ETV Bharat / bharat

ମହାମହିମଙ୍କୁ ସାକ୍ଷାତ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ସଫଳତା ପାଇଁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି - president meets sudarsan

author img

By ETV Bharat Odisha Team

Published : Jul 25, 2024, 10:19 PM IST

PRESIDENT MEETS SAND ARTIST SUDARSAN: ଋଷିଆରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକାକଳା ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ହାସଲ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ତାଙ୍କର ଏହି ସଫଳତା ପାଇଁ ମହାମହିମ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଅଧିକ ପଢନ୍ତୁ

RESIDENT MEETS SAND ARTIST SUDARSAN
RESIDENT MEETS SAND ARTIST SUDARSAN (ETV Bharat Odisha)

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅନ୍ତର୍ଜାତୀୟ ବାଲୁକାକଳା ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ହାସଲ କରିଥିବାରୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି । ବାଲୁକାକଳା ପାଇଁ ସାରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓଡ଼ିଆ ପୁଣି ବିଶ୍ବ ଦରବାରରେ ଝଲସିଛନ୍ତି । ଋଷିଆରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକାକଳା ଚାମ୍ପିଅନସିପରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ଏହି ଅବସରରେ ସେ ଆଜି (ଗୁରୁବାର) ଦିନ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତି ମଧ୍ୟ ତାଙ୍କୁ ଢେର ସାରା ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସୁଦର୍ଶନ ପଟ୍ଟନାୟକ କହିଛନ୍ତି,"ଏହା ମୋ ପାଇଁ ଏକ ସ୍ମରଣୀୟ ଦିନ ମୁଁ ମ୍ୟାଡାମ୍ ରାଷ୍ଟ୍ରପତିଙ୍କୁ ଭେଟି ମୋର ସଫଳତା ବିଷୟରେ ଜଣାଇଲି । ସେ ଏହା ଜାଣି ବହୁତ ଖୁସି ହେଲେ ଏବଂ ପୁରସ୍କାର ଜିତି ଦେଶ ପାଇଁ ଗୌରବ ଆଣିଥିବାରୁ ମୋତେ ଅଭିନନ୍ଦନ ଜଣାଇଲେ ।"

ଋଷିଆରେ ସ୍ବର୍ଣ୍ଣ ଜିତିଥିଲେ ସୁଦର୍ଶନ: ଗତ ଜୁଲାଇ 4ରୁ 12 ତାରିଖ ପର୍ଯ୍ୟନ୍ତ ଋଷିଆ ସେଣ୍ଟ ପିଟର୍ସବର୍ଗରେ ଅନ୍ତର୍ଜାତୀୟ ବାଲୁକାକଳା ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇଥିଲା । ଏହି ଚମ୍ପିଆନସିପ୍‌ରେ ସାରା ବିଶ୍ୱରୁ ମୋଟ 21ଜଣ ପ୍ରସିଦ୍ଧ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିଥିଲେ । ସେଠାରେ ଓଡ଼ିଆ ପୁଅ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହି ସମୟ ସେ ଏକ ରଥରେ 14 ଫୁଟ୍ ବିଶିଷ୍ଟ ବାଲୁକା ପ୍ରତିମୂର୍ତ୍ତୀ ନିର୍ମାଣ କରିଥିଲେ । ଯେଉଁଥିରେ ଚତୁର୍ଦ୍ଦଶ ଶତାବ୍ଦୀର ଓଡ଼ିଆ କବିଙ୍କ ବ୍ୟତୀତ ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ଭକ୍ତ ବଳରାମ ଦାସଙ୍କୁ ଦର୍ଶାଇଥିଲେ । ସେହି ଚମ୍ପିଆନସିପ୍‌ରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏହାପରେ ସାରା ବିଶ୍ବରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା ।

ଅଧିକ ପଢନ୍ତୁ ....ମାଡାମ ପ୍ରେସିଡେଣ୍ଟଙ୍କ ପାଠଶାଳା: ପିଲାଙ୍କୁ ପଢାଇଲେ, ପିଲା ଦିନର ସ୍ମୃତି ବାଣ୍ଟିଲେ - president interacted with students

ଆଜି ରାଷ୍ଟ୍ରପତି ଭବନରେ ସୁଦର୍ଶନ ପଟ୍ଟନାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ତାଙ୍କ ବାଲୁକା କଳା ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ । ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପଟ୍ଟନାୟକ ସମଗ୍ର ବିଶ୍ୱରେ 65ରୁ ଅଧିକ ଅନ୍ତର୍ଜାତୀୟ ବାଲୁକଳା ଚମ୍ପିଆନସିପରେ ଭାଗନେଇ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଛନ୍ତି । ତାଙ୍କର ବାଲୁକା କଳା ମାଧ୍ୟମରେ ସବୁବେଳେ ବିଭିନ୍ନ ସାମାଜିକ ବାର୍ତ୍ତା ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.