥିତ "ଟ୍ରାଇସୋନିକ ୱିଣ୍ଡ ଟନେଲ" ଏକ ଜଟିଳ ବୈଷୟିକ ବ୍ୟବସ୍ଥା , ଯାହା ଆମର ଭବିଷ୍ୟତର ଟେକ୍ନୋଲୋଜି ବିକାଶ ଆବଶ୍ୟକତାକୁ ପୂରଣ କରିବ ।

ଏହି ଗସ୍ତ ସମୟରେ , ପ୍ରଧାନମନ୍ତ୍ରୀ ଗଗନଯାନ ମିଶନର ଅଗ୍ରଗତିର ସମୀକ୍ଷା କରିବେ। ମନୋନୀତ ମହାକାଶଚାରୀମାନଙ୍କୁ ‘ମହାକାଶଚାରୀ ୱିଙ୍ଗ' ପ୍ରଦାନ କରିବେ । ଗଗନାୟନ ମିଶନ ହେଉଛି ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ , ଯାହା ପାଇଁ ଇସ୍ରୋର ବିଭିନ୍ନ କେନ୍ଦ୍ରରେ ବ୍ୟାପକ ପ୍ରସ୍ତୁତି ଚାଲିଛି ।

ତାମିଲନାଡୁରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ତାମିଲନାଡୁ ଗସ୍ତ ଅବସରେ ପ୍ରଧାନମନ୍ତ୍ରୀ ମଦୁରାଇ ଠାରେ ଭବିଷ୍ୟତ ନିର୍ମାଣ - ଅଟୋମୋଟିଭ ଏମଏସଏମଇ ଉଦ୍ୟୋଗୀଙ୍କ ପାଇଁ ଡିଜିଟାଲ ମୋବିଲିଟି' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ମୋଟର ଯାନ ସହିତ ଜଡିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ହଜାର ହଜାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଉଦ୍ୟୋଗୀ ମାନଙ୍କୁ ସମ୍ବୋଧିତ କରିବେ । ଏହି ପଦକ୍ଷେପ ମଧ୍ୟରେ ଟିଭିଏସ ଓପନ ମୋବିଲିଟି ପ୍ଲାଟଫର୍ମ ଏବଂ ଟିଭିଏସ ମୋବିଲିଟି - ସିଆଇଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଅନ୍ତର୍ଭୁକ୍ତ । ଦେଶରେ ଏମଏସଏମଇର ଅଭିବୃଦ୍ଧିକୁ ସମର୍ଥନ କରିବା ଏବଂ ସେମାନଙ୍କ କାର୍ଯ୍ୟକୁ ଆନୁଷ୍ଠାନିକ କରିବା, ବିଶ୍ବ ମୂଲ୍ୟ ଶୃଙ୍ଖଳା ସହିତ ସମନ୍ବିତ କରିବା ଏବଂ ଆତ୍ମନିର୍ଭରଶୀଳ ହେବାରେ ସାହାଯ୍ୟ କରିବ । ସେହିପରି ଥୁଥୁକୁଡି ଠାରେ ଆୟୋଜିତ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭିଓ ଚିଦାମ୍ବରନାର ବନ୍ଦର ଠାରେ ବାହ୍ୟ ହାର୍ବର କଣ୍ଟେନର ଟର୍ମିନାଲର ଶିଳାନ୍ୟାସ କରିବେ । ଏହି କଣ୍ଟେନର ଟର୍ମିନାଲ ଭିଓ ଚିଦାମ୍ବରନାର ବନ୍ଦରକୁ ପୂର୍ବ ଉପକୂଳ ପାଇଁ ଏକ ଟ୍ରାନ୍ସସିପମେଣ୍ଟ ହବରେ ପରିଣତ କରିବା ଦିଗରେ ଏକ ପଦକ୍ଷେପ । ସେହିଭଳି ପ୍ରଧାନମନ୍ତ୍ରୀ ସବୁଜ ନୌକା କାର୍ଯ୍ୟକ୍ରମ ଅଧୀନରେ ଭାରତର ପ୍ରଥମ ସ୍ବଦେଶୀ ସବୁଜ ହାଇଡ୍ରୋଜେନ ଇନ୍ଧନ ସେଲ ଆଭ୍ୟନ୍ତରୀଣ ଜଳପଥ ଜାହାଜର ଶୁଭାରମ୍ଭ କରିବେ । ଏହି ଜାହାଜକୁ କୋଚିନ ଶିପୟାର୍ଡ ଦ୍ବାରା ନିର୍ମାଣ କରାଯାଇଛି । ସ୍ବଚ୍ଛ ଶକ୍ତି ସମାଧାନ ଗ୍ରହଣ କରିବା ଏବଂ ଦେଶର ନିଟ - ଶୂନ୍ୟ ପ୍ରତିଶ୍ରୁତି ସହିତ ଯୋଡ଼ି ହେବା ପାଇଁ ଏକ ଅଗ୍ରଣୀ ପଦକ୍ଷେପ ଉପରେ ଗୁରୁତ୍ବାରୋପ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୧୦ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ୭୫ଟି ଲାଇଟ ହାଉସରେ ପର୍ଯ୍ୟଟନ ସୁବିଧାକୁ ମଧ୍ୟ ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାଞ୍ଚି ମାନିଆଚ୍ଚି - ତିରୁନେଲଭେଲି ସେକ୍ସନ ଏବଂ ମେଲାପାଲାୟମ - ଆରାଲଭାୟମୋଲି ସେକ୍ସନ ସମେତ ଭାଞ୍ଚି ମାନିଆଚ୍ଚି - ନାଗରକୋଇଲ ରେଳ ଲାଇନର ଦୋହରୀକରଣ ପାଇଁ ଦେଶରେ ରେଳ ପ୍ରକଳ୍ପକୁ ସମର୍ପିତ କରିବେ । ପାଖାପାଖି ୧୪୭୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଦୋହରୀକରଣ ପ୍ରକଳ୍ପ କନ୍ୟାକୁମାରୀ, ନାଗରକୋଇଲ ଓ ତିରୁନେଲଭେଲିରୁ ଚେନ୍ନାଇ ଅଭିମୁଖେ ଯାଉଥିବା ଟ୍ରେନ ଗୁଡ଼ିକର ଯାତ୍ରା ସମୟ ହ୍ରାସ କରିବାରେ ସହାୟକ ହେବ । ଏତତ ବ୍ୟତୀତ ତାମିଲନାଡୁରେ ପ୍ରାୟ ୪ ହଜାର ୫୮୬ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ୪ଟି ସଡ଼କ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ- ୮୪୪ର ଜିତାନ୍ଦାହାଲ୍ଲୀ - ଧର୍ମପୁରୀ ସେକ୍ସନକୁ ୪ ଲେନ କରିବା, ୮୧ ନମ୍ବର ଜାତୀୟ ରାଜପଥର ମୀନସୁରୁତି - ଚିଦାମ୍ବରମ ସେକ୍ସନର ରାସ୍ତାର କଡ ସହିତ ଦୁଇ ଲେନ ନିର୍ମାଣ, ୮୩ ନମ୍ବର ଜାତୀୟ ରାଜପଥର ଓଡନଚତ୍ରାମ-ମଦାଥୁକୁଲମ ସେକ୍ସନକୁ ଚାରି ଲେନ ଏବଂ ୮୩ ନମ୍ବର ଜାତୀୟ ରାଜପଥର ନାଗାପଟ୍ଟିନମ - ଥାଞ୍ଜାଭୁର ସେକ୍ସନର ରାସ୍ତାର କଡ ସହିତ ଦୁଇ ଲେନ ନିର୍ମାଣ ଆଦି ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପ ଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଯୋଗାଯୋଗରେ ଉନ୍ନତି ଆଣିବା, ଯାତ୍ରା ସମୟ ହ୍ରାସ କରିବା, ସାମାଜିକ - ଅର୍ଥନୈତିକ ବିକାଶର ବୃଦ୍ଧି କରିବା ଏବଂ ଏହି ଅଞ୍ଚଳରେ ତୀର୍ଥଯାତ୍ରାକୁ ସୁଗମ କରିବା ।

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ମହାରାଷ୍ଟ୍ରର ଯବତମାଲରେ ମୋଦି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ ୨୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୬ତମ କିସ୍ତି ରାଶି କୃଷକ ମାନଙ୍କୁ ପ୍ରଦାନ କରିବେ । ଏହି ରାଶି ପ୍ରଦାନ ସହିତ ୧୧ କୋଟିରୁ ଅଧିକ କୃଷକ ପରିବାରକୁ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ । ଏତତ ବ୍ୟତୀତ ପ୍ରଧାନମନ୍ତ୍ରୀ ପ୍ରାୟ ୩୮୦୦ କୋଟି ଟଙ୍କାର 'ନମୋ ଶେତକାରୀ ମହାସମ୍ମାନ ନିଧି' ର ଦ୍ବିତୀୟ ଏବଂ ତୃତୀୟ କିସ୍ତି ବିତରଣ କରିବେ । ଏଥିରେ ସମଗ୍ର ମହାରାଷ୍ଟ୍ରରେ ପ୍ରାୟ ୮୮ ଲକ୍ଷ ହିତାଧିକାରୀ କୃଷକ ଉପକୃତ ହେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.