ETV Bharat / bharat

ମହିଳାଙ୍କ ବିରୋଧୀ ହିଂସାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କଡା ଆଭିମୁଖ୍ୟ, ଦୋଷୀ ଯିଏ ବି ହେଉ ଛଡା ଯିବନି - PM Modi On Crime Against Women

author img

By ETV Bharat Odisha Team

Published : Aug 25, 2024, 6:38 PM IST

PM Modi On Crime Against Women: ମହିଳାଙ୍କ ବିରୋଧରେ ହିଂସାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କଡା ଆଭିମୁଖ୍ୟ । ଦୋଷୀ ଯିଏ ବି ହେଉ ଛଡା ଯିବନି । ଦୋଷୀକୁ ସାହାଯ୍ୟ କରୁଥିବା ବ୍ୟକ୍ତି ବି ଦଣ୍ଡ ପାଇବ । ମହିଳାଙ୍କ ବିରୋଧରେ ଅପରାଧ ବଢୁଥିବା ବେଳେ ଆଜି ଏଭଳି କଡା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

PM Narendra modi
PM Narendra modi (ETV Bharat Odisha)

ନୂଆଦିଲ୍ଲୀ: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳିଛି । ମହିଳା ବିରୋଧି ଅପରାଧକୁ ନେଇ ଦେଶରେ ଅସନ୍ତୋଷର ବହ୍ନି ଜଳୁଥିବା ବେଳେ ଅପରାଧୀଙ୍କୁ କଡା ଚେତାବନୀ ଦେଇଛି ପ୍ରଧାନମନ୍ତ୍ରୀ ମୋଦି । ମହିଳାଙ୍କ ବିରୋଧରେ ଅପରାଧ ଅକ୍ଷମଣୀୟ ଅଟେ । ଦୋଷୀ କିଏ ହେଉ ତାକୁ ଛଡା ଯିବନି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ଜଳଗାଁଓରେ ଲକ୍ଷପତି କାର୍ଯ୍ୟକ୍ରମରେ ସାମିଲ ଯୋଗ ଦେଇ ଅପରାଧୀଙ୍କୁ ଏଭଳି କଡା ଚେତାବନୀ ଦେଇଛନ୍ତି ।

ଦୋଷୀକୁ ଛଡା ଯିବନି:

ସାରା ଦେଶରେ ଆସୁଥିବା ଦୁଷ୍କର୍ମ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । କୋଲକାତା ଟ୍ରେନି ଡାକ୍ତର, ବଦଲାପୁରରେ ଦୁଇ ବାଳିକାଙ୍କ ଯୌନ ଶୋଷଣ ଭଳି ଘଟଣାର ନାଁ ନନେଇ ମୋଦି କହିଛନ୍ତି, ପ୍ରତ୍ୟେକ ରାଜ୍ୟରେ ଝିଅଙ୍କ କଷ୍ଟ, କ୍ରୋଧ ବୁଝୁଛୁ । ଦେଶର ପ୍ରତ୍ୟେକ ରାଜନୈତିକ ଦଳ ଓ ରାଜ୍ୟ ସରକାରଙ୍କୁ କହୁଛି, ମହିଳାଙ୍କ ବିରୋଧରେ ଅପରାଧ ଅକ୍ଷମଣୀୟ ଅଟେ । ଦୋଷୀ କିଏ ବି ହେଉ । ତାକୁ ଛଡା ଯିବନି । ସରକାର ଆସୁଥିବେ ଯାଉଥିବେ ନାରୀଙ୍କ ସମ୍ମାନ ଓ ଗାରିମା ଓ ଜୀବନ ରକ୍ଷାର ଦାୟିତ୍ବ ଆମର ।

ଏହା ମଧ୍ୟ ପଢନ୍ତୁ:କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ପୀଡିତାଙ୍କ 4 ସହକର୍ମୀଙ୍କ ହେବ ଲାଏ-ଡିଟେକ୍ସନ ଟେଷ୍ଟ, ସାମ୍ନାକୁ ଆସିବାରେ ଲାଗିଛି ସେଦିନ ରାତିର କଥା

ଦଣ୍ଡ ସମସ୍ତଙ୍କୁ ମିଳିବା ଦରକାର:

ମୋଦି ଆହୁରି କହିଛନ୍ତି, ଦୋଷୀକୁ ଛଡା ଯିବନି । ସେମାନଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କୁ ମଧ୍ୟ ଛଡା ଯିବନି । ହସ୍ପିଟାଲ ହେଉ, କି ସ୍କୁଲ ଅବା ଅଫିସ, ପୋଲିସ ବ୍ୟବସ୍ଥା, ଯେ କୌଣସି ସ୍ତରରେ ଯଦି ଦୋଷୀକୁ ଖସାଇବାକୁ ଉଦ୍ୟମ ହେଉଛି ବା ଅବହେଳା ହେଉଛି ସମସ୍ତଙ୍କ ହିସାବ ହେବା ଦରକାର । ଉପରୁ ତଳସ୍ତର ଯାଏଁ ଏହା ଜଣାଯିବା ଦରକାର ପାପ ସବୁବେଳେ ଅକ୍ଷମଣୀୟ । ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବା ପ୍ରତ୍ୟେକଟି ଉପରେ କଠୋରରୁ କଠୋର ସଜ୍ଜା ଦେବା ପାଇଁ ଆମ ସରକାର ଆଇନକୁ ଆହୁରି ଶକ୍ତ କରାଯାଉଛି ।

ବଢୁଛି ମହିଳାଙ୍କ ପ୍ରତି ହିଂସା:

ଦେଶରେ ଯେପରି ଅସୁରକ୍ଷିତ ହୋଇପଡିଛନ୍ତି ମହିଳା । ପ୍ରତ୍ୟେକ ଦିନ ହତ୍ୟା ଦୁଷ୍କର୍ମ ଖବର ଶିରୋନାମାରେ ରହୁଛି । ମହାରାଷ୍ଟ୍ର ବଦଲାପୁର ଖବର ହେଉ ଅବା କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟା ଘଟଣା । ଏହି ଘଟଣାକୁ ନେଇ ସାରା ଦେଶରେ ଏବେ ଆକ୍ରୋଶ ଦେଖିବାକୁ ମିଳିଛି । ଦୋଷୀ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଆସୁଛନ୍ତି ଲୋକେ । ଏଭଳି ସମୟରେ ମହିଳାଙ୍କ ବିରୋଧରେ ଅପରାଧରେ ସାମିଲ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କଡା ସନ୍ଦେହ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏହା ମଧ୍ୟ ପଢନ୍ତୁ:ସନ୍ଦୀପ ଘୋଷଙ୍କ ଘରେ CBI ରେଡ, ଦୁର୍ନୀତି ଅଭିଯୋଗରେ 15 ସ୍ଥାନରେ ଚଢାଉ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.