ETV Bharat / bharat

ଚଣ୍ଡିଗଡ଼ ମେୟର ନିର୍ବାଚନ ଟ୍ୟାମ୍ପରିଂ ମାମଲା, ସମ୍ପୃକ୍ତ ପୋଲ ଅଫିସରଙ୍କ ନିସର୍ତ୍ତ କ୍ଷମା ପ୍ରାର୍ଥନା - Chandigarh Mayor Election Tenders

author img

By ETV Bharat Odisha Team

Published : Apr 5, 2024, 8:49 PM IST

CHANDIGARH MAYOR ELECTION TENDERS: ଚଣ୍ଡିଗଡ଼ ମେୟର ନିର୍ବାଚନ ଟ୍ୟାମ୍ପରିଂ ମାମଲା । ସର୍ବୋଚ୍ଚ ଅଦାଲତଙ୍କ ସମ୍ମୁଖରେ ସମ୍ପୃକ୍ତ ପୋଲ ଅଫିସରଙ୍କ ନିସର୍ତ୍ତ କ୍ଷମା ପ୍ରାର୍ଥନା । ଅଧିକ ପଢନ୍ତୁ

SC
SC

ନୂଆଦିଲ୍ଲୀ: ଚଣ୍ଡିଗଡ଼ ମେୟର ନିର୍ବାଚନ ଟ୍ୟାମ୍ପରିଂ ମାମଲା । ଏହି ନିର୍ବାଚନରେ ଦାୟିତ୍ବରେ ଥିବା ପୂର୍ବତନ ପ୍ରିଜାଇଡିଂ ଅଧିକାରୀ ଅନିଲ ମସିହ ଆଜି ସୁପ୍ରିମକୋର୍ଟଙ୍କୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ପ୍ରିଜାଇଡିଂ ଅଧିକାରୀ ଭୋଟ ଗଣତି ବେଳେ ବାଲାଟ ପେପରେ ଟ୍ୟାମ୍ପରିଂ କରିଥିଲେ । ଯାହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ବର୍ଷିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଏହା ଗଣତନ୍ତ୍ରର ହତ୍ୟା ବୋଲି କଡ଼ା ଭାଷାରୋ ସମାଲୋଚନା କରିଥିବା ସହିତ ପୁନଃଗଣତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଭାରତର ପ୍ରଧାନ ବିଚାରପତି (ସିଜେଇ) ଡିଏ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ମନୋଜ ମିଶ୍ରଙ୍କ ନେତୃତ୍ବରେ ତିନିଜଣିଆ ଖଣ୍ଡପୀଠଙ୍କ ନିକଟରେ ମସିହଙ୍କ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତାଗି ଦାଖଲ କରିଛନ୍ତି ଯେ ତାଙ୍କ ଗ୍ରାହକ ବିନା ସର୍ତ୍ତରେ ଏହି ଘଟଣାରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏ ନେଇ ରୋହତାଗି କହିଛନ୍ତି, " ଆମେ କୋର୍ଟ ସମ୍ମୁଖରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛି । ସେ ପ୍ରଥମ ଆଫିଡେଭିଟ୍ ପ୍ରତ୍ୟାହାର କରିବା ସହ କୋର୍ଟଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିବେ । " ଏହା ସତ୍ତ୍ବେ ବରିଷ୍ଠ ଆଇନଜୀବୀ ଏ.ଏମ ସିଙ୍ଘଭି ପ୍ରିଜାଇଡ଼ିଂ ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟଙ୍କ ନିକଟରେ ଦାବି କରିଥିଲେ । ଶୁଣାଣି ପରେ ସର୍ବୋଚ୍ଚ ନ୍ୟାୟାଳୟ ମାମଲାରୁ ଜୁଲାଇ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି ।

ଏହା ବି ପଢନ୍ତୁ- ଚଣ୍ଡିଗଡ଼ ମେୟର ନିର୍ବାଚନ: 8 ନାକଚ ଭୋଟକୁ ବୈଧ ଭାବେ ଗଣିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସମ୍ପୃକ୍ତ ପ୍ରିଜାଇଡିଂ ଅଫିସର ମସିହ, ନିଜ ପ୍ରଥମ ଆଫିଡେଭିଟରେ କହିଥିଲେ ଯେ ଗତ ଫେବୃଆରୀ 19 ତାରିଖରେ ଯେତେବେଳେ ସେ କୋର୍ଟଙ୍କ ସମ୍ମୁଖରେ ନିଜ ପକ୍ଷ ରଖିଥିଲେ, ସେତେବେଳେ ସେ ଅତ୍ୟନ୍ତ ଭୟଭୀତ ଓ ବିସାଦଗ୍ରସ୍ତ ଥିଲେ । ନିର୍ବାଚନ ଟ୍ୟାମ୍ପରିଂ ମାମଲାର ଏକ ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଥିଲେ । ନ୍ୟାୟପାଳିକା ଏପରି ହେବାକୁ ଦେବନି ବୋଲି ମଧ୍ୟ କୋର୍ଟ କହିଥିଲେ । ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ନାକଚ ଭୋଟକୁ ବୈଧ ଘୋଷଣା କରିବା ସହ ପୁନଃଗଣତି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

କଣ ଥିଲା ଘଟଣା ?:- 30 ତାରିଖରେ ହୋଇଥିବା ଚଣ୍ଡିଗଡ ମେୟର ନିର୍ବାଚନରେ ବିଜେପିକୁ 16ଟି ଭୋଟ ମିଳିଥିଲା । ଆପ-କଂଗ୍ରେସ ମେଣ୍ଟକୁ 20ଟି ଭୋଟ ମିଳିଥିଲା । ମେୟର ପଦବୀ ଆମ ଆଦମୀ ପାର୍ଟି ନେତୃତ୍ବାଧୀନ ମେଣ୍ଟ ଖାତାକୁ ଯିବା ଏକପ୍ରକାର ସ୍ପଷ୍ଟ ହୋଇଥିଲା । ମାତ୍ର ‘ଆପ’ ସପକ୍ଷରେ ଯାଇଥିବା 20 ଭୋଟ ମଧ୍ୟରୁ 8ଟି ନାକଚ ହୋଇଯାଇଥିବା ଜଣାପଡିଥିଲା । ଫଳରେ ବିଜେପି ନେତା ମନୋଜ କୁମାର ଶଙ୍କର ମେୟର ନିର୍ବାଚିତ ହୋଇଥିଲା । ପରେ ପ୍ରିଜାଇଡିଂ ଅଧିକାରୀ ଭୋଟ ଗଣତି ବେଳେ ବାଲାଟ ପେପରେ ଟ୍ୟାମ୍ପରିଂ କରିଥିବା ଜଣାପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.