ETV Bharat / bharat

ମରିସସ ଗସ୍ତରେ ରାଷ୍ଟ୍ରପତି ମୁର୍ମୁ, ରାଷ୍ଟ୍ରୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଦେବେ ଯୋଗ - Droupadi Murmu Visit Mauritius

President Droupadi Murmu Visit Mauritius: ମରିସସର ଜାତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠୁ ବାହାରିଲେ ମାଡାମ ପ୍ରେସିଡେଣ୍ଟ । ଅଧିକ ପଢନ୍ତୁ

Droupadi Murmu Visit Mauritius
Droupadi Murmu Visit Mauritius
author img

By ETV Bharat Odisha Team

Published : Mar 11, 2024, 12:55 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମରିସସ ଗସ୍ତ । ଆଜି(ସୋମବାର) ପ୍ରଥମ ଥର ପାଇଁ ମରିସସ ଅଭିମୁଖେ ଯାତ୍ରା କରିଛନ୍ତି ରାଷ୍ଟ୍ରପତି । ମରିସସର ଜାତୀୟ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଦୁଇ ଦେଶ ମଧ୍ୟରେ ଦୀର୍ଘଦିନର ବନ୍ଧୁତ୍ବର ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ବିଟ କରି କୁହାଯାଇଛି, "ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ପାଇଁ ମରିସସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ମରିସସର ଜାତୀୟ ଦିବସ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।"

2000 ମସିହାରୁ ମରିସସର ରାଷ୍ଟ୍ରୀୟ ଦିବସ ପାଳନ କରାଯାଉଛି । ଏହାରି ମଧ୍ୟରେ ଆଜି ଷଷ୍ଠ ଭାରତୀୟ ରାଷ୍ଟ୍ରପତି ଭାବେ ମରିସସ ଯାତ୍ରା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ମରିସସ ଏବଂ ଭାରତ ମଧ୍ୟରେ ଦୀର୍ଘକାଳୀନ ସମ୍ପର୍କକୁ ସୂଚିତ କରୁଛି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଅକ ବିବୃତ୍ତିରେ କହିଛି ଯେ, ସବୁ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଏବଂ ଆମର ଘନିଷ୍ଠ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଦୁଇ ଦେଶ ମଧ୍ୟରେ ନିରନ୍ତର ପ୍ରତିବଦ୍ଧତାକୁ ଏହା ନିଶ୍ଚିତ କରିଛି । " ସୋମବାର ବୈଦେଶିକ ମନ୍ତ୍ରଣାଳୟର ସରକାରୀ ପ୍ରବକ୍ତା ରଣଧୀର ଜୟସଓ୍ବାଲ ସୋମବାର ଦିନ କହିଛନ୍ତି, " ଏହି ଗସ୍ତ ଭାରତ ଏବଂ ମରିସସ ମଧ୍ୟରେ ଏକ ମାଇଲଖୁଣ୍ଡ ହେବ ।"

ଜୟସଓ୍ବାଲ ଏକ୍ସରେ ପୋଷ୍ଟ କରି କହିଛନ୍ତି, "ଭାରତ-ମରିସସ ସମ୍ପର୍କରେ ଏହା ଏକ ମାଇଲଖୁଣ୍ଡ । ରାଷ୍ଟ୍ରପତି ମରିସସ ଯାତ୍ରାରେ ଅଛନ୍ତି । ମଙ୍ଗଳବାର ଜାତୀୟ ଦିବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । 11ରୁ 13 ତାରିଖ ପର୍ଯ୍ୟନ୍ତ ମରିସସ ଗସ୍ତରେ ରହିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନ୍ନାଥଙ୍କ ସହିତ 14ଟି ପ୍ରକଳ୍ପର ଉଦଘାଟନ କରିବେ ରାଷ୍ଟ୍ରପତି ।"

ଏହା ମଧ୍ୟ ପଢନ୍ତୁ: ନାରୀଶକ୍ତିର ମିସାଇଲ ଦ୍ରୌପଦୀ ମୁର୍ମୁ: ନିପଟ ମଫସଲ ଗାଁରୁ ରାଇସିନା ହିଲ୍‌, ସହଜ ନଥିଲା ଯାତ୍ରା

ସୂଚନା ଅନୁସାରେ, ରାଷ୍ଟ୍ରପତି ମାର୍ଚ୍ଚ 12 ତାରିଖରେ ମରିସସର ଜାତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହାସହ ଭାରତୀୟ ନୌସେନାରେ ଏକ ଲଞ୍ଚିଂ ପ୍ରୋଗ୍ରାମରେ ଯୋଗଦାନ କରିବେ । ଆଇଏନଏସ ତିର୍ ଏବଂ ସିଜିଏସ ସାରଥିରେ ଏକ କଣ୍ଟିଜେଣ୍ଟ୍‌ରେ ଯୋଗଦାନ କରିବେ । ରାଷ୍ଟ୍ରପତି ମରିସସର ରାଷ୍ଟ୍ରପତି ପୃଥିବୀରାଜ ସିଂ ରୂପନ ଏବଂ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନ୍ନାଥଙ୍କ ସହିତ ଦ୍ବିପାକ୍ଷିକ ବୈଠକ କରିବେ । ସେହିପରି ମାଡାମ ପ୍ରେସିଡେଣ୍ଟ ମରିସସ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ତଥା ଗୁରୁତ୍ୱପୂର୍ଣ୍ଣ ମରିସ ନେତାଙ୍କୁ ଭେଟିବେ । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ମୁର୍ମୁ ଏବଂ ମରିସସ ପ୍ରଧାନମନ୍ତ୍ରୀ ମିଶି 14 ଟି ପ୍ରକଳ୍ପର ଉଦଘାଟନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.