ETV Bharat / bharat

ହଲଦ୍ବାନୀ ହିଂସାକାଣ୍ଡର ମାଷ୍ଟରମାଇଣ୍ଡର ଘରେ ଚଢାଉ, କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜବତ

author img

By ETV Bharat Odisha Team

Published : Feb 18, 2024, 6:47 PM IST

Haldwani Banbhoolpura Violence: ହଲଦ୍ବାନୀ ହିଂସାର ମାଷ୍ଟରମାଇଣ୍ଡ ଅବଦୁଲ ମଲିକ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତର ଘରର କବାଟ ଓ ଝରକା ତାଡିବା ସହିତ ବହୁମୂଲ୍ୟ ଜିନିଷପତ୍ର ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

ହଲଦ୍ବାନୀ ହିଂସାକାଣ୍ଡର ମାଷ୍ଟରମାଇଣ୍ଡର ଘର ଉପରେ କାର୍ଯ୍ୟାନୁଷ୍ଠାନ, କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜବତ

ଡେରାଡୁନ: ହଲଦ୍ବାନୀ ହିଂସାର ମାଷ୍ଟରମାଇଣ୍ଡ ଅବଦୁଲ ମଲିକ ଉପରେ ହୋଇଛି ଶକ୍ତ କାର୍ଯ୍ୟାନୁଷ୍ଠାନ । କୋର୍ଟଙ୍କ ଆଦେଶ ମୁତାବକ ଆରମ୍ଭ ହୋଇଛି ଅବଦୁଲ ମଲିକର ଘର ଉପରେ ଚଢାଉ । ସାଧାରଣତଃ କୁର୍କି ୱାରେଣ୍ଟ ବା ୱାରେଣ୍ଟ ଅଫ୍ ଆଟାଚମେଣ୍ଟ ଅନୁଯାୟୀ ଯେକୌଣସି ଅପରାଧୀଙ୍କ ସମ୍ପତ୍ତିକୁ ସ୍ଥାୟୀ ବା ଅସ୍ଥାୟୀ ଭାବେ ଆଇନ ନିଜ ଅଧୀନକୁ ଆଣିଥାଏ । ଏହି କ୍ରମରେ କୁର୍କି କାର୍ଯ୍ୟାନୁଷ୍ଠାନ ଫଳରେ ଅବଦୁଲ ମଲିକଙ୍କ ଘରୁ ଜବତ ହୋଇଥିବା ସାମଗ୍ରୀକୁ ଦେଖି ଉପସ୍ଥିତ ଅଧିକାରୀମାନେ ଆଶ୍ଟର୍ଯ୍ୟ ହୋଇଛନ୍ତି । ପୋଲିସର ସୂଚନା ଅନୁସାରେ ଅବଦୁଲ ମଲିକର ଘରୁ କୋଟିଏ ଟଙ୍କା ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ଜବତ କରାଯାଇଛି । ଏପରିକି ଅନେକ ଦେଶର ବିଦେଶୀ ମୁଦ୍ରା ମଧ୍ୟ ଜବତ କରାଯାଇଛି ।

ଅବଦୁଲ ମଲିକର କୋଠାଘର ଲାଇନ ନମ୍ବର ୮ରେ ବିଳାସପୂର୍ଣ୍ଣ ଭାବେ ନିର୍ମିତ ହୋଇଛି । ଗତ ଶୁକ୍ରବାର ଦ୍ବିପହରରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନ ଶନିବାର ସନ୍ଧ୍ୟା ଯାଏଁ ଚାଲିଥିଲା । କାର୍ଯ୍ୟାନୁଷ୍ଠାନ ସମୟରେ ପୋଲିସ ଅନେକ ମୂଲ୍ୟବାନ ଘଣ୍ଟା, ସାଉଦି ଆରବରୁ ଆସିଥିବା ଅତର ସେଟ୍ ଏବଂ ବିଦେଶୀ ମୁଦ୍ରା ସହିତ ଏକ ଡାଇନିଂ ଟେବୁଲ୍ ସେଟ୍ ପାଇଥିଲା ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କାର ବୋଲି ଅନୁମାନ କରାଯାଉଛି । ଅଭିଯୁକ୍ତ ଅବଦୁଲ ମଲିକ ନିଜ ପତ୍ନୀ, ପୁଅ ମୋଇଦ ଏବଂ ବୋହୂଙ୍କ ସହ ଏଠାରେ ରହୁଥିଲା । ଏହି ବିଶାଳ ଘରେ ମୋଟ ୧୫ଟି କୋଠରୀ ରହିଛି । ଏହି କାର୍ଯାନୁଷ୍ଠାନ ପାରାମିଲିଟାରୀ ଫୋର୍ସ ନିରୀକ୍ଷଣରେ ଚାଲିଥିଲା ।

ଏହା ମଧ୍ୟ ପଢନ୍ତୁ ... ହଲଦଓ୍ବାନୀ ଦଙ୍ଗା: 25 ଅଭିଯୁକ୍ତ ଗିରଫ, ଏକାଧିକ ପିସ୍ତଲ ଓ 54 ରାଉଣ୍ଡ ଗୁଳି ଜବତ

ପୋଲିସ ମଲିକର ଘରେ ଥିବା ସମସ୍ତ ବିକ୍ରୟଯୋଗ୍ୟ ସାମଗ୍ରୀକୁ ଜବତ କରିଛି । ଯେଉଁଥିରେ ଘରର କବାଟ ଝରକା ମଧ୍ୟ ସାମିଲ ରହିଛି । ମଲିକର ଘରୁ ପ୍ରାୟ ଦେଢ ଡଜନ ସଂଖ୍ୟକ ହାତଘଣ୍ଟା ଜବତ କରାଯାଇଛି । ଏହା ସହିତ ୩୦ ହଳରୁ ଅଧିକ ଜୋତା, ଲକ୍ଷାଧିକ ଟଙ୍କାର ଝୁମର, ପ୍ରତିଟି ରୁମ୍ ପାଇଁ ମହଙ୍ଗା ବେଡ୍ ଓ ସୋଫା ସେଟ ମିଳିଛି । ପୋଲିସ ଘର ଦ୍ବାର ମୁହଁରେ ପଡିଥିବା ଡୋରମେଟ ଠାରୁ ଆରମ୍ଭ କରି ପଙ୍ଖା, ବାଥରୁମର ଗିଜର, ଫର୍ଣ୍ଣିଚର, ସୁନାଗହଣା, ସାଜସଜ୍ଜାର ସାମଗ୍ରୀ, ଜିମ୍ ସାମଗ୍ରୀ, କ୍ରକେରୀ, ଯାନବାହନ ଆଦିକୁ ଜବତ କରିଛି । ବାଙ୍ଗଲାଦେଶ, ନେପାଳ, ସାଉଦି ଆରବ ଏବଂ ଅନ୍ୟାନ୍ୟ ଦେଶର ବିଦେଶୀ ମୁଦ୍ରା ମଧ୍ୟ ଜବତ କରାଯାଇଛି । ତେବେ ମିଳିଥିବା ବିଦେଶୀ ମୁଦ୍ରାର ସଂଖ୍ୟା ସମ୍ପର୍କରେ ପୋଲିସ କୌଣସି ସୂଚନା ଦେଇନାହିଁ । ତେବେ ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାର ହଲଦ୍ବାନୀରେ ହୋଇଥିବା ଦଙ୍ଗା ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ମୋଟ 25 ଅଭିଯୁକ୍ତ ଗିରଫ ହୋଇସାରିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.