ETV Bharat / bharat

23 ଯୁବକଙ୍କୁ ନ୍ୟାସନାଲ କ୍ରିଏଟର ଆଓ୍ବାର୍ଡ, ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ - Creators Award

PM Modi Distribute Creators Award: ଅନ୍ତର୍ଜାତୀୟ ମହିଳା ଦିବସରେ ଯୁବପୀଢିଙ୍କୁ ସମ୍ମାନିତ କଲେ ମୋଦି । ଆଜି ନ୍ୟାସନାଲ କ୍ରିଏଟର୍ସ ଆଓ୍ବାର୍ଡ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାର ଶ୍ରେୟ ଭାରତର ପ୍ରତି କଣ୍ଟେଣ୍ଟ କ୍ରିଏଟରଙ୍କୁ ଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

PM Modi Distribute Creators Award
PM Modi Distribute Creators Award
author img

By ETV Bharat Odisha Team

Published : Mar 8, 2024, 1:50 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟାସନାଲ କ୍ରିଏଟର୍ସ ଆଓ୍ବାର୍ଡ ପ୍ରଦାନ କରିଛନ୍ତି । ଯୁବକ ଏବଂ ସେମାନଙ୍କ ସୃଜନଶୀଳତାକୁ ସମ୍ମାନିତ କରିବା ପାଇଁ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଏବଂ ଏହା ସେମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ପ୍ରଧାନମନ୍ତ୍ରୀ ପ୍ରଖ୍ୟାତ ଷ୍ଟୋରି ଟେଲର୍ ଜୟା କିଶୋରୀଙ୍କୁ ବେଷ୍ଟ କ୍ରିଏଟର ଅଫ ସୋସିଆଲ ଚେଞ୍ଜ ଏବଂ ମୈଥିଲି ଠାକୁରଙ୍କୁ କଲଚର ଆମ୍ବାସିଡର ଅଫ ଦ ଇୟର ଆଓ୍ବାର୍ଡ ପ୍ରଦାନ କରିଛନ୍ତି । ଏହି ପୁରସ୍କାର ଗୁଡିକ 20ଟି ବର୍ଗ ପାଇଁ ଦିଆଯାଇଥିବା ବେଳେ ଏଥିପାଇଁ ପ୍ରାୟ ଦେଢ ଲକ୍ଷ ନାମଙ୍କନ ଭରିଥିଲେ । ସେଥିମଧ୍ୟରୁ 3ଟି ଅନ୍ତର୍ଜାତୀୟ କ୍ରିଏଟରଙ୍କ ସହିତ 23ଜଣ ବିଜେତାକୁ ଚୟନ କରାଯାଇଥିଲା ।

'ପ୍ରେରଣାଦାୟୀ କଣ୍ଟେଣ୍ଟ ସମାଜରେ ପରିବର୍ତ୍ତନ ଆଣେ': ତେବେ ପୁରସ୍କାର ବିତରଣ ପରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "କ୍ରିଏଟର୍ସମାନେ ସରକାରଙ୍କୁ ପ୍ରେରଣା ଦେଇଛନ୍ତି । ଆପଣ କେତେଦିନ ବସି ରହିବେ, କିଛି ତ ଭାବନ୍ତୁ, ଏଥିପାଇଁ ଆପଣମାନେ ଅଭିନନ୍ଦ ଯୋଗ୍ୟ । ଏହାର ଶ୍ରେୟ ଭାରତର ପ୍ରତ୍ୟେକ କଣ୍ଟେଣ୍ଟ କ୍ରିଏଟରଙ୍କୁ ଯାଉଛି । ଆପଣମାନଙ୍କର ସାହାସ ଆପଣଙ୍କୁ ଏଠାରେ ପହଞ୍ଚାଇପାରିଛି । ଦେଶ ମଧ୍ୟ ଆପଣଙ୍କୁ ଆଶାର ସହିତ ଚାହିଁ ରହିଛି । ସମାଜରେ ମଧ୍ୟ ପରିବର୍ତ୍ତନ ଆସୁଛି, ତେଣୁ କଣ୍ଟେଣ୍ଟ ଏଭଳି ହେବା ଉଚିତ ଯାହା ଲୋକଙ୍କୁ ପ୍ରେରିତ କରିବ । ଯୁବକମାନେ ଆଗାମୀ ଦେଶର ଭବିଷ୍ୟତ । ସେ ନିଜେ କଣ୍ଟେଣ୍ଟ ପ୍ରସ୍ତୁତ କରି ଆକ୍ଟ କରୁଛନ୍ତି ତାହା ଅତ୍ୟନ୍ତ ଗର୍ବର ବିଷୟ । ଆପଣଙ୍କର କଣ୍ଟେଣ୍ଟ ଆଜି ସମଗ୍ର ଭାରତରେ ବହୁ ପ୍ରଭାବ ପକାଉଛି । ଆଜି ଲକ୍ଷ ଲକ୍ଷ ଲୋକ ଇଣ୍ଟରନେଟରେ କଣ୍ଟେଣ୍ଟ ତିଆରି କରୁଛନ୍ତି । ସୋସିଆଲ ମିଡିଆ କଣ୍ଟେଣ୍ଟ ଏଭଳି ପ୍ରଭାବ ପକାଇପାରେ ବୋଲି ଆମେ ପୂର୍ବରୁ କେବେ ଅନୁମାନ ମଧ୍ୟ କରୁନଥିଲୁ । ଏହା ଏକ ବିପ୍ଲବ ଭଳି ଅଟେ ।"

ଏହା ମଧ୍ୟ ପଢନ୍ତୁ: ଶ୍ରୀନଗରରେ ପ୍ରଧାନମନ୍ତ୍ରୀ: ‘ଧାରା 370 ନେଇ ଭ୍ରମିତ କରାଯାଉଥିଲା, ଏବେ ଖୋଲା ପବନର ନିଶ୍ବାସ ନେଉଛି କାଶ୍ମୀର’

ଆଓ୍ବାର୍ଡ ପାଇଥିବା ବ୍ୟକ୍ତି: ଜୟା କିଶୋରୀ, ମୈଥିଲୀ ଠାକୁରଙ୍କ ବ୍ୟତୀତ ଗ୍ରୀନ ଚମ୍ପିଆନ ବର୍ଗରେ ପଙ୍କତି ପାଣ୍ଡେ, ବେଷ୍ଟ ଷ୍ଟୋରୀ ଟେଲର ପାଇଁ କାର୍ତ୍ତିକ ଗୋବିନ୍ଦ ସ୍ବାମୀ, ଟେକ୍ କ୍ୟାଟେଗୋରୀରେ ଗୌରବ ଚୌଧୁରୀ ଏବଂ ଟୁର ପ୍ରଡ୍ୟୁସର ପାଇଁ କାମ୍ୟା ଜାନିକୁ ପୁରସ୍କୃତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.