ETV Bharat / bharat

ଛତିଶଗଡରେ ସୁରକ୍ଷାବଳର ଏନକାଉଣ୍ଟର, 2 ନକ୍ସଲ ନିହତ - Naxalite killed in encounter

Two Naxalite killed encounter in Abujhmad: ଛତିଶଗଡ ନାରାୟଣପୁରରେ ସୁରକ୍ଷାବଳର ଏନକାଉଣ୍ଟରରେ 2 ନକ୍ସଲ ନିହତ । ଅଧିକ ପଢନ୍ତୁ

ଛତିଶଗଡରେ ସୁରକ୍ଷାବଳର ଏନକାଉଣ୍ଟରରେ 2 ନକ୍ସଲ ନିପାତ

author img

By ETV Bharat Odisha Team

Published : Feb 3, 2024, 9:46 PM IST

ରାୟପୁର: ଛତିଶଗଡ ନାରାୟଣପୁର ଅନ୍ତର୍ଗତ ଅବୁଝାମାଡ ଜଙ୍ଗଲରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ସଫଳତା ମିଳିଛି । ସୁରକ୍ଷାବଳର ଗୁଳିରେ ଦୁଇ ହାର୍ଡକୋର ନକ୍ସଲ ପ୍ରାଣ ହରାଇଛନ୍ତି । ଜଙ୍ଗଲ ମଧ୍ୟରୁ ଦୁଇ ନକ୍ସଲଙ୍କ ମୃତଦେହ ସହ ଗୁଳିଗୋଳା ଓ ମାଓସାମଗ୍ରୀ ଜବତ କରିଛି ସୁରକ୍ଷାବଳ । ଉଭୟ ନକ୍ସଲଙ୍କ ପରିଚୟ ମିଳିପାରନି । ଆଜି (ଶନିବାର) ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ନାରାୟଣପୁର ଗସ୍ତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ନକ୍ସଲପ୍ରବଣ ଏହି ଏରିଆର ଜଙ୍ଗଲରେ ସର୍ଚ୍ଚ ଓ କମ୍ବିଂ ଅପରେସନକୁ ସୁରକ୍ଷାବଳ ପକ୍ଷରୁ ମଧ୍ୟ ଜୋରଦାର କରାଯାଇଥିଲା ।

ଆଜି ପୂର୍ବାହ୍ନରେ କେନ୍ଦ୍ରୀୟ ଫୋର୍ସ ଓ ସ୍ଥାନୀୟ ପୋଲିସର ଯବାନ ନାରାୟଣପୁର ଅବୁଝାମାଡ ନିକଟବର୍ତ୍ତୀ ଜଙ୍ଗଲରେ କମ୍ବିଂ ଅପରେସନ କରିବା ସମୟରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲା । ଉଭୟ ପକ୍ଷରୁ ପ୍ରବଳ ଗୁଳି ବିନିମୟ ହୋଇଥିଲା । ଏଥିରେ ଦୁଇ ନକ୍ସଲ ନିପାତ ହୋଇଛନ୍ତି । ବହୁସଂଖ୍ୟାରେ ନକ୍ସଲ ଜଙ୍ଗଲ ମଧ୍ୟକୁ ଛତ୍ରଭଙ୍ଗ ଦେଇଛନ୍ତି । ବହୁମାତ୍ରାରେ ଗୁଳିଗୋଳା ଓ ଅନ୍ୟ ମାଓସାମଗ୍ରୀ ଜବତ କରିଛି ସୁରକ୍ଷାବଳ । ନିକଟବର୍ତ୍ତୀ ଏରିଆରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ଗତମାସ 30 ରେ ସୁକମାରେ ହୋଇଥିଲା ଏନକାଉଣ୍ଟର :-

ଗତମାସ ଶେଷରେ ସର୍ବାଧିକ ନକ୍ସଲପ୍ରବଣ ବିଜାପୁର ଓ ସୁକମା ସୀମାନ୍ତ ଜଙ୍ଗଲରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ନକ୍ସଲମାନେ ଆମ୍ବ୍ୟୁସ କରି ସୁରକ୍ଷାବାହିନୀ ଉପରେ ଅତର୍କିତ ଗୁଳିମାଡ କରିଥିଲେ । ଏଥିରେ 3ଜଣ ଯବନ ଶହୀଦ ହୋଇଥିଲେ । ଏହା ପରେ ଉକ୍ତ ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନକୁ ବ୍ୟାପକ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ହିମାଚଳ କସ୍‌ମେଟିକ କାରଖାନା ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା 5କୁ ବୃଦ୍ଧି, 9 ଏବେବି ନିଖୋଜ

ଗତକାଲି (2 ତାରିଖ) 3 ହାର୍ଡକୋର ନକ୍ସଲ ସୁରକ୍ଷାବଳ ନିକଟରେ ଆତ୍ମସମର୍ପଣ କରିଥିଲେ । ଏମାନଙ୍କୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯିବା ସହ ସରକାରଙ୍କ ଆତ୍ମସମର୍ପଣ ନୀତିରେ ସମାଜର ମୁଖ୍ୟସ୍ରୋତରେ ଥଇଥାନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ତାର ମାତ୍ର ଗୋଟିଏ ଦିନ ପରେ ଏନକାଉଣ୍ଟରରେ 2 ହାର୍ଡକୋର ନକ୍ସଲଙ୍କୁ ନିପାତ କରିଛି ସୁରକ୍ଷାବଳ । ଗତବର୍ଷ ଶେଷରେ ଶେଷ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ଏକାଧିକ ନକ୍ସଲ ହିଂସା ଦେଖିବାକୁ ମିଳିଥିଲା । 4 ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲ ହତ୍ୟା କରିବା ସହ ଭୋଟ ବର୍ଜନ କରିବା ପାଇଁ ପୋଷ୍ଟର ମାରି ଧମକ ମଧ୍ୟ ଦେଇଥିଲେ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଶେଷ କରିବାକୁ ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.