ETV Bharat / bharat

500 ବର୍ଷ ପ୍ରତୀକ୍ଷାର ଅନ୍ତ; ବିରାଜିଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର, ମାହେନ୍ଦ୍ର ବେଳାରେ ହେଲା ପ୍ରାଣ ପ୍ରତିଷ୍ଠା - ବିରାଜିଲେ ପ୍ରଭୁ ରାମଚନ୍ଦ୍ର

Modi unveils the Ram Lalla idol: ମାହେନ୍ଦ୍ର ବେଳା ଓ ମାହାର୍ଘ୍ୟ ମୁହୂର୍ତ୍ତରେ ହେଲା ପ୍ରାଣ ପ୍ରତିଷ୍ଠା । ରାମ ମନ୍ଦିରରେ ନିର୍ଧାରିତ ଶୂଭ ଅଭିଜିତ ମୁହୂର୍ତ୍ତରେ ବିରାଜମାନ କଲେ ପ୍ରଭୁ ରାମଚନ୍ଦ୍ର । ଅଧିକ ପଢନ୍ତୁ

ରାମ ମନ୍ଦିରରେ ବିରାଜିଲେ ପ୍ରଭୁ ରାମଚନ୍ଦ୍ର
Modi unveils the Ram Lalla idol
author img

By ETV Bharat Odisha Team

Published : Jan 22, 2024, 1:13 PM IST

Updated : Jan 22, 2024, 3:29 PM IST

ଅଯୋଧ୍ୟା: 500 ବର୍ଷର ଅପେକ୍ଷାର ଅନ୍ତ ଘଟିଲା । ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେଲା ଆଜିର ଦିନ । ଯେଉଁ ସମୟକୁ ଅପେକ୍ଷା କରାଯାଇଥିଲା ସେହି ସମୟ ପହଞ୍ଚିଲା । ଭବ୍ୟ ଏବଂ ଦିବ୍ୟ ରାମ ମନ୍ଦିରରେ ବିରାଜମାନ କଲେ ପ୍ରଭୁ ରାମଚନ୍ଦ୍ର । ମାହେନ୍ଦ୍ର ବେଳା ଓ ମାହାର୍ଘ୍ୟ ମୁହୂର୍ତ୍ତରେ ହେଲା ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ ଏବଂ ନୀତି ସଂପନ୍ନ । ପ୍ରାଣ ପ୍ରତିଷ୍ଠା ପରେ ଦର୍ଶନ ଦେଲେ ପ୍ରଭୁ ରାମଚନ୍ଦ୍ର । ହୀରା ଏବଂ ସୁନା ଅଳଙ୍କାର ପରିଧାନ କରିଛନ୍ତି ଶ୍ରୀ ରାମଲାଲା । ରାମଙ୍କ ମୁଖମଣ୍ଡଳକୁ ଦେଖି ବିଭୋର ଭକ୍ତ । କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କରିଛନ୍ତି। ଯଜମାନ ଭାବେ ଦାୟିତ୍ବ ତୁଲାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ମଧ୍ୟ ପଢନ୍ତୁ-ରାମମୟ ଅଯୋଧ୍ୟା ନଗରୀ, ଆଜି ଭବ୍ୟ ମନ୍ଦିରରେ ବିରାଜିବେ ରାମଲାଲା

ଆଜି (ସୋମବାର) 11ଟା ସମୟରେ ଅଯୋଧ୍ୟାରେ ପହଞ୍ଚିବା ପରେ ରାମ ମନ୍ଦିରକୁ ପ୍ରବେଶ କରିଥିଲେ ପ୍ରଧାନମନ୍ତ୍ରୀ । ହାତରେ ପୂଜା ସାମଗ୍ରୀ ଧରି ଗର୍ଭଗୃହରେ ପ୍ରବେଶ କରିଥିଲେ। ପରେ ପ୍ରାଣ ପ୍ରତିଷ୍ଠା ପୂଜାର୍ଚ୍ଚନାରେ ଯଜମାନ ଭାବେ ଦାୟିତ୍ବ ତୁଲାଇଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦି ବେନ ମଧ୍ୟ ଉପସ୍ଥିତ ଥିଲେ। ଶୁଭ ମୂହୁର୍ତ୍ତରେ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ପ୍ରଧାନମନ୍ତ୍ରୀ ରାମଲାଲଙ୍କ ଆଖି ପଟି ଖୋଲିଥିଲେ । ପ୍ରାଣ ପ୍ରତିଷ୍ଠା ପରେ ମୋଦି ପ୍ରଭୁ ରାମଚନ୍ଦ୍ରଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ପରେ ରମଚନ୍ଦ୍ରଙ୍କ ଚରଣରେ ପଦ୍ମ ଫୁଲ ରଖିବା ସହ ଜଳ ଅପ୍ରଣ କରିଥିଲେ ।

ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ ମୋଦି: ପ୍ରାଣ ପ୍ରତିଷ୍ଠା ଶେଷ ହେବା ପରେ ରାମଲାଲାଙ୍କ ଆଳତି ହୋଇଥିଲା । ପରେ ପରେ ରାମଙ୍କ ବିଗ୍ରହଙ୍କ ଚାରିପାଖରେ ବୁଲିବା ପରେ ଭୂମିରେ ଲୋଟି ପଡି ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥଲେ ମୋଦି । ଏହା ସହିତ ସମସ୍ତ ରୀତିନୀତି ସମାପ୍ତ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଯେଉଁଠି ରାମ ମନ୍ଦିର ନିର୍ମାଣ ପାଇଁ ହୋଇଥିଲା ଦାବି, ସେହି ସ୍ଥାନରେ ଜନସଭାକୁ ସମ୍ବୋଧନ କରିବେ ମୋଦି

ପ୍ରାଣ ପ୍ରତିଷ୍ଠା ସମୟରେ ହେଲିକପ୍ଟରରୁ ଫୁଲ ବର୍ଷା: ରାମ ନାମରେ କମ୍ପୁଛି ଅଯୋଧ୍ୟା ନଗରୀ । ରାମଙ୍କ ମୁଖ ମଣ୍ଡଳକୁ ଦେଖି ଭକ୍ତ ବିଭୋର । ସେହି ଅଲୌକିକ ମୁହୁର୍ତ୍ତ ସମସ୍ତଙ୍କୁ ଭାବ ପର୍ବଣ କରି ଦେଇଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ହେଲିକପ୍ଟରରୁ ମନ୍ଦିର ଉପରେ ଫୁଲ ବର୍ଷା କରାଯାଇଥିଲା । 18 ଟି ରାଜ୍ୟରୁ ଆସିଥିବା ବାଦ୍ୟଯନ୍ତ୍ର ମଧ୍ୟ ବଜାଯାଇଥିଲା । ଏହି ଭବ୍ୟ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରୀତ ଅତିଥି ଅୟୋଧ୍ୟାରେ ପହଞ୍ଚିଥିଲେ ।

ପାରମ୍ପିରକ ପୋଷାକରେ ମୋଦି: ଆଜି ପାରମ୍ପିରକ ପୋଷାକ ପିନ୍ଧି ମନ୍ଦିରରେ ପ୍ରବେଶ କରିଥିଲେ ମୋଦି ଘିଅ ରଙ୍ଗର କୁର୍ତ୍ତା ଓ ଧୋତି ପିନ୍ଧିଥିଲେ । ଏକ ଧଳା ରଙ୍ଗର ଉତ୍ତରୀୟ ମଧ୍ୟ କାନ୍ଧରେ ପକାଇଥିଲେ ।

ଦିନ1ଟାରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଛି । ଏଥି ପାଇଁ ମାତ୍ର 84 ସେକେଣ୍ଡ ନିର୍ଦ୍ଧାରିତ ଅଭିଜିତ ଶୁଭ ମୁହୂର୍ତ୍ତ ରହିଥିଲା । 40 ମିନିଟ ଧରି ଚାଲିଥିଲା ପୂଜାର୍ଚ୍ଚନା । ପୂଜା ସ୍ଥାନରୁ ବିଦାୟ ନେବା ପରେ ସର୍ବସାଧାରଣ କାର୍ଯ୍ୟ ସ୍ଥଳରେ ପହଞ୍ଚିବେ ମୋଦି । ସେଠାରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଜନସଭାକୁ ସମ୍ବୋଧନ କରିବେ । ୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତରେ ବିରାଜିଲେ ପ୍ରଭୁ । ୧୨.୧୫ରୁ ୧୨.୪୫ ମଧ୍ୟରେ ଶେଷ ହେଲା ପ୍ରାଣ ପ୍ରତିଷ୍ଠା ଉତ୍ସବ ।

Last Updated : Jan 22, 2024, 3:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.