ETV Bharat / bharat

‘କୌଶଳ ଭବନ’ ଉଦଘାଟନ କଲେ ରାଷ୍ଟ୍ରପତି, ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ - କୌଶଳ ଭବନ ଉଦଘାଟନ

Kaushal Bhawan Inaugurated: ନୂଆଦିଲ୍ଲୀରେ ‘କୌଶଳ ଭବନ’ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀରେ ‘କୌଶଳ ଭବନ’ର ଉଦଘାଟନ କଲେ ରାଷ୍ଟ୍ରପତି

author img

By ETV Bharat Odisha Team

Published : Jan 25, 2024, 5:19 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ନୂଆଦିଲ୍ଲୀାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ‘ନୂତନ କୌଶଳ ଭବନ’ର ଉଦଘାଟନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ, ସଂକଳ୍ପ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଭଳି ସରକାରଙ୍କ ବିଭିନ୍ନ ମହିଳା ଲାଭାର୍ଥୀଙ୍କ ଦ୍ବାରା ପ୍ରଦର୍ଶିତ ପ୍ରଦର୍ଶନୀ ଷ୍ଟଲକୁ ବୁଲିବା ସହ ଲାଭାର୍ଥୀଙ୍କ ସହ କଥା ହୋଇଥିଲେ ।

କୌଶଳ ଭବନର ଉଦଘାଟନ ପାଇଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଏହି ଅତ୍ୟାଧୁନିକ କୌଶଳ ଭବନ ଦକ୍ଷତା ପରିସଂସ୍ଥାନ ସହ ସମନ୍ବୟକୁ ଅଧିକ ସୁଗମ କରିବ । ଦକ୍ଷତା ବିକାଶକୁ ନୂଆ ଶିଖରରେ ପହଞ୍ଚାଇବ । ସ୍କିଲକୁ ଲୋକ ସଶକ୍ତିକରଣ ତଥା ବିକଶିତ ଭାରତର ସାରଥୀ ହେବା ଦିଗରେ ଆମ ସମସ୍ତଙ୍କୁ ପ୍ରେରଣା ଦେବ । "

ଅଧିକ ପଢନ୍ତୁ- କୌଶଳ ବିକାଶ ସଶକ୍ତିକରଣର ଏକ ମାଧ୍ୟମ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଏହି ଭବନର ଉଦଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବଗଡର ପିଏମ ଜନମନ ଯୋଜନାର ଲାଭାର୍ଥୀ ରୂପାଲି ଦେହୁରୀଙ୍କୁ ଭେଟି ତାଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଟ୍ବିଟ କରି ଧର୍ମେନ୍ଦ୍ର କହିଛନ୍ତି ଯେ ରୁପାଲି ଦେହୁରୀ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ମହିଳା ଆଧାରିତ ବିକାଶର ଉଦାହରଣ । ପିଏମ ଜନମନରେ ଦକ୍ଷତା ତାଲିମ ନେଇ ନିଜ ଜୀବିକା ଯାତ୍ରାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ମୋଦି ସରକାରଙ୍କ ଯୋଜନା ଏବଂ ମୋଦି ଗ୍ୟାରେଣ୍ଟି ତୃଣମୂଳ ସ୍ତରରେ ଲୋକଙ୍କ ଜୀବନ ଜୀବିକାକୁ ପରିବର୍ତ୍ତନ କରିଛି ।

ଉଲ୍ଲେଖନୀୟ ଯେ, ୨୦୧୯ ମାର୍ଚ୍ଚରେ କୌଶଳ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଏହି ଭବନ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସମେତ ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ, ବ୍ୟବସାୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ପାଇଁ ରାଷ୍ଟ୍ରୀୟ ପରିଷଦ ତଥା ରାଷ୍ଟ୍ରୀୟ କୌଶଳ ବିକାଶ ନିଗମ ପାଇଁ କାର୍ଯ୍ୟାଳୟର କାମ କରାଯିବ ।

ଇଟିଭି ଭାରତ, ନୂଆଦିଲ୍ଲୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.