ETV Bharat / bharat

ଦେଶ-ବିଦେଶରେ ପ୍ରାଣ ପ୍ରତିଷ୍ଠାର ଉତ୍ସାହ, ସକାଳୁ ସକାଳୁ ଭଜନ କୀର୍ତ୍ତନର ଆସର

author img

By ETV Bharat Odisha Team

Published : Jan 22, 2024, 9:02 AM IST

Pran Pratishtha ceremony: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପୁରା ବିଶ୍ବରେ ଉତ୍ସବର ମାହୋଲ । ଧାର୍ମିକ ଅନୁଷ୍ଠାନ ଗୁଡିକରେ ଚାଲିଛି ପୂଜାର୍ଚ୍ଚନା । ରାମ ପ୍ରେମରେ ବିଭୋର ଭକ୍ତ । ଅଧିକ ପଢନ୍ତୁ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା
Pran Pratishtha ceremony

ହାଇଦ୍ରାବାଦ: ଆଉ ମାତ୍ର କିଛି ଘଣ୍ଟା ପରେ ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ଦେଶ ଓ ବିଦେଶରେ ଉତ୍ସବର ମାହୋଲ । ରାମ ନାମ ଜପ କରୁଛନ୍ତି ରାମ ଭକ୍ତ । ଆଜିର ଦିନ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେବାକୁ ଯାଉଛି । ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ଉତ୍ସବ ଆରମ୍ଭ ହୋଇଛି । ଧାର୍ମିକ ସ୍ଥଳ ଗୁଡିକରେ ଭଜନକୀର୍ତ୍ତନ ସାଙ୍ଗକୁ ଆରମ୍ଭ ହୋଇଛି ହୋମ ଯଜ୍ଞ । ରାମ ପ୍ରେମରେ ବିଭୋର ଭକ୍ତ ।

ରାମ ମନ୍ଦିରର ସକାଳ ଦୃଶ୍ୟ: ସକାଳୁ ସକାଳୁ ରାମ ମନ୍ଦିର ଦୃଶ୍ୟ ସାମ୍ନାକୁ ଆସିଛି । ଭବ୍ୟ ସମାରୋହ ପାଇଁ ରାମ ମନ୍ଦିରକୁ କ୍ବିଣ୍ଟାଲ କ୍ବିଣ୍ଟାଲ ରଙ୍ଗ ବେରଙ୍ଗ ଫୁଲରେ ସଜାଯାଇଛି । ଯାହା ଦେଖିବାକୁ ବେଶ ଆକର୍ଷଣୀୟ ହୋଇଛି । ମନ୍ଦିର ବାହାରେ ଜମିଛି ସାଂସ୍କୃତିକ ନାଚ ଗୀତର ଆସର । ରାମ ପ୍ରେମରେ ବିଭୋର ହୋଇ ନୃତ୍ୟ କରୁଛନ୍ତି ନୃତ୍ୟଶିଳ୍ପୀ ।

ଏହା ମଧ୍ୟ ପଢନ୍ତୁ-ରାମମୟ ଅଯୋଧ୍ୟା ନଗରୀ, ଆଜି ଭବ୍ୟ ମନ୍ଦିରରେ ବିରାଜିବେ ରାମଲାଲା

ହାଇଦ୍ରାବାଦରେ ପ୍ରାଣ ପ୍ରତିଷ୍ଠା ଉତ୍ସାହ: ହାଇଦ୍ରାବାଦରେ ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପୂଜାର୍ଚ୍ଚନା । ଚାରମିନାରରେ ଥିବା ଭାଗ୍ୟଲକ୍ଷ୍ମୀ ମନ୍ଦିରରେ ରାମ ଭଜନ ଗାଉଛନ୍ତି ମହିଳା ଭକ୍ତ । ବହୁ ଭକ୍ତଙ୍କ ମନ୍ଦିରକୁ ସମାଗମ ହୋଇଛି । ଦିନ ତମାମ ଏଠାରେ ପୂଜାର୍ଚ୍ଚନା କରାଯିବ ।

ପଞ୍ଜାବରେ ପ୍ରାଣ ପ୍ରତିଷ୍ଠା ଉତ୍ସାହ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସରରେ ପଞ୍ଜାବରେ ସକାଳୁ ସକାଳୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ହଜାର ହଜାର ରାମ ଭକ୍ତ ଏଥିରେ ସାମିଲ ହୋଇଛନ୍ତି । ରାମ ନାମରେ କମ୍ପୁଛି ରାସ୍ତାଘାଟ ।

ଆମେରିକାରେ ପ୍ରାଣ ପ୍ରତିଷ୍ଠା ଉତ୍ସାହ: ଆମେରିକାର ନ୍ୟୁୟର୍କରେ ପ୍ରାଣ ପ୍ରତିଷ୍ଠା ଉତ୍ସାହ ଦେଖିବାକୁ ମିଳିଛି । ଟାଇମ୍ସ ସ୍କୋୟାରରେ ଭାରତୀୟ ମାନେ ରାମଙ୍କ ଏକ ଫଟୋ ଲଗାଇ ଉତ୍ସବ ମନାଉଛନ୍ତି । ଏଥିସହ ହାତରେ ସାଫରନ ରଙ୍ଗର ରାମଙ୍କ ପତାକା ଧରିଛନ୍ତି । ସେହିପରି ମିନେସୋଟାରେ ଥିବା ଏକ ହିନ୍ଦୁ ମନ୍ଦିରରେ ରାମ ଭଜନ ଗାନ କରୁଛନ୍ତି ଭାରତୀୟ ମାନେ । ସେହିପରି ଏକ ରାଧାକୃଷ୍ଣ ମନ୍ଦିରରେ ମଧ୍ୟ ଭାରତୀୟ ମାନେ ଏକାଠି ହୋଇ ରାମ ଭଜନ ଗାନ କରୁଛନ୍ତି । ନ୍ୟୁ ଜର୍ସିର ସିଦ୍ଧି ବିନାୟକ ମନ୍ଦିରରେ ଭାରତୀୟ ମାନେ ପୂଜାର୍ଚ୍ଚନା କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.