ETV Bharat / bharat

ନିର୍ବାଚନ ବେଳାରେ ୟେଦୁରପ୍ପାଙ୍କ ପାଇଁ ବଢ଼ିଲା ଅଡୁଆ , ଯୌନ ନିର୍ଯାତନା ମାମଲାରେ CIDର ଜେରା - Yeddyurappa appeared before CID

author img

By ETV Bharat Odisha Team

Published : Apr 13, 2024, 10:25 AM IST

Yeddyurappa Appeared Before CID: ନାବାଳିକା ଯୌନ ନିର୍ଯାତନା ମାମଲାରେ ସିଆଇଡି ଅଫିସରେ ହାଜର ହେଲେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା । ଗତମାସରେ ନାବାଳିକା ମାଆଙ୍କ ଏତଲା କ୍ରମେ ୟେଦୁରପ୍ପାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିଲା । ଅଧିକ ପଢନ୍ତୁ

Former CM Yeddyurappa appeared before CID officials

ବେଙ୍ଗାଲୁରୁ: ନାବାଳିକା ଯୌନ ନିର୍ଯାତନା ମାମଲାରେ ସିଆଇଡି ଅଫିସରେ ହାଜର ହେଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି. ଏସ୍ ୟେଦୁରପ୍ପା । ସ୍ବର ନମୁନା (voice sample) ସଂଗ୍ରହ ପାଇଁ ଗତକାଲି (ଶୁକ୍ରବାର) ସେ ବେଙ୍ଗାଲୁରୁର ପ୍ୟାଲେସ ରୋଡ ସ୍ଥିତ ସିଆଇଡି ଅଫିସରେ ହାଜର ହୋଇଥିଲେ । ସେଠାରେ ତଦନ୍ତକାରୀ ଅଧିକାରୀ ତାଙ୍କର ନମୁନା ସଂଗ୍ରହ କରିବା ପରେ ପଠାଇ ଦେଇଥିଲେ । କହିରଖୁଛୁ କି, ଗତ ମାସରେ ୟେଦୁରପ୍ପାଙ୍କ ବିରୋଧରେ ଏହି ଯୌନ ନିର୍ଯାତନା ମାମଲା ରୁଜୁ ହୋଇଥିଲା ।

ସମ୍ପୃକ୍ତ ନାବାଳିକାଙ୍କ ମାଆ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠା ନେତା ୟେଦୁରପ୍ପାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ, ଫେବୃଆରୀ ୨ ତାରିଖ ଦିନ ୧୭ ବର୍ଷୀୟା ନାବାଳିକା ଜଣକ ଏକ ଠକେଇ ମାମଲାରେ ସହାୟତା ପାଇଁ ୟେଦୁରପ୍ପାଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ । ସେଠାରେ ୟେଦୁରପ୍ପା ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଏହାର କିଛି ଭିଡିଓ ଏବଂ ଅଡିଓ ମଧ୍ୟ ସେ ପୋଲିସ ନିକଟରେ ଦାଖଲ କରିଥିଲେ । ଏହାପରେ ଗତ ମାର୍ଚ୍ଚ ୧୪ ତାରିଖ ଦିନ ସଦାଶିବନଗର ପୋଲିସ ପୋକ୍ସୋ ଆକ୍ଟ ଏବଂ ଆଇପିସିର ଧାରା ୩୫୪ (A)ରେ ୟେଦୁରପ୍ପାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଏହା ମଧ୍ୟ ପଢନ୍ତୁ: Stone Pelting: ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ଘର ଉପରକୁ ପଥର ମାଡ଼

ପରେ କର୍ଣ୍ଣାଟକ ସରକାର ଏହି ଘଟଣାର ତଦନ୍ତ ଭାର ସିଆଇଡିକୁ ହସ୍ତାନ୍ତର କରିଥିଲେ । ବର୍ତ୍ତମାନ ସିଆଇଡି ମାମଲାର ତଦନ୍ତ ଜାରି ରଖିଥିବା ବେଳେ ପୀଡିତା ନାବାଳିକାଙ୍କ ବୟାନ ରେକର୍ଡ କରିଥିଲା ଏବଂ ୟେଦୁରପ୍ପାଙ୍କ ଅଡିଓ ରେକର୍ଡିଂ ପାଇଁ ତାଙ୍କୁ ଏକ ନୋଟିସ୍ ଜାରି କରିଥିଲା । ଏନେଇ ଶୁକ୍ରବାର ୟେଦୁରପ୍ପା ବେଙ୍ଗାଲୁରୁର ପ୍ୟାଲେସ ରୋଡ ସ୍ଥିତ ସିଆଇଡି ଅଫିସରେ ପହଞ୍ଚିଥିଲେ । ସେଠାରେ ତଦନ୍ତକାରୀ ଅଧିକାରୀ ତାଙ୍କର ବୟାନ ରେକର୍ଡ କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୪ରେ ଥାନାରେ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ପ୍ରତିକ୍ରିୟା ଦେଇଥିଲେ ଯେ, ''ଜଣେ ମହିଳା ମୋ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ଏବଂ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି । ଆଇନ କାନୁନ ଅନୁସାରେ ମୁଁ ଏହାର ସାମ୍ନା କରିବି ।'' 2024 ଲୋକସଭା ନିର୍ବାଚନ ବେଳାରେ, କର୍ଣ୍ଣାଟକରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖମନ୍ତ୍ରୀ ୟେଦୁୁରପ୍ପାଙ୍କ ପାଇଁ ଅଡ଼ୁଆ ସ୍ଥିତି ଉପୁଜିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.